ହାଇକୋର୍ଟରେ ରିପୋର୍ଟ ଦାଖଲ

କଟକ ଅଫିସ,୧୬ା୧୨: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ୩୦ଟି ଜିଲାର ଆଇନସେବା ପ୍ରାଧିକରଣ(ଡିଏଲଏସଏ) ପକ୍ଷରୁ ମୁଦା ଲଫାପା ମଧ୍ୟରେ ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୮କୁ ଧାର୍ଯ୍ୟ କରାଯାଇଛି।
ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତି ପିଟିଶନରେ ଦର୍ଶାଇଥିଲେ, ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ବହୁ ସଂଖ୍ୟକ ପଦବୀ ଖାଲି ପଡିଛି। ସେହିପରି ସରକାରୀ ହସ୍ପିଟାଲରେ ଚାକିରି କରି ଡାକ୍ତରମାନେ ଠିକ୍‌ ସମୟରେ ରୋଗୀ ସେବା କରୁନାହାନ୍ତି। ଏହା ବଦଳରେ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ପ୍ରାକ୍ଟିସ କରୁଛନ୍ତି। ଫଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ହାଇକୋର୍ଟ ଗତ ନଭେମ୍ବର ୧୬ରେ ଜିଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ ପ୍ରତ୍ୟେକ ଡିଏଲ୍‌ଏସ୍‌ଏଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ପ୍ରତ୍ୟେକ ଜିଲାର ସମସ୍ତ ଗୋଷ୍ଠୀ, ପ୍ରାଥମିକ ଓ ଜିଲା ମୁଖ୍ୟ ଡାକ୍ତରଖାନା ଗସ୍ତକରି ଡାକ୍ତର ଏବଂ ଷ୍ଟାଫମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରିବ। ଏହି ସମୟରେ ସେମାନଙ୍କ ଉପସ୍ଥିତି ଖାତାକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେହିପରି କମିଟି ସଦସ୍ୟମାନେ ହସ୍ପିଟାଲର ସ୍ବଚ୍ଛତା, ପରିମଳ, ଶୌଚାଳୟ,ବିଦ୍ୟୁତ୍‌ ଓ ଭିତ୍ତିଭୂମି ବ୍ୟବସ୍ଥାର ତଦାରଖ, ଔଷଧ, ଉପକରଣ ଅଛି କି ନାହିଁ, ଆମ୍ବୁଲାନ୍ସର ଉପଲବ୍ଧତାକୁ ଅନୁଧ୍ୟାନ କରିବେ। ଏହି ସମସ୍ତ ତଥ୍ୟ ଫଟୋ ଓ ଭିଡିଓ ମାଧ୍ୟମରେ ସଂଗ୍ରହ କରାଯିବ। ପରେ ପ୍ରତି ଜିଲାର ଉପରୋକ୍ତ ତଥ୍ୟ ଓ ଡାକ୍ତରଖାନାର ଖାଲି ପଦବୀ ସମ୍ପର୍କରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri