Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବାକୁ ଟଣାଓଟରା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୬ା୯: ହରିୟାଣାସ୍ଥିତ ଅମ୍ବାଲା କ୍ୟାଣ୍ଟେନମେଣ୍ଟ ଆସନର ଭାଜପା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅନିଲ ଭିଜ୍‌ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାଜପା ପୁନର୍ବାର କ୍ଷମତାସୀନ ହେଲେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି କରିବେ। କାରଣ ସେ ରାଜ୍ୟର ସବୁଠୁ ବରିଷ୍ଠ ବିଧାୟକ। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ଉପରେ ଲୋକେ ପ୍ରବଳ ଚାପ ପକାଉଛନ୍ତି। ଭାଜପା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ନାମ ଏହି ପଦବୀ ଲାଗି ଘୋଷଣା କରିସାରିଥିବାବେଳେ ଭିଜ୍‌ଙ୍କ ଦାବି ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ମଧ୍ୟ ରହିଛି। ତେବେ ଭିଜ୍‌ଙ୍କ ଦାବିଦାରି ଭାଜପା ଶୀର୍ଷ ନେତୃତ୍ୱଙ୍କ ଆଗରେ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।
ଥର ବିଧାୟକ ହୋଇସାରିଥିବା ଭିଜ୍‌ ନିଜ ପୋଷ୍ଟରେ ଆହୁରି କହିଛନ୍ତି, ତାଙ୍କୁ ସୁଯୋଗ ମିଳିଲେ ସେ ହରିୟାଣାରେ ବଡ଼ ଧରଣର ଉନ୍ନତି ଘଟାଇବେ। ଭିଜ୍‌ ପୂର୍ବରୁ ୨ ଥର ମୁଖ୍ୟମନ୍ତ୍ରୀ ହେଉ ହେଉ ଏହି ପଦ ତାଙ୍କ ହାତରୁ ଖସିଯାଇଥିଲା। ଥରେ ମନୋହର ଲାଲ ଖଟ୍ଟାର ଓ ଆଉ ଥରେ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୨୦୧୪ରେ ଭିଜ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ ଆଗରେ ରହିଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଘନିଷ୍ଠ ଖଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ସେତେବେଳେ ଭିଜ୍‌ଙ୍କୁ ଗୃହମନ୍ତ୍ରୀ କରାଯାଇଥିଲା, କିନ୍ତୁ ସେ କ୍ୟାବିନେଟ୍‌ର ସବୁଠୁ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଉଭା ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଟ୍ଟାରଙ୍କୁ ଲୋକ ସଭା ପ୍ରାର୍ଥୀ କରାଯାଇଥିଲା। ମାର୍ଚ୍ଚ ୧୨ରେ ତାଙ୍କ ସ୍ଥାନରେ ଖଟ୍ଟାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଥିବାବେଳେ କେନ୍ଦ୍ରୀୟ ନେତୃତ୍ୱ ସାଇନିଙ୍କୁ ସୁଯୋଗ ଦେଇଥିଲେ। ଏପରି କି ଭିଜ୍‌ଙ୍କୁ ସାଇନିଙ୍କ କ୍ୟାବିନେଟ୍‌ରେ ସାମିଲ କରାଯାଇ ନ ଥିଲା। ତେଣୁ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ଥିବା ଭିଜ୍‌ ନିଜ ମହତ୍ତ୍ୱାକାଂକ୍ଷାକୁ ନେଇ ଖୋଲାଖୋଲି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ହରିୟାଣା ଭାଜପା ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ସ୍ପଷ୍ଟ କରିବାକୁ ପଡ଼ିଛି ଯେ, ସାଇନି ହିଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା। କର୍ନାଲରେ ନିର୍ବାଚନ ପ୍ରଚାରବେଳେ ଧର୍ମେନ୍ଦ୍ରଙ୍କୁ ଖବରଦାତାମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଭିଜ୍‌ ଭାଜପାର ଜଣେ କର୍ମୀ ଭାବେ ଏପରି କହିଥାଇପାରନ୍ତି। କିନ୍ତୁ ନାଏବ ସିଂ ସାଇନି ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri