Posted inଖେଳ

ଫିଫା ବିଶ୍ୱକପ: ବୁଧବାର ୪ ମ୍ୟାଚ୍‌ରେ ୮ ଟିମ୍‌ ମୁହାଁମୁହିଁ…

ଦୋହା,୨୩।୧୧ : ବୁଧବାର ଫିଫା ବିଶ୍ୱକପରେ ଚାରୋଟି ମ୍ୟାଚ ଖେଳାଯିବ। ଜର୍ମାନୀ, ସ୍ପେନ, କ୍ରୋଏସିଆ ଏବଂ ବେଲଜିୟମ ଭଳି ବଡ ଦଳ ପ୍ରତିପକ୍ଷ ଟିମ୍‌ଙ୍କ ସହିତ ମ୍ୟାଚ୍‌ ଖେଳିବେ। ଚାରିଥର ବିଶ୍ୱ ଚାମ୍ପିଅନ ଜର୍ମାନୀ ଜାପାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଏଥି ସହିତ, ୨୦୧୦ ବିଶ୍ୱକପ ବିଜେତା ସ୍ପେନ ଦଳ କୋଷ୍ଟାରିକା ସହିତ ମୁହାଁମୁହିଁ ହେବ। ଗତଥର ରନର୍‌ ଅପ କ୍ରୋଏସିଆ ମରୋକୋ ଏବଂ କାନାଡା ବେଲଜିୟମ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ମୋରୋକୋ ବନାମ କ୍ରୋଏସିଆ: ବୁଧବାରର ପ୍ରଥମ ମ୍ୟାଚ ମରୋକୋ ଏବଂ କ୍ରୋଏସିଆ ମଧ୍ୟରେ ହେବ। ଏହି ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ। ଏହି ମ୍ୟାଚ ଅଲ ଓ୍ବେତ ଷ୍ଟାଡିୟମରେ ଖେଳାଯିବ। ଫିଫା ର଼୍ୟାଙ୍କିଙ୍ଗରେ କ୍ରୋଏସିଆ ଦ୍ୱାଦଶ ଏବଂ ମରୋକୋ ୨୨ ତମ ସ୍ଥାନରେ ରହିଛି। ଉଭୟ ଦଳ ଗ୍ରୁପ-ଏଫର।

ଜର୍ମାନୀ ବନାମ ଜାପାନ: ଏହି ମ୍ୟାଚ ସନ୍ଧ୍ୟା ସାଢ଼େ ୬ଟା ରେ ଆରମ୍ଭ ହେବ । ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଜର୍ମାନ ଦଳ ବର୍ତ୍ତମାନ ଫିଫା ର଼୍ୟାଙ୍କିଙ୍ଗରେ ଏକାଦଶ ସ୍ଥାନରେ ରହିଛି। ଏଥି ସହିତ ଜାପାନର ଫିଫା ର଼୍ୟାଙ୍କିଙ୍ଗ ୨୪ରେ ରହିଛି। ଉଭୟ ଦଳ ଗ୍ରୁପ-ଇରେ ଅଛନ୍ତି।

ସ୍ପେନ ବନାମ କୋଷ୍ଟାରିକା: ଗ୍ରୁପ-ଇରେ ସ୍ପେନ ଏବଂ କୋଷ୍ଟାରିକା ଦଳ ମଧ୍ୟ ଉପସ୍ଥିତ ଅଛନ୍ତି । ଅଲ ଥୁମାନା ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ ରାତି ସାଢ଼େ ୯ଟାରେ ଖେଳାଯିବ। ଫିଫା ର଼୍ୟାଙ୍କିଙ୍ଗରେ ସ୍ପେନ ସପ୍ତମ ସ୍ଥାନରେ ରହିଛି। କୋଷ୍ଟାରିକା ଦଳର ଫିଫା ର଼୍ୟାଙ୍କିଙ୍ଗ ହେଉଛି ୩୧।

ବେଲଜିୟମ ବନାମ କାନାଡା: ବିଶ୍ୱ ନମ୍ବର-୨ ଦଳ ବେଲଜିୟମ ମଧ୍ୟ ବୁଧବାରଠାରୁ ଏହାର ଅଭିଯାନ ଆରମ୍ଭ କରିବ। ଦଳ ସାମ୍ନାରେ ୪୧ ତମ ଫିଫା ର଼୍ୟାଙ୍କିଙ୍ଗ ଦଳ କାନାଡା ରହିବ। ଅହମ୍ମଦ ବିନ ଅଲି ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ ରାତି ସାଢ଼େ ୧୨ରେ ଆରମ୍ଭ ହେବ। ଉଭୟ ଦଳ ଗ୍ରୁପ-ଇରେ ଅଛନ୍ତି।

ଫିଫା ବିଶ୍ୱକପ ୨୦୨୨ର ସମସ୍ତ ମ୍ୟାଚ ସ୍ପୋର୍ଟସ ୧୮ ୧ଏବଂ ସ୍ପୋର୍ଟସ ୧୮ ୧ ଏଚଡି ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚଗୁଡ଼ିକର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପରେ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri