Posted inଜାତୀୟ

ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…

ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ ତାଙ୍କ ସ୍ତ୍ରୀଙ୍କ ନିର୍ଯାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସ୍ତ୍ରୀ ମଧ୍ୟ ତାଙ୍କ ବିରୋଧରେ ଆବେଦନ କରିଥିଲେ। ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ସ୍ତ୍ରୀ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କର ଏକ ମାତ୍ର ପୁତ୍ରଙ୍କୁ ସ୍ତ୍ରୀ ନିଜ ପାଖରେ ରଖିଛନ୍ତି। ସ୍ତ୍ରୀ ଘରୁ ପୁଅଙ୍କ ସହିତ ବାହାରି ପଳାଇଥିବା ସ୍ବାମୀ ଅଭିଯୋଗ କରିଥିଲେ।

ସ୍ବାମୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କୁ ଏବଂ ତାଙ୍କ ଶାଶୁଙ୍କୁ ମଧ୍ୟ ନିର୍ଯାତନା ଦେଇ ସେମାନଙ୍କୁ ଘରୁ ବାହାରି ଯିବାକୁ ବାଧ୍ୟ କରିଥିଲେ। ସ୍ବାମୀ ଛାଡପତ୍ର ପାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଆବେଦନକୁ ଫେରସ୍ତ କରାଯାଇଥିଲା। ଏହା ପରେ ସ୍ବାମୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଗୁଜରାଟ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟ ହାଇକୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରି ତାଗିଦ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ମିଥ୍ୟା ଅଭିଯୋଗ କରନ୍ତି, ତେବେ ତାହା କ୍ରୁରତା ଶ୍ରେଣୀଭୁକ୍ତ ହେବ।

ସେମାନେ ୧୯୯୩ରେ ବିବାହ କରିଥିଲେ। ୨୦୦୬ରେ ସେମାନଙ୍କର ଏକ ପୁଅ ହୋଇଥିଲା। ତେବେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ୨୦୦୯ରେ ସ୍ବାମୀ ଗାନ୍ଧିନଗରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ବିଚାରପତି କହିଛନ୍ତି ଯେ ଯେତେବେଳେ ପାରିବାରିକ ଅଦାଲତରେ ଏହା ପ୍ରମାଣିତ ହେଲା ଯେ ସ୍ବାମୀଙ୍କର କାହା ସହିତ ଅନୈତିକ ସମ୍ପର୍କ ନାହିଁ। ଏଭଳି କରି ସ୍ତ୍ରୀ ସ୍ବାମୀଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରିଥିବା କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri