Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବାକୁ ଟଣାଓଟରା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୬ା୯: ହରିୟାଣାସ୍ଥିତ ଅମ୍ବାଲା କ୍ୟାଣ୍ଟେନମେଣ୍ଟ ଆସନର ଭାଜପା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅନିଲ ଭିଜ୍‌ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାଜପା ପୁନର୍ବାର କ୍ଷମତାସୀନ ହେଲେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି କରିବେ। କାରଣ ସେ ରାଜ୍ୟର ସବୁଠୁ ବରିଷ୍ଠ ବିଧାୟକ। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ଉପରେ ଲୋକେ ପ୍ରବଳ ଚାପ ପକାଉଛନ୍ତି। ଭାଜପା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ନାମ ଏହି ପଦବୀ ଲାଗି ଘୋଷଣା କରିସାରିଥିବାବେଳେ ଭିଜ୍‌ଙ୍କ ଦାବି ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ମଧ୍ୟ ରହିଛି। ତେବେ ଭିଜ୍‌ଙ୍କ ଦାବିଦାରି ଭାଜପା ଶୀର୍ଷ ନେତୃତ୍ୱଙ୍କ ଆଗରେ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।
ଥର ବିଧାୟକ ହୋଇସାରିଥିବା ଭିଜ୍‌ ନିଜ ପୋଷ୍ଟରେ ଆହୁରି କହିଛନ୍ତି, ତାଙ୍କୁ ସୁଯୋଗ ମିଳିଲେ ସେ ହରିୟାଣାରେ ବଡ଼ ଧରଣର ଉନ୍ନତି ଘଟାଇବେ। ଭିଜ୍‌ ପୂର୍ବରୁ ୨ ଥର ମୁଖ୍ୟମନ୍ତ୍ରୀ ହେଉ ହେଉ ଏହି ପଦ ତାଙ୍କ ହାତରୁ ଖସିଯାଇଥିଲା। ଥରେ ମନୋହର ଲାଲ ଖଟ୍ଟାର ଓ ଆଉ ଥରେ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୨୦୧୪ରେ ଭିଜ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ ଆଗରେ ରହିଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଘନିଷ୍ଠ ଖଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ସେତେବେଳେ ଭିଜ୍‌ଙ୍କୁ ଗୃହମନ୍ତ୍ରୀ କରାଯାଇଥିଲା, କିନ୍ତୁ ସେ କ୍ୟାବିନେଟ୍‌ର ସବୁଠୁ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଉଭା ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଟ୍ଟାରଙ୍କୁ ଲୋକ ସଭା ପ୍ରାର୍ଥୀ କରାଯାଇଥିଲା। ମାର୍ଚ୍ଚ ୧୨ରେ ତାଙ୍କ ସ୍ଥାନରେ ଖଟ୍ଟାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଥିବାବେଳେ କେନ୍ଦ୍ରୀୟ ନେତୃତ୍ୱ ସାଇନିଙ୍କୁ ସୁଯୋଗ ଦେଇଥିଲେ। ଏପରି କି ଭିଜ୍‌ଙ୍କୁ ସାଇନିଙ୍କ କ୍ୟାବିନେଟ୍‌ରେ ସାମିଲ କରାଯାଇ ନ ଥିଲା। ତେଣୁ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ଥିବା ଭିଜ୍‌ ନିଜ ମହତ୍ତ୍ୱାକାଂକ୍ଷାକୁ ନେଇ ଖୋଲାଖୋଲି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ହରିୟାଣା ଭାଜପା ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ସ୍ପଷ୍ଟ କରିବାକୁ ପଡ଼ିଛି ଯେ, ସାଇନି ହିଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା। କର୍ନାଲରେ ନିର୍ବାଚନ ପ୍ରଚାରବେଳେ ଧର୍ମେନ୍ଦ୍ରଙ୍କୁ ଖବରଦାତାମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଭିଜ୍‌ ଭାଜପାର ଜଣେ କର୍ମୀ ଭାବେ ଏପରି କହିଥାଇପାରନ୍ତି। କିନ୍ତୁ ନାଏବ ସିଂ ସାଇନି ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri