Posted inଜାତୀୟ

ରାତି ଅଧରେ ଉଡିଲା ଫାଇଟର ଜେଟ୍‌, ଛାନିଆ ହେଲା ପାକିସ୍ତାନ!

ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା (ଆଇଏଫଏଫ) ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ୩.୫ କିଲୋମିଟର ଲମ୍ବା ରନଓ୍ବେରେ ଶୁକ୍ରବାର ଦିନ ଏକ ଐତିହାସିକ ପରୀକ୍ଷଣ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ହବାଇ ପଟ୍ଟି ଯାହା ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନ ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ। ଏହି ପରୀକ୍ଷଣ ଶାହଜାହାନପୁର ଜିଲ୍ଲାର ଜଲାଲାବାଦ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବାୟୁସେନାର ରାଫେଲ, ଜାଗୁଆର, ମିରାଜ-୨୦୦୦, ମିଗ-୨୯, ଏସ୍ୟୁ-୩୦ ଏମେଆଇ ଆଦି ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହର୍କ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ଭ୫ ହେଲିକପ୍ଟର ସାମିଲ ହୋଇ ନିମ୍ନ ଉଡ଼ାଣ, ଅବତରଣ ଓ ଉଡ଼ାଣ ପରୀକ୍ଷା କରିଛନ୍ତି। ଦିନ ସମୟରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣ ରାତି ୭ଟାରୁ ୧୦ଟା ମଧ୍ୟରେ ରାତ୍ରିକାଳୀନ ଅବତରଣ ପରୀକ୍ଷା ସହିତ ସମାପ୍ତ ହୋଇଛି। ଏହି ରନଓ୍ବେରେ ଉନ୍ନତ ଆଲୋକ ବ୍ୟବସ୍ଥା ଓ ନାଭିଗେସନ ସିଷ୍ଟମ ସ୍ଥାପନ କରାଯାଇଛି, ଯାହା ରାତି ସମୟରେ ସୁରକ୍ଷିତ ଅବତରଣ ସମ୍ଭବ କରିଛି।

ଏହି ପରୀକ୍ଷଣ ଯୁଦ୍ଧ ବା ଜାତୀୟ ଜରୁରୀ ପରିସ୍ଥିତିରେ ବିମାନମାନଙ୍କ ପାଇଁ ବିକଳ୍ପ ରନୱେ ଭାବେ ଗଙ୍ଗା ଏକ୍ସପ୍ରେସୱେର ସାମର୍ଥ୍ୟକୁ ମୂଲ୍ୟାଙ୍କନ କରିଛି। ଏହା ବାୟୁସେନାର ଚବିଶ ଘଣ୍ଟା କାର୍ଯ୍ୟ କ୍ଷମତାକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏହାକୁ ରାଜ୍ୟର ବିକାଶ ଓ ଜାତୀୟ ସୁରକ୍ଷା ପାଇଁ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି।

ଗଙ୍ଗା ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ଚତୁର୍ଥ ଏକ୍ସପ୍ରେସୱେ ଯାହା ହବାଇ ପଟ୍ଟି ସୁବିଧା ସହିତ ର୍ନିମିତ ହୋଇଛି। ଏହା ପୂର୍ବରୁ ଆଗ୍ରା-ଲକ୍ଷ୍ନୌ, ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ମଧ୍ୟ ହବାଇ ପଟ୍ଟି ରହିଛି, କିନ୍ତୁ ରାତ୍ରିକାଳୀନ ସୁବିଧା ଏହା ପ୍ରଥମ। ୫୯୪ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସୱେ ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସଂଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri