Posted inଖେଳ

ଫିଫା ବିଶ୍ୱକପ ଉଦ୍‌ଘାଟନୀ ଝଲକ

ଦୋହା, ୨୧ା୧୧: କାତାରର ଅଲ୍‌ ବାୟଟ ଷ୍ଟାଡିୟମରେ ରବିବାର ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। କେ ପପ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ କିମ୍‌ ଜଙ୍ଗକୁକ୍‌ ଉଦ୍‌ଘାଟନୀ ସମାରୋହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ।

ମନ ମୋହିଲେ ଜଙ୍ଗକୁକ

କାତାର ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହ ମଧ୍ୟରେ ଆୟୋଜିତ ହୋଇଛି। ଆୟାଜକ କାତାର ଓ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଅଲ ବାୟଟ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେ ପପ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ କିମ୍‌ ଜଙ୍ଗକୁକ୍‌ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିବା ସହିତ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ୪ଟି ଭାଗରେ ଉଦ୍‌ଘାଟନୀ ସମାରୋହକୁ ବିଭକ୍ତ କରାଯାଇଥିଲା। ଓପନିଂ ସେରିମନି, ଚାଣ୍ଟ ଅଫ୍‌ ନେସନ୍ସ, ଓ୍ବାଲର୍‌ଡ କପ୍‌ ମେଡଲୀ ଓ ଜଙ୍ଗକୁକଙ୍କ ପ୍ରଦର୍ଶନକୁ ନେଇ ୪ ଭାଗରେ ବିଭକ୍ତ ହୋଇଥିଲା ଉଦ୍‌ଘାଟନୀ ସମାରୋହ। ଓପନିଂ ସେରିମନିରେ ଓସ୍କାର ବିଜେତା ଅଭିନେତା ମୋର୍ଗାନ୍‌ ଫ୍ରି ମ୍ୟାନ ଏକତା ଉପରେ ଏକକ ଅଭିନୟ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଅଭିନେତା ଘନିମ୍‌ ଅଲ ମୁଫ୍‌ତାହା ଓ ଡାନାଙ୍କ ସମେତ କିଛି କାତାରୀ ମହିଳା ଏବଂ ଓଟ ଚାଳକଙ୍କୁ ଏହି ଆକ୍ଟର ସାମିଲ କରାଯାଇଥିଲା।]

ଚାଣ୍ଟ ଅଫ୍‌ ନେସନ୍ସ: ମୋର୍ଗାନ ଫ୍ରି ମ୍ୟାନ୍‌ ପ୍ରଚ୍ଛଦପଟ୍ଟରେ ସୂତ୍ରଧର ରହିଥିବା ବେଳେ ୩୨ ଅଂଶଗ୍ରହଣକାରୀ ଦେଶର ଜାତୀୟ ପତାକାକୁ ଏଲ୍‌ଇଡି ଲାଇଟ ମାଧ୍ୟମରେ ଦେଖା ଯାଇଥିଲା। ବିଭିନ୍ନ ରାଷ୍ଟ୍ରରଏକତା ଉପରେ ଫ୍ରି ମ୍ୟାନ୍‌ ଅଭିନୟ କରିଥିଲେ। ଏହାପରେ ଖଣ୍ଡାଯୁଦ୍ଧ ସମ୍ବଳିତ ନୃତ୍ୟ ପରିବେଷଣ କରିଥିଲେ ସ୍ଥାନୀୟ କଳାକାର ଗ୍ରୁପ୍‌। ‘ପ୍ଲିଜ୍‌ ଡୋଣ୍ଟ ଟେକ୍‌ ମି ହୋମ୍‌’ ଓ ‘ଓଲେ ଓଲେ ଓଲେ’ରେ ମଧ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା।
ଓ୍ବାଲର୍‌ଡ କପ୍‌ ମେଡଲୀ : ଏହି ପର୍ଯ୍ୟାୟରେ ଚଳିତ ବିଶ୍ୱକପର ମାସ୍କଟ ଦର୍ଶକଙ୍କୁ ଆମୋଦିତ କରିଥିଲା। ଏହା ସହିତ ପୂର୍ବ ସଂସ୍କରଣର ବିଶ୍ୱକପ ଗୁଡିକର ମାସ୍କଟ ଗୁଡିକ ମଧ୍ୟ ଷ୍ଟେଜରେ ପ୍ରଦର୍ଶନ କରିଥିଲେ।
ଜଙ୍ଗକୁକ୍‌: କେ ପପ୍‌ ଷ୍ଟାର ତଥା ବିଟିଏସ୍‌ର ଅନ୍ୟତମ ସଦସ୍ୟ କିମ୍‌ ଜଙ୍ଗକୁକ୍‌ ରବିବାର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲେ। ୨୫ ବର୍ଷୀୟ ଜଙ୍ଗକୁକ୍‌ ବିଶ୍ୱକପର ଅଫିସିଆଲ୍‌ ସଙ୍ଗ ‘ଡ୍ରିମର୍ସ’ ଗାଇଥିଲେ। କାତାରୀ ଗାୟକ ଫହାଦ ଅଲ କୁବେଶୀ ମଧ୍ୟ ଜଙ୍ଗକୁକଙ୍କ ସହିତ ପ୍ରଦର୍ଶନ କରିଥିଲେ।
ଉଦ୍‌ଘାଟନୀ ସମାରୋହ ୩୫ ମିନିଟ ଧରି ଚାଲିବା ସହିତ ୮.୪୫ରେ ଶେଷ ହୋଇଥିଲା ଆରବ ଦୁନିଆର ଏକତ୍ରୀକରଣ ସନ୍ଦେଶ ପ୍ରଦାନ ଉଦ୍ଦେଶ୍ୟରେ ସାଉଦି ଆରବର ଯୁବରାଜ, ଇଜିପ୍ଟ ଓ ଆଲଜେରିଆ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଦେଶରେ ଅଶାନ୍ତି କାରଣରୁ ଇକ୍ୱେଡର ରାଷ୍ଟ୍ରପତି ଆସିନଥିବା ବେଳେ ଜାତିସଂଘ ମହାସଚିବ ମଧ୍ୟ ଉପସ୍ଥିତ ରହିଥିଲେ।

ଫ୍ୟାନ୍‌ ଫେଷ୍ଟିଭାଲରେ ୪୦ ହଜାର ଦର୍ଶକ

କାତାର ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହ ମଧ୍ୟରେ ଅଲ ବାୟଟ ଷ୍ଟାଡିୟମରେ ଆୟୋଜିତ ହୋଇଛି। ସମାନ ସମୟରେ ଫିଫା ପକ୍ଷରୁ ଏକ ଫ୍ୟାନ ଫେଷ୍ଟ ମଧ୍ୟ ଆୟୋଜନ କରାଯାଇଛି। ରବିବାର ଅଲ ବିଡ୍ଡା ପାର୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୪୦ ହଜାରରୁ ଅଧିକ ଦର୍ଶକ ଯୋଗ ଦେଇଛନ୍ତି। ବଡ ସ୍କ୍ରିନରେ ଲାଇଭ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳୁଥିବା ବେଳେ ଲାଇଭ ମ୍ୟୁଜିକ ସହିତ ଖାଦ୍ୟ ଓ ପାନୀୟର ବନ୍ଦୋବସ୍ତ ରହିଛି। ଷ୍ଟାଡିୟମରେ ଆଲକୋହଲ ପରିବେଷଣ ଉପରେ କଟକଣା ରହିଥିଲେ ହେଁ ଫ୍ୟାନ ଫେଷ୍ଟିଭାଲରେ ସବୁ ସୁବିଧା ପ୍ରଦାନ କରାଯିବ। ଏହି ଇଭେଣ୍ଟକୁ ଫିଫା ୨୦୨୨ର ହୃଦୟ ବୋଲି କହିଛନ୍ତି ଫିଫା ସଭାପତି ଜିଆନ୍ନି ଇନଫାଣ୍ଟିନୋ। ସମସ୍ତ ମ୍ୟାଚ ଦିନର ସନ୍ଧ୍ୟାରେ ଫ୍ୟାନ ଫେଷ୍ଟିଭାଲ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri