ଆଲିଆଙ୍କ ପାଇଁ ଇମୋଶନାଲ ପୋଷ୍ଟ ଲେଖିଲେ କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋମବାର ସକାଳୁ ସକାଳୁ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଅଲଟ୍ରା ସାଉଣ୍ଡ ହେଉଥିବାର ଏକ ଫଟୋ ଶେୟାର କି ସେ ମା’ ହେବାକୁ ଯାଉଥିବା କଥା ଜଣାଇଥିଲେ । ଆଉ ଏହା ପରେ ପରେ ତାଙ୍କ ଫ୍ୟାନମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ଆଲିଆଙ୍କ ଖୁବ୍ ନିକଟତର ଫିଲ୍ମ ଡାଇରେକ୍ଟର ଓ ପ୍ରଡ୍ୟୁସର କରନ ଜୋହର ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହେଲେ କିଛି ଭିନ୍ନ ଢଙ୍ଗରେ । ଆଲିଆ କରନଙ୍କୁ ପିତା ବୋଲି ସମ୍ବୋଧନ କରୁଥିବା ବେଳେ କରନ ବି ଆଲିଆଙ୍କୁ ଝିଅର ସମ୍ମାନ ଦେଇଥାଆନ୍ତି । କରନ ଜୋହର ଏହି ଗୁଡ ନ୍ୟୁଜ ଜାଣିବା ପରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ ଶେୟାର କରିଛନ୍ତି ।

କରନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଏହିଦିନ ପାଇଁ ବହୁତ ବହୁତ ଶୁଭେଚ୍ଛା । ମୋ ଝିଅ ମାଆ ହେବାକୁ ଯାଉଛି । ମୁଁ ମୋ ଫିଲିଙ୍ଗସ ଏକ୍ସପ୍ରେସ କରିପାରୁ ନାହିଁ । ମୁଁ ଏଥିପାଇଁ ବହୁତ ବହୁତ ବହୁତ ଏକ୍ସସାଇଟେଡ ଅଛି । ତୁମ ଦୁହିଁଙ୍କୁ ବହୁତ ଭଲପାଇବା ।
କରନ ଜୋହରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଲିଆ ଓ କରନ ଜୋହରଙ୍କ ମଧ୍ୟରେ ବାପ-ଝିଅର ସମ୍ପର୍କ । ଆଲିଆ କରନ ଜୋହରଙ୍କ ପୁଅ ୟଶକୁ ରାକ୍ଷି ବି ବାନ୍ଧନ୍ତି ।
ୱାର୍କଫ୍ରଣ୍ଟ କଥା ଆଲୋଚନା କଲେ ଆଲିଆ ଆଗାମୀ ଦିନରେ ହଲିଉଡ ସ୍ପାଇ ଥ୍ରିଲର ମୁଭି ‘ହାର୍ଟ ଅଫ ଷ୍ଟୋନ’ରେ ନଜର ଆସିବେ । ଏହି ଫିଲ୍ମରେ ଆଲିଆଙ୍କ ସହ ହଲିଉଡ ଅଭିନେତ୍ରୀ ଗଲ ଗଡୋଟ ବି ନଜର ଆସିବେ । ଆଗକୁ ଆଲିଆ ଓ ରଣବୀରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବି ରିଲିଜ ଅପେକ୍ଷାରେ ରହିଛି ।

Share