Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳକୁ ଛେତ୍ରୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ ଫୁଟ୍‌ବଲ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ସେ ୨୦୨୨ ବିଶ୍ୱକପ୍‌ ପାଇଁ ଘୋଷିତ ୨୮ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ ଖେଳିବାକୁ ଏହି ଭାରତୀୟ ଦଳ ବୁଧବାର ଦୋହା ଯାତ୍ରା କରିଛି।
କାତାର ରାଜଧାନୀ ଦୋହାରେ ଏକ ବାୟୋ ବବଲ୍‌ରେ ଭାରତୀୟ ଦଳ ଏକ ପ୍ରସ୍ତୁତି ଶିବିରରେ ଯୋଗଦେଇ ଅଭ୍ୟାସ କରିବ। ଜୁନ୍‌ ୩ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ କାତାରକୁ ଭେଟିବ। ମାର୍ଚ୍ଚ ୨୫ ଓ ୨୯ ତାରିଖରେ ଭାରତ ଯଥାକ୍ରମେ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଛେତ୍ରୀ ଦୁଇଟି ମ୍ୟାଚ୍‌ ଖେଳିପାରି ନ ଥିଲେ। ଏବେ ସେ ଆଗାମୀ ମ୍ୟାଚ୍‌ ପାଇଁ ଉପଲବ୍ଧ ହେବେ। କାତାର ଯିବାର ପୂର୍ବରୁ ସବୁ ଖେଳାଳି ଗତ ୪୮ ଘଣ୍ଟା ମଧ୍ୟରେ ଆରଟି- ପିସିଆର କୋଭିଡ୍‌- ୧୯ ଟେଷ୍ଟ କରାଇବା ସହ ନେଗେଟିଭ ରିପୋର୍ଟ ତାଙ୍କ ସହ ନେବା ଆବଶ୍ୟକ ବୋଲି କୁହାଯାଇଛି। କାତାର ପ୍ରସ୍ଥାନ କରିବା ପୂର୍ବରୁ ସବୁ ଖେଳାଳି ଦିଲ୍ଲୀରେ ମେ’ ୧୫ରୁ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି।
ଏଫ୍‌ସି ଗୋଆ ମିଡ୍‌ଫିଲ୍ଡର ଗ୍ଲନ ମାର୍ଟିନ୍ସ ପ୍ରଥମଥର ପାଇଁ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଉଡନ୍ତା ସିଂ, ବ୍ରାଣ୍ଡନ ଫର୍ନାଣ୍ଡିଜ୍‌, ପ୍ରଣୟ ହାଲଦାର ଓ ଅବଦୁଲ ସାହାଲଙ୍କ ଭଳି ଓ୍ବିଙ୍ଗର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜିକ୍‌ସନ ସିଂ, ରେନାଏର ଫର୍ନାଣ୍ଡିଜ୍‌ ଓ ହାଲିଚରନ ନର୍ଜାରେଙ୍କ ଭଳି ମିଡ୍‌ଫିଲ୍ଡର ଓ ଫରଓ୍ବାର୍ଡ ହିତେଶ ଶର୍ମା ଦଳରୁ ବାଦ୍‌ ପଡିଛନ୍ତି। ଡିଫେଣ୍ଡର ରାହୁଲ ଭେକେ, ନରେନ୍ଦର ଗେଲ୍‌ହଟ ଓ ସୁଭାଶିଷ ବୋଷ ଦଳକୁ ଫେରିଛନ୍ତି। ଅନ୍ୟପଟେ ଆଶୁତୋଷ ମେହଟା, ମାନ୍ଦାର ରାଓ ଦେଶାଇ ଓ ମଶଉର ଶିରିଫ୍‌ ଦଳରୁ ବାଦ୍‌ ପଡିଛନ୍ତି। କୋଚ୍‌ ଆଇଗର ଷ୍ଟିମାକ ଦଳରେ ୩ଜଣ ଗୋଲକିପରଙ୍କୁ ସାମିଲ କରିଛନ୍ତି। କିନ୍ତୁ ସୁଭାଶିଷ ରଏ ଚୌଧୁରୀ ବାଦ୍‌ ପଡିଛନ୍ତି।
ଭାରତ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡିସାରିଛି। ତେବେ ଚାଇନାରେ ଆୟୋଜନ ହେବାକୁ ଥିବା ୨୦୨୩ ଏସିଆନ୍‌ କପ୍‌ରେ ସ୍ଥାନ ପାଇବାକୁ ଭାରତ ପ୍ରୟାସ କରିବ। ଗ୍ରୁପ୍‌ ଇ’ରେ ୩ ପଏଣ୍ଟ ହାସଲ କରି ଭାରତ ଚତୁର୍ଥ ସ୍ଥାନରେ ରହିଛି। ମହାମାରୀ ଯୋଗୁ ଆମ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ମେ’ ମାସରେ କୋଲକାତାରେ ଆୟୋଜନ ହେବାକୁ ଥିବା ଆମ ପ୍ରଶିକ୍ଷଣ ଶିବିର ବାତିଲ ହୋଇଥିଲା। ଦୁବାଇରେ ଖେଳାଯିବାକୁ ଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା। ଜୁନ୍‌ ୩ରେ ଭାରତୀୟ ଫୁଟ୍‌ବଲ ଦଳ କାତାରକୁ, ଜୁନ୍‌ ୭ରେ ବାଂଲାଦେଶକୁ ଓ ଜୁନ୍‌ ୧୫ରେ ଆଫଗାନିସ୍ତାନକୁ ଭେଟିବ।
ଭାରତୀୟ ଦଳ:
ଗୋଲ କିପର- ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, ଧୀରଜ ସିଂ।
ଡିଫେଣ୍ଡର- ପ୍ରୀତମ୍‌ କୋଟାଲ, ରାହୁଲ ଭେକେ, ନରେନ୍ଦର ଗେହଲଟ, ଚିଙ୍ଗଲେସାନା ସିଂ, ସନ୍ଦେଶ ଝିନ୍‌ଗାନ, ଆଦିଲ ଖାଁ, ଆକାଶ ମିଶ୍ରା, ସୁଭାଷିଶ ବୋଷ।
ମିଡ୍‌ଫିଲ୍ଡର- ଉଡନ୍ତା ସିଂ, ବ୍ରାଣ୍ଡନ ଫର୍ନାଣ୍ଡିଜ୍‌, ଲିଷ୍ଟନ କୋଲାକୋ, ରୋଲିନ ବର୍ଗସ, ଗ୍ଲାନ ମାର୍ଟିନ୍ସ, ଅନୁରିଦ୍ଧ ଥାପ୍ପା, ପ୍ରଣୟ ହାଲଦାର, ସୁରେଶ ସିଂ, ଲାଲେଙ୍ଗମାଓ୍ବିଆ ରାଲଟେ, ଅବଦୁଲ ସାହାଲ, ୟାସିର ମହମ୍ମଦ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ବିପିନ ସିଂ, ଆଶିକ୍‌ କୁରୁନିୟାନ।
ଫରଓ୍ବାଡର୍‌ସ: ଇଶାନ ପଣ୍ଡିତ, ସୁନୀଲ ଛେତ୍ରୀ, ମନବୀର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri