Posted inଖେଳ

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ଙ୍କୁ ‘ଏଫ୍‌ଆଇଏଚ୍‌ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଇକ୍ରାମ କହିଛନ୍ତି, ଗତ ଦୁଇ ସପ୍ତାହରେ ଓଡ଼ିଶାରେ ଆମେ ଯାହା ଦେଖିଛୁ ବାସ୍ତବିକ ଅଭୁତପୂର୍ବ। ଅତ୍ୟାଧୁନିକ ସୁବିଧା ନୁହେଁ, ହକି ପାଇଁ ଓଡ଼ିଶାବାସୀଙ୍କ ଇତ୍ସାହ ଉଦ୍ଦୀପନା ଆମକୁ ଅଭୀଭୂତ କରିଛି। କେବଳ ଭାରତୀୟ ଦଳ ନୁହେଁ, ଅନ୍ୟ ଦଳଗୁଡ଼ିକ ପ୍ରତି ସେମାନଙ୍କର ଭଲପାଇବା ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ପଛରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ୍‌ଙ୍କ ପ୍ରମୁଖ ଭୂମିକା ରହିଛି।

ଓଡ଼ିଶା ରାଜ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଯାଇ ପାଣ୍ଡିଆନଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରି ନିଜକୁ ଧନ୍ୟ ମନେକରିଛନ୍ତି। ସମ୍ମାନ୍‌ଜନକ ପୁରସ୍କାର ପାଇବା ପରେ ପାଣ୍ଡିଆନ କହିଥିଲେ, ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ଗ୍ରହଣ କରି ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି। ବିଶ୍ୱକପ୍‌ର ସଫଳ ଆୟୋଜନ ପଛରେ ଟିମ୍‌ ଓଡ଼ିଶାର ବଡ଼ ଭୂମିକା ରହିଛି। ସେ କେବଳ ଏହାର ପ୍ରତିନିଧି ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ମାତ୍ର। ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ। ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଥିଲେ, ଗତ ଦୁଇ ଦଶନ୍ଧି ହେଲା କ୍ରୀଡ଼ାରେ ବିଶେଷ ଭାବେ ହକି କ୍ଷେତ୍ରରେ ପାଣ୍ଡିଆନ୍‌ଙ୍କ ଅବଦାନ ସେ ଦେଖିଛନ୍ତି। କ୍ରୀଡ଼ାବିତ୍‌ମାନଙ୍କୁ କିପରି ଉପଯୁକ୍ତ ସୁବିଧା ସୁଯୋଗ ଦିଆଯାଇପାରିବ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେଇଥାନ୍ତି। ସୂଚନାଯୋଗ୍ୟ, ହକି ପ୍ରତି ସିଧାସଳଖ ଅବା ପରୋକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ଦିଆଯାଇଥାଏ। ଏହା କୌଣସି ସଂଗଠନ, ଜାତୀୟ ଆସୋସିଏଶନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri