Posted inଜାତୀୟ

ସୂଚନା କମିଶନ ପଦବୀ ୪ ସପ୍ତାହରେ ପୂରଣକର: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୧୧(ପି.ଟି.):କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ରାଜ୍ୟର ସୂଚନା କମିଶନରେ କେତେ ପଦବୀ ଖାଲିପଡ଼ିଛି ଏବଂ ସେଗୁଡ଼ିକୁ ପୂରଣ ଦିଗରେ କି ପଦକ୍ଷେପ ନିଆଯାଇଛି, ସେନେଇ ଅଦାଲତଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି। ଯେଉଁ ରାଜ୍ୟଗୁଡ଼ିକ ଖାଲି ପଦବୀ ପୂରଣ ଦିଗରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି, ସେମାନେ ଏହାକୁ ୪ ସପ୍ତାହ ଭିତରେ ଶେଷ କରିବା ଉଚିତ ଦୁଇଜଣିଆ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।
ସୂଚନା ଅଧିକାର (ଆର୍‌ଟିଆଇ) ଅଧୀନରେ ପ୍ରତିଷ୍ଠିତ ସୂଚନା କମିଶନମାନଙ୍କ ଅଫିସରେ ଖାଲିପଡ଼ିଥିବା ପଦବୀ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜ୍ୱଲ ଭୂୟଁାଙ୍କ ଖଣ୍ଡପୀଠରେ ଶୁଣାଣି ବେଳେ ଆବେଦନକାରୀମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ି କହିଛନ୍ତି, ୨୦୧୯ରେ ଅଞ୍ଜଳି ଭରଦ୍ୱାଜ ଓ ଓଗେର ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ସିଆଇସି ଏବଂ ଏସ୍‌ଆଇସି ପଦବୀ ପୂରଣ ହୋଇନାହିଁ। ସିଆଇସିରେ ୮ ପଦବୀ ଖାଲିପଡ଼ିଥିବାବେଳେ ୨୦୨୪ ନଭେମ୍ବର ୧୧ ସୁଦ୍ଧା ସେଥିରୁ ମାତ୍ର ୩ ପଦବୀ ପୂରଣ ହୋଇଛି। ମହାରାଷ୍ଟ୍ର ଏସ୍‌ଆଇସିରେ ୭ ପଦବୀ ଖାଲିପଡ଼ିଛି। ୨୦୨୦ ମେ’ରୁ ଝାଡ଼ଖଣ୍ଡ, ୨୦୨୧ ଜୁଲାଇରୁ ତ୍ରିପୁରା, ୨୦୨୩ ଫେବୃୟାରୀରୁ ତେଲଙ୍ଗାନା ଏସ୍‌ଆଇସି ଅକାମୀ ହୋଇ ପଡ଼ିରହିଛି। ସେହିପରି ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଓ କର୍ନାଟକ ଏସ୍‌ଆଇସିରେ ମଧ୍ୟ ୧ରୁ ୮ ପର୍ଯ୍ୟନ୍ତ ପଦବୀ ଖାଲି ରହିଛି। ସୂଚନା କମିଶନ ପ୍ରତିଷ୍ଠା ପଛର ଉଦ୍ଦେଶ୍ୟ ଥିଲା ଏହି ସଂସ୍ଥା ସରକାରଙ୍କ ବାହାରେ ରହି ନିରପେକ୍ଷତା ବଜାୟ ରଖିବ। କିନ୍ତୁ ସେମାନେ ସ୍ବାଧୀନ ଅପିଲ ପ୍ରକ୍ରିୟାକୁ ବନ୍ଦକରି ବସ୍ତୁତଃ ଆର୍‌ଟିଆଇକୁ ଧ୍ୱଂସ କରୁଛନ୍ତି। ସମୟବଦ୍ଧ ଭାବେ ଏହି ଅପିଲଗୁଡ଼ିକର ଶୁଣାଣି କିଏ କରିବ?
କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ବ୍ରିଜେନ୍ଦ୍ର ଚହର କହିଥିଲେ, ୨୦୨୩ ନଭେମ୍ବରରେ ସିଆଇସିର ୪ ଜଣ କମିଶନର ଅବସର ନେଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଏହା ଗତବର୍ଷର ରେକର୍ଡ ହୋଇଥିବାରୁ ନୂଆ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠଙ୍କୁ ବ୍ରିଜେନ୍ଦ୍ର ସମୟ ମାଗିଥିଲେ। ଖଣ୍ଡପୀଠ ତାଙ୍କ ନିବେଦନକୁ ରକ୍ଷାକରିବା ସହ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଆଇସିରେ ୧୧ ପଦବୀ ମଧ୍ୟରୁ ୮ଟିରେ ପୂରଣ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ଏଥିରେ ଉଲ୍ଲେଖ କରିବାକୁ ଖଣ୍ଡପୀଠ କହିଛନ୍ତି।
ତେଲଙ୍ଗାନା ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି, ୨୦୨୪ ଜୁନ୍‌ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ଜୁଲାଇରେ ନିଯୁକ୍ତି କମିଟି ଗଠନ କରାଯାଇଛି। ଖଣ୍ଡପୀଠ ଏହା ଶୁଣିବା ପରେ କେତେଶୀଘ୍ର ନିଯୁକ୍ତି କରାଯାଇପାରିବ ସେନେଇ ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଝାଡ଼ଖଣ୍ଡ ସରକାରଙ୍କ ଓକିଲ କହିଛନ୍ତି, କୋରମ୍‌ ଅଭାବରୁ ଚୟନ କମିଟି ଗଠନ ଏବଂ ନିଯୁକ୍ତି ସମ୍ଭବ ହୋଇନାହିଁ। କୋର୍ଟ ୪ ସପ୍ତାହ ମଧ୍ୟରେ ସୂଚନା କମିଶନର ପଦବୀଗୁଡ଼ିକୁ ପୂରଣ କରି ଅନୁପାଳନ ରିପୋର୍ଟ ସତ୍ୟପାଠ ଆକାରରେ ଦାଖଲ ଲାଗି ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତ୍ରିପୁରା ସରକାରଙ୍କ ଓକିଲ ଚୟନ ପ୍ରକ୍ରିୟା ଜାରି ରହିଥିବା କହିବା ପରେ କୋର୍ଟ ଅନୁରୂପ ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଖାଲି ପଦବୀ ପୂରଣ ନିମନ୍ତେ ଏହି ନିର୍ଦ୍ଦେଶନାମା ସବୁ ରାଜ୍ୟ ପାଇଁ ଜାରି ହେବା ଉଚିତ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ସୁପ୍ରିମକୋର୍ଟ ତାଙ୍କ ଅନୁରୋଧ ରଖି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ୨ ସପ୍ତାହ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri