ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩: ଆଲିଆ ବେଷ୍ଟ ଆକ୍ଟ୍ରେସ, ରାଜକୁମାର ରାଓ ବେଷ୍ଟ ଆକ୍ଟର

ମୁମ୍ବାଇ: ମହାରାଷ୍ଟ୍ର ପର୍ଯ୍ୟଟନ ସହ ୬୮ ତମ ହୁଣ୍ଡାଇ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩ର ସମାପନ ସାନଦାର ଢଙ୍ଗରେ ହୋଇଛି। କଳାକାରଙ୍କ ଭରପୁର ଉପସ୍ଥିତି ସହ ଏହି ରାତିର ଆରମ୍ଭ ଆଲିଆ ଭଟ୍ଟ, ଅନିଲ କପୁର, ଜାହ୍ନବି କପୁର, ନୋରା ଫତେହି, ଭିକ୍କି କୌଶଳ ଓ ଆହୁରି କେତେଜଣ ସେଲିବ୍ରିଟିଙ୍କୁ ରେଡ କାର୍ପେଟରେ ଷ୍ଟାଇଲ ଓ୍ବାକ କରୁଥିବା ଦେଖିବାକୁ ମିଳିଥିଲା। ଚଳିତ ବର୍ଷର ଫିଲ୍ମଫେୟାର ଆଓ୍ବାର୍ଡକୁ ହୋଷ୍ଟ କରିଥିଲେ ସଲମାନ ଖାଁ। ତାଙ୍କୁ ମଞ୍ଚ ଉପରେ ସହାୟତା କରିଥିଲେ ଆୟୁଷ୍ମାନ ଖୁରାନା ଓ ମନିଷ ପଲ।

ଏଥର ଫିଲ୍ମ ଫେୟାରର ବେଷ୍ଟ ଆକ୍ଟର ଆଓ୍ବାର୍ଡ ରାଜକୁମାର ରାଓଙ୍କୁ ମିଳିଥିବା ବେଳେ ବେଷ୍ଟ ଆକ୍ଟ୍ରେସ ଆଓ୍ବାର୍ଡ ମିଳିଛି ଆଲିଆ ଭଟ୍ଟଙ୍କୁ। ସେହିପରି ବେଷ୍ଟ ଫିଲ୍ମ ପୁରସ୍କାର ‘ଗଙ୍ଗୁବାଇ କାଠିୟାଓ୍ବାଡି’କୁ ମିଳିଥିବା ବେଳେ ଏହି ଫିଲ୍ମ ପାଇଁ ସଞ୍ଜୟ ଲିଲା ଭଂସାଲିଙ୍କୁ ବେଷ୍ଟ ଡିରେକ୍ଟର ଆଓ୍ବାର୍ଡ ମିଳିଛି।

Share