ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ନିଆରା ଢଙ୍ଗରେ ଗଳିକନ୍ଦି ବୁଲି ପ୍ରଚାର କରୁଛନ୍ତି। ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ସବୁଦିନ ବ୍ୟବହାର କରୁଥିବା ବୁଲେଟ୍‌। ଆଗରେ ପ୍ରଚାର ଯନ୍ତ୍ର ଓ ପଛରେ ପ୍ରଚାରପତ୍ର ରହିଥିବା ଏକ ବାକ୍ସ ରହିଛି। ତା’ ସହିତ ନିର୍ବାଚନୀ ଚିହ୍ନ ହୁଇସିଲ ବାଣ୍ଟି ଜନତାଙ୍କ ସମର୍ଥନ ଲୋଡ଼ୁଥିବା ତ୍ରିପାଠୀଙ୍କ ସହ ଧରିତ୍ରୀ ପକ୍ଷରୁ ସଂକ୍ଷିପ୍ତ ବାର୍ତ୍ତାଳାପ…

ହୋଇ ରାଜନୀତିକୁ ଆସିବାର କାରଣ?
ମୋ ଲଢ଼େଇ ରାଜନୈତିକ ଲଢ଼େଇ ନୁହେଁ, ନ୍ୟାୟ ପାଇଁ ଲଢ଼େଇ। ପୁରୁଷ ସମାଜ, ପାରିବାରିକ ଓ ସାମାଜିକସ୍ତରରେ ନିର୍ଯାତିତ ତଥା ନ୍ୟାୟ ପାଇଁ କୋର୍ଟ କଚେରି ଦୌଡ଼ିଦୌଡି ନିରାଶ ହେଉଥିବା ବରିଷ୍ଠ ନାଗରିକ, ସିଭିଲ୍‌ ସର୍ଭିସ୍‌ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାଦେବାକୁ ଚାହଁୁଥିବା ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ ମାଧ୍ୟମରେ ସେମାନଙ୍କ ଦକ୍ଷତାକୁ ନ୍ୟାୟ ଦେବା ପାଇଁ ନିର୍ବାଚନ ଲଢ଼ୁଛି।

ପ୍ରସଙ୍ଗ କ’ଣ ରହିଛି?
୮ଟି ନିର୍ବାଚନୀ ପ୍ରସଙ୍ଗ ମଧ୍ୟରୁ ମୁଖ୍ୟ ପ୍ରସଙ୍ଗ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବି। ରାଜଧାନୀର ବଡ଼ ବଡ଼ ଶିକ୍ଷାନୁଷ୍ଠାନର ପ୍ରତିଟି କ୍ଲାସର ପାଠପଢ଼ା ରେକର୍ଡ କରିବା ବ୍ୟବସ୍ଥା କରିବି। ଫଳରେ ଦୂରଦୂରାନ୍ତରୁ ଝିଅମାନେ ଏଠାକୁ ନ ଆସି ଏଠାରେ ପଢ଼ାଯାଉଥିବା ପାଠ ନିଜ ନିଜ ଅଞ୍ଚଳରେ ଉପଲବ୍ଧ କରିପାରିବେ। ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ରେ ଓଭରବ୍ରିଜ୍‌ ପାଇଁ ପଦକ୍ଷେପ ନେବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମଦ୍ୟପମାନେ ମାସିକ ୧୨ଲିଟରରୁ ଅଧିକ ମଦ ନ କିଣିପାରିବା ପାଇଁ ଏକ ସ୍ମାର୍ଟ କାର୍ଡ ବ୍ୟବସ୍ଥା କରାଯିବ। ମଦ ଛାଡ଼ିବାକୁ ଚାହୁଁଥିତ୍ବା ବ୍ୟକ୍ତିଙ୍କୁ ମାଗଣାରେ ନିଶାନିବାରଣ କେନ୍ଦ୍ରରେ ରଖାଯିବ। ମଦ୍ୟପଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯିବ।

ଗୋଷ୍ଠୀର ଭୋଟର ସର୍ବାଧିକ ସମର୍ଥନ ଦେବେ ଭାବୁଛନ୍ତି?
ନ୍ୟାୟ ଆଶାରେ ଥିବା ସବୁ ଭୋଟର ସମର୍ଥନ ଦେବେ।

ତୁଳନାରେ ଏଥର ନିର୍ବାଚନକୁ କିପରି ଦେଖୁଛନ୍ତି?
ଗତଥର ତୁଳନାରେ ମତଦାନ ହାର ନିଶ୍ଚିତ ଭାବରେ ବଢ଼ିବ ବୋଲି ଆଶା କରୁଛି।

କିପରି ଆକର୍ଷିତ କରିବେ?
ଘରୋଇ ସହାୟିକା/ସହାୟକଙ୍କ ପାଇଁ ଏକ ଆୟୋଗ ଗଠନ କରାଯିବ । ସେମାନଙ୍କୁ ପରିଚୟ ପତ୍ର ମିଳିବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ପରିଚୟ ପତ୍ର ମିଳିବ। ଛାତ୍ରୀଛାତ୍ର ଅଥବା ବରିଷ୍ଠ ନାଗରିକ ସମସ୍ତଙ୍କ ପାଇଁ କିଛି ନୂଆ ଯୋଜନା ରହିଛି। ତେଣୁ ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରୁଛନ୍ତି।

ଦଳ ସହ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ?
ଉତ୍ତର ନିର୍ବାଚନମଣ୍ଡଳୀରେ ୧୦ରୁ ଅଧିକ ପ୍ରାର୍ଥୀ ଅଛନ୍ତି। ମାତ୍ର ଗୋଟିଏ ଭୋଟରେ ହେଉ ପଛେ ବିଜୟ ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri