Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ଭାରତର ଦ୍ୱିତୀୟ ପରାଜୟ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳରେ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ଚାଇନାଠାରୁ ୧-୨ରେ ହାରିଥିବା ଭାରତ ରବିବାର ବିଶ୍ୱର ନମ୍ବର ଓ୍ବାନ ଦଳ ନେଦରଲାଣ୍ଡ୍ସ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଛି।

ମ୍ୟାଚର ପ୍ରଥମ କ୍ୱାର୍ଟରରୁ ଆକ୍ରମଣାତ୍ମକ ଖେଳିଥିଲା ନେଦରଲାଣ୍ଡ୍ସ। ୩ୟ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ଏବଂ ଏହାକୁ ଗୋଲରେ ପରିଣତ କରିଥିଲେ ଜାନସେନ ୟିବି। ୯ମ ମିନିଟରେ ଓଡ଼ିଶାର ସୁନେଲିତା ଟପ୍ପୋଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ ନଭନିତ କୌର। ୧୦ମ ମିନିଟରେ ଭାରତ ଓ ୧୪ଶ ମିନିଟରେ ନେଦରଲାଣ୍ଡ୍ସ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୨୦ତମ ମିନିଟରେ ଏକ ଗୋଲ ଦେଇ ନେଦରଲାଣ୍ଡ୍ସକୁ ପୁଣି ଅଗ୍ରଣୀ କରିଥିଲେ ଭାନ୍‌ ଡର୍‌ ଏଲିଷ୍ଟ ଫେ।

ଭାରତ ୨୧ ଓ ୨୨ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ୨୩ତମ ମିନିଟରେ ନେଦରଲାଣ୍ଡ୍ସର କୋଲେନ ସାନିଙ୍କୁ ଗ୍ରୀନ୍‌ କାର୍ଡ ମିଳିଥିଲା। ସେହିପରି ବିପଜ୍ଜନକ ପ୍ରଦର୍ଶନ ପାଇଁ ୨୭ତମ ମିନିଟରେ ଭାରତର ଦୀପିକା ଓ ନେଦରଲାଣ୍ଡ୍ସର ଦ୍ରୁମଣ୍ଡ ଇଭାଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦର୍ଶନ କରାଯାଇଥିଲା। ପ୍ରଥମାର୍ଦ୍ଧରେ ୨-୧ରେ ଅଗ୍ରଣୀ ରହିଥିବା ନେଦରଲାଣ୍ଡ୍ସ ତୃତୀୟ କ୍ୱାର୍ଟରରେ ଅର୍ଥାତ୍‌ ୩୪ତମ ମିନିଟରେ ଜାନସେନ ୟିବିଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ବଳରେ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲା। ଅନ୍ତିମ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ଭାରତ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲା। ମାତ୍ର ୪୭, ୪୮ ଓ ୫୩ତମ ମିନିଟରେ ମିଳିଥିବା ପେନାଲ୍ଡି କର୍ନରକୁ ଗୋଲରେ ପରିଣତ କରି ନ ପାରିବା ଦଳପାଇଁ ମହଙ୍ଗା ପଡ଼ିଥିଲା। ୫୦ତମ ମିନିଟରେ ନେଦରଲାଣ୍ଡ୍ସର ସାଣ୍ଡର୍ସ ପେନ୍‌ ୟେଲୋ କାର୍ଡ ପାଇଥିଲେ। କଳିଙ୍ଗରେ ନେଦରଲାଣ୍ଡ୍ସର ଏହାଥିଲା କ୍ରମାଗତ ଦ୍ୱିତୀୟ ବିଜୟ। ଶନିବାର ଏହି ଦଳ ଆମେରିକାକୁ ୭-୦ ଗୋଲରେ ପରାସ୍ତ କରିଥିଲା। ଓଭରଅଲ୍‌ ୨୦୨୩-୨୪ ସିଜନରେ ଏହାଥିଲା ଦଳର ଲଗାତର ୬ଷ୍ଠ ବିଜୟ। ଫଳରେ ଏହି ଦଳ ୧୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ନିଜ ସ୍ଥାନକୁ ମଜଭୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri