Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ଭାରତର ଦ୍ୱିତୀୟ ପରାଜୟ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳରେ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ଚାଇନାଠାରୁ ୧-୨ରେ ହାରିଥିବା ଭାରତ ରବିବାର ବିଶ୍ୱର ନମ୍ବର ଓ୍ବାନ ଦଳ ନେଦରଲାଣ୍ଡ୍ସ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଛି।

ମ୍ୟାଚର ପ୍ରଥମ କ୍ୱାର୍ଟରରୁ ଆକ୍ରମଣାତ୍ମକ ଖେଳିଥିଲା ନେଦରଲାଣ୍ଡ୍ସ। ୩ୟ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ଏବଂ ଏହାକୁ ଗୋଲରେ ପରିଣତ କରିଥିଲେ ଜାନସେନ ୟିବି। ୯ମ ମିନିଟରେ ଓଡ଼ିଶାର ସୁନେଲିତା ଟପ୍ପୋଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ ନଭନିତ କୌର। ୧୦ମ ମିନିଟରେ ଭାରତ ଓ ୧୪ଶ ମିନିଟରେ ନେଦରଲାଣ୍ଡ୍ସ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୨୦ତମ ମିନିଟରେ ଏକ ଗୋଲ ଦେଇ ନେଦରଲାଣ୍ଡ୍ସକୁ ପୁଣି ଅଗ୍ରଣୀ କରିଥିଲେ ଭାନ୍‌ ଡର୍‌ ଏଲିଷ୍ଟ ଫେ।

ଭାରତ ୨୧ ଓ ୨୨ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ୨୩ତମ ମିନିଟରେ ନେଦରଲାଣ୍ଡ୍ସର କୋଲେନ ସାନିଙ୍କୁ ଗ୍ରୀନ୍‌ କାର୍ଡ ମିଳିଥିଲା। ସେହିପରି ବିପଜ୍ଜନକ ପ୍ରଦର୍ଶନ ପାଇଁ ୨୭ତମ ମିନିଟରେ ଭାରତର ଦୀପିକା ଓ ନେଦରଲାଣ୍ଡ୍ସର ଦ୍ରୁମଣ୍ଡ ଇଭାଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦର୍ଶନ କରାଯାଇଥିଲା। ପ୍ରଥମାର୍ଦ୍ଧରେ ୨-୧ରେ ଅଗ୍ରଣୀ ରହିଥିବା ନେଦରଲାଣ୍ଡ୍ସ ତୃତୀୟ କ୍ୱାର୍ଟରରେ ଅର୍ଥାତ୍‌ ୩୪ତମ ମିନିଟରେ ଜାନସେନ ୟିବିଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ବଳରେ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲା। ଅନ୍ତିମ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ଭାରତ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲା। ମାତ୍ର ୪୭, ୪୮ ଓ ୫୩ତମ ମିନିଟରେ ମିଳିଥିବା ପେନାଲ୍ଡି କର୍ନରକୁ ଗୋଲରେ ପରିଣତ କରି ନ ପାରିବା ଦଳପାଇଁ ମହଙ୍ଗା ପଡ଼ିଥିଲା। ୫୦ତମ ମିନିଟରେ ନେଦରଲାଣ୍ଡ୍ସର ସାଣ୍ଡର୍ସ ପେନ୍‌ ୟେଲୋ କାର୍ଡ ପାଇଥିଲେ। କଳିଙ୍ଗରେ ନେଦରଲାଣ୍ଡ୍ସର ଏହାଥିଲା କ୍ରମାଗତ ଦ୍ୱିତୀୟ ବିଜୟ। ଶନିବାର ଏହି ଦଳ ଆମେରିକାକୁ ୭-୦ ଗୋଲରେ ପରାସ୍ତ କରିଥିଲା। ଓଭରଅଲ୍‌ ୨୦୨୩-୨୪ ସିଜନରେ ଏହାଥିଲା ଦଳର ଲଗାତର ୬ଷ୍ଠ ବିଜୟ। ଫଳରେ ଏହି ଦଳ ୧୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ନିଜ ସ୍ଥାନକୁ ମଜଭୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri