Posted inଖେଳ

କାହିକି ବ୍ଲୁ କାର୍ଡ ପ୍ରଚଳନ କରିବନି ଫିଫା, ଜାଣନ୍ତୁ

ଲୋଚ୍‌ ଲୋମଣ୍ଡ (ସ୍କଟଲାଣ୍ଡ),୩।୩: ଅନ୍ତର୍ଜାତୀୟ ଫୁଟ୍‌ବଲ ଆସୋସିଏଶନ ମହାସଂଘ(ଫିଫା) ପ୍ରସ୍ତାବିତ ‘ବ୍ଲୁ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରିବ ନାହିଁ। ଖେଳର ନିୟମ ପ୍ରସ୍ତୁତକାରୀ ପ୍ୟାନେଲ ଆଇଏଫ୍‌ଏବି (ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ ବୋର୍ଡ)ର ବାର୍ଷିକ ବୈଠକ ପୂର୍ବରୁ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଶନିବାର ଏକଥା ସ୍ପଷ୍ଟ କରିଛନ୍ତି। ମାସକ ପୂର୍ବେ ଶୁଣିବାକୁ ମିଳିଥିଲା ଏଣିକି ରେଫରିଙ୍କ ପକେଟରେ ରେଡ୍‌ କାର୍ଡ, ୟେଲୋ କାର୍ଡ ସହ ବ୍ଲୁ କାର୍ଡ ସ୍ଥାନ ପାଇବ।

ଏହି କାର୍ଡ ଦେଖାଇ ରେଫରି ଜଣେ ନିୟମ ଉଲ୍ଲଂଘନକାରୀ ଖେଳାଳିଙ୍କୁ କିଛି ମିନିଟ ପାଇଁ ପଡ଼ିଆରୁ ବାହାର କରିପାରିବେ। ଇନ୍‌ଫାଣ୍ଟିନୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ କ୍ଲିପ୍‌ ପୋଷ୍ଟ କରିଛନ୍ତି। ଏଲିଟ୍‌ ଲେଭଲରେ କୌଣସି ବ୍ଲୁ କାର୍ଡ ବ୍ୟବହାର କରାଯିବ ନାହିଁ।

ଫିଫା ଏହାକୁ ସମ୍ପୂର୍ଣ୍ଣ ବିରୋଧ କରେ ବୋଲି ସେ ଏଥିରେ ରିପୋର୍ଟରମାନଙ୍କୁ କହିଛନ୍ତି। ଖେଳକୁ ଅଧିକ ଶୃଙ୍ଖଳିତ ରୂପେ ପରିଚାଳନା କରିବା ଉଦ୍ଦେଶ୍ୟରେ ‘ବ୍ଲୁ କାର୍ଡ’ ପ୍ରଥମେ ୨୦୧୯-୨୦ ସିଜନରେ ତୃଣମୂଳସ୍ତରରେ ବ୍ୟବହାର କରାଯାଇଥିଲା।

ମାତ୍ର ଇଂଲିଶ ପ୍ରିମିୟର ଲିଗ୍‌ରେ ଲୋକେ ଏହି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ। କୌଣସି ବିଶୃଙ୍ଖଳା କାର୍ଯ୍ୟ ପାଇଁ ଯଦି ଜଣେ ଖେଳାଳିଙ୍କୁ ୧୦ ମିନିଟ ପାଇଁ ପଡ଼ିଆରୁ ବାହାର କରି ଦିଆଯାଏ ତେବେ ଦଳଗୁଡ଼ିକ ରକ୍ଷଣାତ୍ମକ ଏବଂ ନକାରାତ୍ମକ କୌଶଳ ଅବଲମ୍ବନ କରିବେ।

ଆଇଏଫ୍‌ଏବିରେ କୌଣସି ପ୍ରସ୍ତାବ ଗୃହୀତ ହେବାକୁ ହେଲେ ଏହା ସପକ୍ଷରେ ୬ଟି ଭୋଟର ଆବଶ୍ୟକତା ରହିଛି। କେବଳ ୪ଟି ମହାସଂଘ ଯଥା ଇଂଲଣ୍ଡ, ନର୍ଦ୍ଦର୍ନ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଓ୍ବେଲ୍ସର ସମର୍ଥନ ମିଳିଛି। ବ୍ଲୁ କାର୍ଡ ରଗ୍‌ବୀ ଖେଳରେ ବିଭିନ୍ନ ପ୍ରକାର ଫାଉଲ ପାଇଁ ବ୍ୟବହାର କରାଯାଇ ଆସୁଛି। ଆଇସ୍‌ ହକିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି। ଏଥିରେ ଜଣେ ଖେଳାଳିଙ୍କୁ ବ୍ଲୁ କାର୍ଡ ଦେଖାଇ ରେଫରି ଦୁଇ ମିନିଟ ପାଇଁ ପେନାଲ୍ଟି ବକ୍ସକୁ ପଠାଇ ଦେଇ ପାରନ୍ତି। ଏକ୍ଷେତ୍ରରେ ଅନ୍ୟ ଦଳକୁ ପାଓ୍ବାର ପ୍ଲେ ଡାକିବା ଫାଇଦା ମିଳିବ ଏବଂ ଅଧିକ ଗୋଲ୍‌ ସ୍କୋରିଂ ସୁଯୋଗ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri