Posted inଜାତୀୟ

ସୂଚନା କମିଶନ ପଦବୀ ୪ ସପ୍ତାହରେ ପୂରଣକର: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୧୧(ପି.ଟି.):କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ରାଜ୍ୟର ସୂଚନା କମିଶନରେ କେତେ ପଦବୀ ଖାଲିପଡ଼ିଛି ଏବଂ ସେଗୁଡ଼ିକୁ ପୂରଣ ଦିଗରେ କି ପଦକ୍ଷେପ ନିଆଯାଇଛି, ସେନେଇ ଅଦାଲତଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି। ଯେଉଁ ରାଜ୍ୟଗୁଡ଼ିକ ଖାଲି ପଦବୀ ପୂରଣ ଦିଗରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି, ସେମାନେ ଏହାକୁ ୪ ସପ୍ତାହ ଭିତରେ ଶେଷ କରିବା ଉଚିତ ଦୁଇଜଣିଆ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।
ସୂଚନା ଅଧିକାର (ଆର୍‌ଟିଆଇ) ଅଧୀନରେ ପ୍ରତିଷ୍ଠିତ ସୂଚନା କମିଶନମାନଙ୍କ ଅଫିସରେ ଖାଲିପଡ଼ିଥିବା ପଦବୀ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜ୍ୱଲ ଭୂୟଁାଙ୍କ ଖଣ୍ଡପୀଠରେ ଶୁଣାଣି ବେଳେ ଆବେଦନକାରୀମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ି କହିଛନ୍ତି, ୨୦୧୯ରେ ଅଞ୍ଜଳି ଭରଦ୍ୱାଜ ଓ ଓଗେର ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ସିଆଇସି ଏବଂ ଏସ୍‌ଆଇସି ପଦବୀ ପୂରଣ ହୋଇନାହିଁ। ସିଆଇସିରେ ୮ ପଦବୀ ଖାଲିପଡ଼ିଥିବାବେଳେ ୨୦୨୪ ନଭେମ୍ବର ୧୧ ସୁଦ୍ଧା ସେଥିରୁ ମାତ୍ର ୩ ପଦବୀ ପୂରଣ ହୋଇଛି। ମହାରାଷ୍ଟ୍ର ଏସ୍‌ଆଇସିରେ ୭ ପଦବୀ ଖାଲିପଡ଼ିଛି। ୨୦୨୦ ମେ’ରୁ ଝାଡ଼ଖଣ୍ଡ, ୨୦୨୧ ଜୁଲାଇରୁ ତ୍ରିପୁରା, ୨୦୨୩ ଫେବୃୟାରୀରୁ ତେଲଙ୍ଗାନା ଏସ୍‌ଆଇସି ଅକାମୀ ହୋଇ ପଡ଼ିରହିଛି। ସେହିପରି ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଓ କର୍ନାଟକ ଏସ୍‌ଆଇସିରେ ମଧ୍ୟ ୧ରୁ ୮ ପର୍ଯ୍ୟନ୍ତ ପଦବୀ ଖାଲି ରହିଛି। ସୂଚନା କମିଶନ ପ୍ରତିଷ୍ଠା ପଛର ଉଦ୍ଦେଶ୍ୟ ଥିଲା ଏହି ସଂସ୍ଥା ସରକାରଙ୍କ ବାହାରେ ରହି ନିରପେକ୍ଷତା ବଜାୟ ରଖିବ। କିନ୍ତୁ ସେମାନେ ସ୍ବାଧୀନ ଅପିଲ ପ୍ରକ୍ରିୟାକୁ ବନ୍ଦକରି ବସ୍ତୁତଃ ଆର୍‌ଟିଆଇକୁ ଧ୍ୱଂସ କରୁଛନ୍ତି। ସମୟବଦ୍ଧ ଭାବେ ଏହି ଅପିଲଗୁଡ଼ିକର ଶୁଣାଣି କିଏ କରିବ?
କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ବ୍ରିଜେନ୍ଦ୍ର ଚହର କହିଥିଲେ, ୨୦୨୩ ନଭେମ୍ବରରେ ସିଆଇସିର ୪ ଜଣ କମିଶନର ଅବସର ନେଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଏହା ଗତବର୍ଷର ରେକର୍ଡ ହୋଇଥିବାରୁ ନୂଆ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠଙ୍କୁ ବ୍ରିଜେନ୍ଦ୍ର ସମୟ ମାଗିଥିଲେ। ଖଣ୍ଡପୀଠ ତାଙ୍କ ନିବେଦନକୁ ରକ୍ଷାକରିବା ସହ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଆଇସିରେ ୧୧ ପଦବୀ ମଧ୍ୟରୁ ୮ଟିରେ ପୂରଣ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ଏଥିରେ ଉଲ୍ଲେଖ କରିବାକୁ ଖଣ୍ଡପୀଠ କହିଛନ୍ତି।
ତେଲଙ୍ଗାନା ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି, ୨୦୨୪ ଜୁନ୍‌ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ଜୁଲାଇରେ ନିଯୁକ୍ତି କମିଟି ଗଠନ କରାଯାଇଛି। ଖଣ୍ଡପୀଠ ଏହା ଶୁଣିବା ପରେ କେତେଶୀଘ୍ର ନିଯୁକ୍ତି କରାଯାଇପାରିବ ସେନେଇ ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଝାଡ଼ଖଣ୍ଡ ସରକାରଙ୍କ ଓକିଲ କହିଛନ୍ତି, କୋରମ୍‌ ଅଭାବରୁ ଚୟନ କମିଟି ଗଠନ ଏବଂ ନିଯୁକ୍ତି ସମ୍ଭବ ହୋଇନାହିଁ। କୋର୍ଟ ୪ ସପ୍ତାହ ମଧ୍ୟରେ ସୂଚନା କମିଶନର ପଦବୀଗୁଡ଼ିକୁ ପୂରଣ କରି ଅନୁପାଳନ ରିପୋର୍ଟ ସତ୍ୟପାଠ ଆକାରରେ ଦାଖଲ ଲାଗି ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତ୍ରିପୁରା ସରକାରଙ୍କ ଓକିଲ ଚୟନ ପ୍ରକ୍ରିୟା ଜାରି ରହିଥିବା କହିବା ପରେ କୋର୍ଟ ଅନୁରୂପ ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଖାଲି ପଦବୀ ପୂରଣ ନିମନ୍ତେ ଏହି ନିର୍ଦ୍ଦେଶନାମା ସବୁ ରାଜ୍ୟ ପାଇଁ ଜାରି ହେବା ଉଚିତ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ସୁପ୍ରିମକୋର୍ଟ ତାଙ୍କ ଅନୁରୋଧ ରଖି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ୨ ସପ୍ତାହ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri