Posted inଖେଳ

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ ବିଶ୍ୱକପ୍‌ ୩ ଦେଶର ୧୬ ଭେନ୍ୟୁରେ ହେବାକୁ ଯାଉଥିବା ବେଳେ ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି। ଏଥିଯୋଗୁ ବିଶ୍ୱକପ୍‌ର ମ୍ୟାଚ୍‌ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହାକି ପୂର୍ବ ସମସ୍ତ ସଂସ୍କରଣ ତୁଳନାରେ ସର୍ବାଧିକ। ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସମାରୋହ ମେକ୍ସିକୋ, କାନାଡା ଓ ଆମେରିକାରେ ହେବ। ଗୁରୁବାର ମେକ୍ସିକୋ ସିଟିସ୍ଥିତ ଐତିହାସିକ ଇଷ୍ଟାଡିଓ ଆଜ୍‌ଟେକାରେ ଆନୁଷ୍ଠାନିକ ଭାବେ ବିଶ୍ୱକପ୍‌ ଆରମ୍ଭ ହେବ। ଏଥିରେ ଗ୍ଲୋବାଲ ସୁପରଷ୍ଟାର ଶକିରା ଓ ବର୍ନା ବୟ ଟୁର୍ନାମେଣ୍ଟର ଆନୁଷ୍ଠାନିକ ସଂଗୀତ ‘ଦାଇ ଦାଇ’ରେ ପ୍ରଥମ ଥର ପାଇଁ ପରଫର୍ମ କରିବେ। ଏହି ଅବସରରେ ବଲିଉଡ୍‌ର ନୋରା ଫତେଇ ମଧ୍ୟ ପରଫର୍ମ କରିବେ। ଫୁଟ୍‌ବଲ କିମ୍ବଦନ୍ତୀ ପେଲେ ଓ ଡିଏଗୋ ମାରାଡୋନାଙ୍କୁ ଏହି ସମାରୋହରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଦିଆଯିବ। ଟୁର୍ନାମେଣ୍ଟର ପ୍ରାୟ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ଆରମ୍ଭ ହେବାକୁଥିବାରୁ ଭାରତରେ ପ୍ରସାରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଶେଷରେ ଜି’ ଏଣ୍ଟରଟେନ୍‌ମେଣ୍ଟ ବିଶ୍ୱକପ୍‌ ଲାଗି ପ୍ରସାରଣ ଅଧିକାର ହାସଲ କରିଥିଲା। ଏଥିଯୋଗୁ ୟୁନାଇଟ୍‌ ୮ ସ୍ପୋଟର୍‌ସ ଏବଂ ଜି୫ ଆପ୍‌ରେ ପୂରା ଟୁର୍ନାମେଣ୍ଟ ପ୍ରସାରିତ ହେବ।
ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଇଷ୍ଟାଡିଓ ଆଜଟେକାରେ ପୂର୍ବରୁ ୧୯୭୦ ଓ ୧୯୮୬ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା, ଯାହାକି ଏକ ରେକର୍ଡ। ଲିଓନେଲ ମେସିଙ୍କ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଗତଥରର ରନରଅପ୍‌ ତଥା ୨୦୧୮ ସଂସ୍କରଣର ଚାମ୍ପିୟନ ଫ୍ରାନ୍ସ ଟୁର୍ନାମେଣ୍ଟ ଜିତିବା ପାଇଁ ଫେଭରାଇଟ୍‌। ଏହା ବ୍ୟତୀତ ୫ ଥରର ଚାମ୍ପିୟନ ବ୍ରାଜିଲ, ୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ୍‌, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଟ୍ରଫି ଲାଗି ଦାବିଦାର ରହିଛନ୍ତି। ୨୦୨୨ କାତାର ସଂସ୍କରଣ ଫାଇନାଲରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ଜିତିବା ପରେ ମେସି ଅବସର ନେବେ ବୋଲି ଆଶା କରାଯାଉଥିଲା। ହେଲେ ଟୁର୍ନାମେଣ୍ଟ ବେଳେ ୩୯ ବର୍ଷରେ ପାଦ ଦେବାକୁ ଯାଉଥିବା ମେସି ଖେଳ ଜାରି ରଖିବା ସହ ଉତ୍ତର ଆମେରିକାରେ ବିଶ୍ୱକପ୍‌ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ମାତ୍ର ତାଙ୍କ ବୟସକୁ ଦେଖି ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାର୍ଟିଂ ଇଲେଭେନରେ ତାଙ୍କୁ ସାମିଲ କରାଯିବାର ସମ୍ଭାବନା କମ୍‌ ରହିଛି। ତାଙ୍କ ଅନୁପସ୍ଥିତିରେ ଖେଳିବା ପାଇଁ ଦଳରେ ଲୌଟାରୋ ମାର୍ଟିନେଜ, ଜୁଲିଆନ ଆଲଭାରେଜ, ଏଞ୍ଜୋ ଫର୍ନାଣ୍ଡେଜ, ରୋଡ୍ରିଗୋ ଡେ ପଲ୍‌ଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?