ନୂଆଁ-ପୁରଣା ଚେହେରା ମଧ୍ୟରେ ଲଢେଇ

ନୂଆପଡ଼ା ଅଫିସ,୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଛି ା ନୂଆପଡା ଜିଲାରେ ୧୪ଟି ଜିଲା ପରିଷଦ ଜୋନ ରହିଥିବାବେଳେ ୫୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୪ ଲକ୍ଷ ୩୪ ହଜାର ୭୩୨ ଭୋଟର ୫୧ ଜଣଙ୍କ ଭାଗ୍ୟ ପରୀକ୍ଷା କରିବେ। କୋମନା ବ୍ଲକର ୩ଟି ଜୋନରେ ତ୍ରିମୁଖୀ ଲଢେଇର ପ୍ରଚାର ଜୋର ଧରିଛି। ୧ ନମ୍ବର ଜୋନରେ ବିଜେଡିରୁ ମୁରଲିଧର ଭୋଇ, ଭାଜପାରୁ ଜ୍ଞାନେଶ୍ୱର ମାଝି ଓ କଂଗ୍ରେସରୁ ସୁନ୍ଦର ଚିନ୍ଦା ପ୍ରତିଦ୍ୱନ୍ଦିତା କରୁଛନ୍ତି।

ଭାଜପା, ବିଜେଡି ଓ କଂଗ୍ରେସ ଆସନ ହାତେଇବା ପାଇଁ ଘର ଘର ବୁଲି ପ୍ରଚାର ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ୨ ନମ୍ବର ଜୋନରେ ୨ଟି ନୂଆଁ ଚେହେରା ଥିବାବେଳେ ଜଣେ ପୁରୁଣା ଚେହେରା ରହିଛନ୍ତି। ନୂଆଁ ଚେହେରା ହେଲେ ମଧ୍ୟ କାଟେକା ଟକ୍କର ରହିଛି। ବିଜେଡିରୁ ଅବନୀରଞ୍ଜନ ଯୋଶୀ, ଭାଜପାରୁ ସୋନାଲି ପାଣିଗ୍ରାହୀ ଓ କଂଗ୍ରେସରୁ ମହମ୍ମଦ ଇସାଦ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଅବନୀରଞ୍ଜନ ପାଇଁ ଖୋଦ ବିଧାୟକ ରାଜେନ୍ଦ୍ର ଢୋଲକିଆ ମଙ୍ଗ ଧରିଥିବା ବେଳେ ଭାଜପା ସୋନାଲି ପାଣିଗ୍ରାହୀ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢୀ ମଙ୍ଗ ଧରିଛନ୍ତି ା କଂଗ୍ରେସ ହାତ ଯୋଡି ବୈତରଣି ପାର ହେବା ପାଇଁ ଉଦ୍ୟମ ଚଲାଇଛନ୍ତି। କାହା ମୁଣ୍ଡରେ ହାତି ସୁନା କଳସ ଢାଲିବ ଦେଖିବାକୁ ରହିଲା। ୩ ନମ୍ବର ଜୋନରେ ବିଜେଡିରୁ ଦୀପିକା କୌଶଲ୍ୟା, ଭାଜପାରୁ ଗିତାଞ୍ଜଳି ଦୁରିଆ ଓ କଂଗ୍ରେସରୁ ବବିତା ବାଗ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୩ ଜଣ ନୂଆଁ ଚେହେରା ରହିଛନ୍ତି। କୋମନା ବ୍ଲକର ୩ ଟି ଜୋନରେ କ୍ରମାଗତ ବିଜେଡି ହାତରେ ସବୁ ଆସନ ରହିଥିବା ବେଳେ ଭାଜପା ଓ କଂଗ୍ରେସ ଆସନ ହାତେଇବା ପାଇଁ ଅଙ୍କକଷା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri