Posted inUncategorized

ନିଯୁକ୍ତିରେ ବିବିଧତା

ହରିଶଙ୍କର ମିଶ୍ର

ଆମ ରାଜ୍ୟର ଯେକୌଣସି କାର୍ଯ୍ୟାଳୟ, ବିଦ୍ୟାଳୟ ବା ଚିକିତ୍ସାଳୟକୁ ଗଲେ ଜଣାଯିବ ଯେ ଏକାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲିଥିବ। କିଛି ପଦବୀରେ ଚୁକ୍ତିଭିତ୍ତିକ କର୍ମଚାରୀ ରହିଥିବେ। ଅନେକ କାର୍ଯ୍ୟାଳୟରେ ଖାଲି ଥିବା ପଦବୀରେ ଅବସରପ୍ରାପ୍ତ କର୍ମଚାରୀ /ଅଧିକାରୀମାନଙ୍କୁ ସ୍ବତନ୍ତ୍ର ପଦାଧିକାରୀ ବା ପଦବୀ ନ ଥିଲେ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ମିଳିଥିବ। ରାଜ୍ୟରେ ଉତ୍କଟ ବେକାରି ସମସ୍ୟା ସତ୍ତ୍ବେ ଅବସର ପରେ ନିଯୁକ୍ତି ସୁଯୋଗ ପାଇଁ ସରକାରୀ ନିୟମ ମଧ୍ୟ ହୋଇସାରିଛି। ଅବସରପ୍ରାପ୍ତ କର୍ମଚାରୀ/ଅଧିକାରୀଙ୍କୁ ନିଯୁକ୍ତି ଦ୍ବାରା ଅବଶ୍ୟ ରାଜକୋଷ ଉପରେ ଚାପ କିଞ୍ଚିତ ଭାବେ ହ୍ରାସ ହେଉଛି । କିନ୍ତୁ ଏହି ନିଯୁକ୍ତି ପାଇଁ କୌଣସି ଚୟନ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇ ନ ଥିବାରୁ ଆନୁଗତ୍ୟ ହିଁ ଦକ୍ଷତାର ମାନଦଣ୍ଡ ହେଉଥିବା ଅନୁଭବୀ ନିଶ୍ଚିତ ସ୍ବୀକାର କରିବେ। ଏହି ନିଯୁକ୍ତିରେ ରାଜ୍ୟର ସର୍ବୋଚ୍ଚ ପଦାଧିକାରୀଙ୍କଠାରୁ ସର୍ବନିମ୍ନ କର୍ମଚାରୀ ସାମିଲ ହେଉଥିବା ବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ତିରିଶରୁ ପଞ୍ଚତିରିଶ ବର୍ଷ ଚାକିରି ଜୀବନ ପରେ ଏବଂ ଶେଷ ଦରମାର ଅର୍ଦ୍ଧେକ ଅର୍ଥ ମାସିକ ପେନ୍‌ସନ ପାଇ ମଧ୍ୟ ଏମାନେ ପୁନର୍ନିଯୁକ୍ତି ପାଇଁ ଆଶାୟୀ ହୁଅନ୍ତି କାହିଁକି। ଅନେକ ଉଚ୍ଚପଦାଧିକାରୀ ଅବସର ପୂର୍ବରୁ ବା ଠିକ୍‌ ପରେ ଉଚ୍ଚ ବେତନରେ ସାମ୍ବିଧାନିକ ବା ପ୍ରତିଷ୍ଠିତ ପଦବୀ ପାଉଥିବା ବେଳେ କିଛି ନିମ୍ନ ବା ମଧ୍ୟମ ବର୍ଗର ଅଧିକାରୀ ଓ କର୍ମଚାରୀ ସ୍ଥଳ ବିଶେଷରେ ଯେଉଁଘରେ ଶାଶୁ ସେଇଘରେ ବୋହୂ ହେବାପରି ପୂର୍ବ ସହକର୍ମୀଙ୍କ ଅଧୀନସ୍ଥ ବି ହେଉଛନ୍ତି। ଅପରପକ୍ଷରେ ପୁନର୍ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ କେବଳ ଅବସରୋତ୍ତର ସମୟରେ ନିଜକୁ କାର୍ଯ୍ୟଦକ୍ଷ ରଖିବାର ସଫେଇ ଦେଇଥାନ୍ତି। ମାତ୍ର ଦୀର୍ଘ ବର୍ଷର ଅଭିଜ୍ଞତାକୁ ସାମାଜିକ କଲ୍ୟାଣ ପାଇଁ ଉପଯୋଗ ପରିବର୍ତ୍ତେ ଏଇ ସଫେଇ ଦ୍ବାରା ସେମାନେ ବାସ୍ତବରେ ସମାଜରେ ନିଜକୁ ଅଲୋଡ଼ା ସାବ୍ୟସ୍ତ କରିଥାନ୍ତି। ବରଂ ନିଯୁକ୍ତି ଗ୍ରହଣ କରି ସେମାନେ ଅନେକ ଆଶାୟୀ ପ୍ରାର୍ଥୀଙ୍କ ଭବିଷ୍ୟତର ପଥରୋଧ କରିଥାନ୍ତି। ଏହା ସତ୍ୟ ଯେ କିଛି କର୍ମଚାରୀ ବା ଅଧିକାରୀମାନଙ୍କ ପାଇଁ ଚାକିରି ହିଁ ପରିଚୟ, ଆତ୍ମପ୍ରତିଷ୍ଠା ଏବଂ ସ୍ବାର୍ଥ ସିଦ୍ଧିର ଏକମାତ୍ର ମାର୍ଗ। ଚାକିରିରୁ ଅବସର ସେମାନଙ୍କ ପାଇଁ ଦୁର୍ବିଷହ। ପୁନର୍ନିଯୁକ୍ତି ଉଦ୍ଦେଶ୍ୟ ରଖି ସେମାନେ ଅବସର ପୂର୍ବରୁ ନିଯୁକ୍ତିଦାତାଙ୍କ ଆଜ୍ଞାଧୀନ ଦର୍ଶାଇବାକୁ ତତ୍ପର ହୋଇଥାନ୍ତି। କିଛି ଅଧିକାରୀ ବା କର୍ମଚାରୀ ନିଜକୁ ଏଜେଣ୍ଟ ସଜାଇ ନିଯୁକ୍ତିଦାତାଙ୍କ ଅସୁମାରି ଇଚ୍ଛା ପୂରଣ କରିବାସହ ନିଜର ସ୍ବାର୍ଥପୂରଣକୁ ଅଗ୍ରାଧିକାର ଦିଅନ୍ତି। ସେମାନଙ୍କ ପାଇଁ ଉତ୍ତର ଦାୟିତ୍ୱ ନ ଥିବାରୁ ସାଧାରଣ ଜନତା ନିର୍ଯାତିତ ହେଉଥିବା ଦୃଷ୍ଟାନ୍ତର ଅଭାବ ନାହିଁ। ଏଇ ବର୍ଗରେ କିଛି ଦକ୍ଷ ଅଧିକାରୀ ବା କର୍ମଚାରୀ ଯେ ନାହାନ୍ତି ତାହା ନୁହେଁ କିନ୍ତୁ ପୁନର୍ନିଯୁକ୍ତି ପରେ ନିଯୁକ୍ତିଦାତାଙ୍କ ଇଚ୍ଛାପୂରଣ ସେମାନଙ୍କ ପାଇଁ ବାଧ୍ୟ ବାଧକତା ହୋଇଯାଏ।
ଦ୍ବିତୀୟ ନିଯୁକ୍ତି ହେଉଛି ଚୁକ୍ତିଭିତ୍ତିକ; ଯାହା ଏବେ ପ୍ରାଥମିକ ନିଯୁକ୍ତି ଭାବେ ନାମାନ୍ତର ହୋଇଛି। ଏହା ରାଜ୍ୟ ଲୋକସେବା ଆୟୋଗ ଦ୍ବାରା ମନୋନୀତ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ପାଇଁ ପ୍ରଯୁଜ୍ୟ ହେଉଛି। ପଦବୀରେ ନିଯୁକ୍ତିର ଛଅବର୍ଷ ପରେ ସ୍ଥାୟୀ କରାଯାଏ। ଏହି ସମୟ ପାଇଁ ସରକାରୀ ନିର୍ଦ୍ଧାରିତ ବେତନ ଦିଆଯାଏ; ଯାହା କି ମୂଳବେତନଠାରୁ ଯଥେଷ୍ଟ କମ୍‌। ନବେ ଦଶକ ପ୍ରାରମ୍ଭରେ ରାଜ୍ୟରେ ବେସରକାରୀ ଭାବେ ଅନେକ ସି.ଟି. ଓ ବି.ଇଡି. କଲେଜ ଖୋଲିଗଲା। ସେହି ଅନୁଷ୍ଠାନଗୁଡ଼ିକର ବାସ୍ତବ ସ୍ଥିତି ନ ଥିବାସତ୍ତ୍ବେ କୌଶଳ କ୍ରମେ ସରକାରୀସ୍ବୀକୃତି ପାଇଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ବର୍ଷ ପାଇଁ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ସୁଯୋଗ ମିଳିଥିଲା। ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ଅତ୍ୟଧିକ ଯୋଗୁ ସେମାନେ ନିଯୁକ୍ତି ପାଇବାରେ ସମସ୍ୟା ହେଲା। ୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାକର୍ମୀ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାପ୍ରେମୀ ଭାବେ ସ୍ବଳ୍ପ ବେତନରେ ନିଯୁକ୍ତି ଦେଇ ପରେ ନିୟମିତ କରିଥିଲେ। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଇଂଜିନିୟରିଂ ଡିଗ୍ରୀଧାରୀଙ୍କ ସଂଖ୍ୟା ବଢ଼ିଗଲା। ସେମାନେ ଆନ୍ଦୋଳନ କରିବାରେ ସେମାନଙ୍କୁ ୨ୟଶ୍ରେଣୀ ପଦବୀର ମୂଳ ଦରମାରେ ଷ୍ଟାଇପେଣ୍ଡାରୀ ଇଂଜିନିୟର ଭାବେ ନିଯୁକ୍ତି ଦିଆଯାଇ ପଦବୀ ସୃଷ୍ଟି ପରେ ନିୟମିତ କରାଗଲା। କିଛିବର୍ଷ ପାଇଁ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାକୁ ସରକାର ପୁନଶ୍ଚ ୨୦୧୨ମସିହାରୁ ଲାଗୁ କରିଛନ୍ତି। ସମାନ କାମକୁ ସମାନ ଦରମାର ଏହା ପରିପନ୍ଥୀ ସତ୍ତ୍ବେ ବେକାରିରୁ ମୁକ୍ତି ଓ ଭବିଷ୍ୟତ ଆଶାରେ ଏହି ନିଯୁକ୍ତିକୁ ସମ୍ପୃକ୍ତ କର୍ମଚାରୀମାନେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଜିଲା ସ୍ତରରୁ ରାଜ୍ୟ ସ୍ତରୀୟ ନିଯୁକ୍ତି ପାଇଁ ମଧ୍ୟ ଏହି ଧାରା ବଜାୟ ରହିଛି।
ଅନ୍ୟ ଏକ ନିଯୁକ୍ତିଧାରା ସରକାର ନିର୍ଣ୍ଣୟ କରିଛନ୍ତି; ଯାହା ଆଉଟସୋର୍ସିଂ ଭାବେ ନାମିତ ହେଇଛି। କିଛି ସଂସ୍ଥା ସରକାରୀ କାର୍ଯ୍ୟାଳୟ ପାଇଁ ଗ୍ରୁପ ଡି(୪ର୍ଥ ଶ୍ରେଣୀ) ଓ ବୈଷୟିକ କର୍ମଚାରୀ ଯୋଗାଣ ଉଦ୍ଦେଶ୍ୟରେ ଅନୁବନ୍ଧିତ ହୋଇଛନ୍ତି। ସେମାନେ ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତ କରନ୍ତି। କର୍ମଚାରୀଙ୍କ ପ୍ରାପ୍ୟ ନିଯୁକ୍ତିଦାତାଙ୍କ ମାଧ୍ୟମରେ ଦିଆଯାଏ। ସେହି ପ୍ରାପ୍ୟରୁ କିଛି ଅର୍ଥ ନିଯୁକ୍ତିଦାତା ରଖନ୍ତି। ଏହି ସଂସ୍ଥାଗୁଡ଼ିକର ଅଡିଟ ହୁଏ କି ନାହିଁ ତାହା ଅସ୍ପଷ୍ଟ। ନିଯୁକ୍ତିଦାତା କିନ୍ତୁ ପ୍ରକୃତ ପ୍ରାପ୍ୟରୁ କର୍ମଚାରୀଙ୍କୁ କମ୍‌ ଅର୍ଥ ଦେଉଥିଲେ ବି ଚାକିରି ଚାଲିଯିବା ଭୟରେ କେହି ପାଟି ଖୋଲିବାକୁ ସାହସ କରନ୍ତି ନାହିଁ। ଏହି ସଂସ୍ଥା ରାଜ୍ୟର ବିଶିଷ୍ଟ ଲୋକଙ୍କ ଦ୍ବାରା ବା ମାଧ୍ୟମରେ ପରିଚାଳିତ ହେଉଥିବାରୁ ସେମାନେ ସରକାରଙ୍କୁ ପ୍ରଭାବିତ କରି ବିନା ପୁଞ୍ଜିରେ ବ୍ୟବସାୟ ତୁଲ୍ୟ ବହୁ ଅର୍ଥ ରୋଜଗାର କରିଥାନ୍ତି। ସମ୍ପୃକ୍ତ କର୍ମଚାରୀମାନେ କେବଳ ବର୍ତ୍ତମାନର ଭରସାରେ ହିଁ ରହନ୍ତି। ରୋଜଗାର ରକ୍ଷା ପାଇଁ ନିୟମିତ କର୍ମଚାରୀଙ୍କଠାରୁ ସେମାନେ ଅଧିକ କାର୍ଯ୍ୟ କରିଥାନ୍ତି। ଅବଶ୍ୟ ହାଇକୋର୍ଟ ଏହି ବର୍ଗର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି।
ଏବେ ବି ଅନେକ ସ୍କୁଲ କଲେଜରେ ବହୁ ପଦବୀ ଖାଲି ଯୋଗୁ ଅତିଥି ଶିକ୍ଷକ ଓ ଅଧ୍ୟାପକମାନେ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କର ମଧ୍ୟ ଉତ୍ତର ଦାୟିତ୍ୱ ରହୁନାହିଁ। ରାଜ୍ୟରେ ଉତ୍କଟ ବେକାରି ରହିଥିବା ସତ୍ତ୍ବେ ଏଭଳି ନିଯୁକ୍ତି ଚାକିରି ଆଶାୟୀଙ୍କ ଭବିଷ୍ୟତ ପାଇଁ ବାଧକ ହେଉଛି। ଅବସରପ୍ରାପ୍ତ ନିଯୁକ୍ତିରେ ସମ୍ପୃକ୍ତ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସରକାରଙ୍କ ଉପରେ କର୍ତ୍ତୃତ୍ୱ ଯୋଗୁ ଚାକିରି ଆଶାୟୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଯାଉଛି। ପ୍ରସଙ୍ଗକ୍ରମେ ଏହା ଉଲ୍ଲେଖ ଯୋଗ୍ୟ ଯେ ୨୦୦୫ ମସିହା ପୂର୍ବରୁ ଚାକିରି କରିଥିବା ପ୍ରତ୍ୟେକ କର୍ମଚାରୀ ଚାକିରି ଶେଷରେ ଆଜୀବନ ନିୟମିତ ପେନ୍‌ସନ ଓ ପରେ ତାଙ୍କ ଜୀବିତ ପତ୍ନୀ ମଧ୍ୟ ଆଜୀବନ ପରିବାର ପେନ୍‌ସନ ପାଇବା ବ୍ୟବସ୍ଥା ରହିଛି। ଅବସର ପରେ ସେମାନେ ସ୍ବମନୋନୀତ କାର୍ଯ୍ୟାଳୟରେ ଅନୂ୍ୟନ ଗୋଟିଏ ବର୍ଷ ବିନା ପାରିଶ୍ରମିକରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାପାଇଁ ସରକାରୀ ନିୟମ କରାଯାଇପାରେ। କିନ୍ତୁ ଅବସର ପରେ ପୁନର୍ନିଯୁକ୍ତି ଦିଆଯିବା ଦ୍ବାରା ଆଶାୟୀ ପ୍ରାର୍ଥୀ ପ୍ରତି ଯଥେଷ୍ଟ ଅନ୍ୟାୟ ସହ ବେକାରି ଦୂରୀକରଣର ପରିପନ୍ଥୀ ହେଉଛି। ସରକାର, ରାଜ୍ୟର ପ୍ରତ୍ୟେକ ମଞ୍ଜୁରୀପ୍ରାପ୍ତ ପଦବୀରେ ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ସହ ପ୍ରତ୍ୟେକ ସ୍ତରରୁ ଅବସରପ୍ରାପ୍ତ ନିଯୁକ୍ତି ଏବଂ ଆଉଟସୋର୍ସିଂ ନିୟମର ପୂର୍ଣ୍ଣଚ୍ଛେଦ ପକାଇବା ଜରୁରୀ। ଏହାଦ୍ବାରା ବହୁ ହଜାର ବେକାର ଯୁବତୀ ଯୁବକ ନିଶ୍ଚିତ ଉପକୃତ ହେବେ।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri