ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୧ (ତପନ ସ୍ବାଇଁ): ଭାରତୀୟ ଫୁଟ୍‌ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ କପ୍‌ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟନ କରିଛନ୍ତି। ମ୍ୟାଚ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଭୟ ଦଳର ଅଧିନାୟକଙ୍କ ସହ ପରିଚିତ ହେବା ପରେ ଏକାଡେମୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ, ଫିଫାର ଗ୍ଲୋବାଲ ଫୁଟ୍‌ବଲ ଡେଭଲପ୍‌ମେଣ୍ଟ ମୁଖ୍ୟ ଆର୍ସେନ ୱେଙ୍ଗର, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଏକାଡେମୀରେ ଦେଶର ୧୪ ବର୍ଷରୁ କମ୍‌ ୫୦ ପ୍ରତିଭାସମ୍ପନ୍ନ ଖେଳାଳି ତାଲିମ ନେବେ। ଏହା ମଧ୍ୟରେ ଓଡ଼ିଶାର ୧୫ ଖେଳାଳି ରହିବେ। ଫିଫା ପକ୍ଷରୁ ନିଯୁକ୍ତ କୋଚ୍‌ ଏବଂ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା କୋଚ୍‌ ଏବଂ କର୍ମକର୍ତ୍ତାଙ୍କ ଦ୍ୱାରା ଏହି ଏକାଡେମୀ ପରିଚାଳିତ ହେବ। ”ଭାରତରେ ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଫୁଟ୍‌ବଲ ଏକ ଲୋକପ୍ରିୟ କ୍ରୀଡ଼ା। ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ଉପଯୁକ୍ତ ଟ୍ରେନିଂ ପାଇଲେ ଆମ ଦଳ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିପାରିବ। ଆମେ ଫିଫା ଓ ଏଆଇଏଫ୍‌ଏଫ୍‌ ସହିତ ପାର୍ଟନର ହୋଇ ଏପରି ଏକାଡେମୀ କରିଥିବାରୁ ମୁଁ ବହୁତ ଖୁସି। ଭାରତରେ ଫୁଟ୍‌ବଲର ବିକାଶ ପାଇଁ ଏଆଇଏଫ୍‌ଏଫ୍‌ ସହଯୋଗରେ ଆମେ ଫୁଟ୍‌ବଲ ପ୍ରକଳ୍ପ ଏବଂ ଏଥିସମ୍ପର୍କିତ କାର୍ଯ୍ୟକୁ ସମର୍ଥନ କରିବୁ“ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏହା ପୂର୍ବରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟ୍‌ବଲ ଏକାଡେମୀ ପରିସରରେ ଅପରାହ୍ନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଫିଫାର ଗ୍ଲୋବାଲ ଫୁଟ୍‌ବଲ ଡେଭଲପ୍‌ମେଣ୍ଟ ମୁଖ୍ୟ ଆର୍ସେନ ୱେଙ୍ଗରଙ୍କ ଉପସ୍ଥିତିରେ ଏଆଇଏଫ୍‌ଏଫ୍‌ ସଭାପତି ଚୌବେ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏହି ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଚୌବେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ”ଭାରତୀୟ ଫୁଟ୍‌ବଲକୁ ସବୁମତେ ସମର୍ଥନ କରିଥିବାରୁ ମୁଁ ଓଡ଼ିଶା ସରକାର ଓ ଫିଫା ସଭାପତିଙ୍କୁ ଧନ୍ୟବାଦ ଜଣାଉଛି। ଏହାର ଫଳସ୍ବରୂପ କିମ୍ବଦନ୍ତୀ ଆର୍ସେନ ୱେଙ୍ଗର ଏବେ ଭାରତ ଆସିବା ସମ୍ଭବ ହୋଇପାରିଛି। ତାଙ୍କ ଦିଗ୍‌ଦର୍ଶନ, ନେତୃତ୍ୱ, ବୈଷୟିକ ଯୋଜନା ଏବଂ ରଣନୀତି ଆଦି ଭାରତକୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ସହାୟକ ହେବ। ଏହି ଏକାଡେମୀ ଦ୍ୱାରା ଆମେ ଆସନ୍ତା ୩ ବର୍ଷ ମଧ୍ୟରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଏବଂ ସିନିୟର ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛୁ“ ବୋଲି ଚୌବେ କହିଥିଲେ। ୱେଙ୍ଗର ମଧ୍ୟ ଏଠାକାର ବ୍ୟବସ୍ଥାରେ ଖୁସି ପ୍ରକାଶ କରିଥିଲେ। ”ମୁଁ ମୋ ଟିମ୍‌ ସହ ଭାରତ ଆସିଥିବାରୁ ବହୁତ ଖୁସି ଅଛି। ଓଡ଼ିଶାରେ ଭିତ୍ତିଭୂମିର ମାନ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ୨୧୧ ଦେଶ ମଧ୍ୟରେ ପ୍ରକୃତ ୟୁଥ୍‌ ଏଜୁକେଶନ ନ ଥିବା ମୁଁ ଅନୁଭବ କରୁଛି। ଯେଉଁଠାରେ ୟୁଥ୍‌ଙ୍କ ପାଇଁ ଭଲ ଏଜୁକେଶନ ସିଷ୍ଟମ୍‌ ରହିଛି ସେଠାରେ ଅନେକ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବିଶ୍ୱର ସବୁ ପ୍ରତିଭାଙ୍କୁ ସୁଯୋଗ ଦେବା ଆମ ପ୍ରୋଗ୍ରାମର ମୁଖ୍ୟ ଲକ୍ଷ୍ୟ। ଉଚ୍ଚ ମାନର ପ୍ରତିଯୋଗିତା ସେମାନଙ୍କୁ ବଡ଼ ଖେଳାଳିରେ ପରିଣତ କରିବ। ଏଥିପାଇଁ କେତେଦିନ ଲାଗିବ ତାହା ଆମେ ଜାଣିନାହୁଁ। ମାତ୍ର ଏଜୁକେଶନ ବିନା ଆମେ ଯେଉଁଠି ଅଛୁ ସେଠାରେ ରହିଯିବୁ। ଭାରତକୁ ବୃହତ୍ତର ଦୃଷ୍ଟିରୁ ଫୁଟ୍‌ବଲ ମାନଚିତ୍ରକୁ ଆଣିବା ଆମର ଲକ୍ଷ୍ୟ। ଆମେ ୧୫ ବର୍ଷରୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିବା ଉଚିତ ନୁହେଁ, ଏହା ୫ କିମ୍ବା ୬ ବର୍ଷରୁ ହେବା ଉଚିତ“ ବୋଲି ୱେଙ୍ଗର ପ୍ରକାଶ କରିଛନ୍ତି। ୱେଙ୍ଗର ଓଡ଼ିଶାକୁ ଆସିବା ଆମ ପାଇଁ ବଡ଼ ସମ୍ମାନ ସଦୃଶ ବୋଲି ଭିନିଲ ପ୍ରକାଶ କରିଥିଲେ। ଓ୍ବେଙ୍ଗରଙ୍କ ଉଦ୍ଦେଶ୍ୟରେ ଭିନିଲ କହିଥିଲେ ଯେ ଆପଣଙ୍କ ଉପସ୍ଥିତିରେ ଏଠାରେ ଅନେକ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। ସାରା ବିଶ୍ୱରେ ଫୁଟ୍‌ବଲ ପ୍ରେମୀଙ୍କ ପାଇଁ ଆପଣ ପ୍ରେରଣା ସଦୃଶ। ଏଆଇଏଫ୍‌ଏଫ୍‌-ଫିିଫା ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଭୁବନେଶ୍ୱରକୁ ବାଛିଥିବାରୁ ଆପଣଙ୍କୁ ଏବଂ ଫିଫାକୁ ଆନ୍ତରିକ ଧନ୍ୟବାଦ। କ୍ରୀଡ଼ାମନ୍ତ୍ରୀ କହିଥିଲେ ଯେ ଭାରତରେ ପ୍ରଥମଥର ପାଇଁ ଏଆଇଏଫ୍‌ଏଫ୍‌-ଫିିଫା ଏକାଡେମୀ ପ୍ରସ୍ତୁତ ହୋଇଛି। ଏହା ଓଡ଼ିଶାକୁ ଗ୍ଲୋବାଲ ସ୍ପୋଟର୍‌ସ ହବ୍‌ରେ ପରିଣତ କରିବାରେ ଦ୍ରୁତ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri