ପାକିସ୍ତାନରେ ବନ୍ୟା ବିତ୍ପାତ: ଭାରତକୁ ଦାୟୀ କଲେ ପାକିସ୍ତାନ ନାଗରିକ

ଇସଲାମବାଦ,୧୨।୭: ସାରା ବିଶ୍ୱରେ ଏବେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖାଯାଇଛି। କେବଳ ବର୍ଷା, ବନ୍ୟା କି ଭୂସ୍ଖଳନ ନୁହେଁ ସ୍ଥାନେ ସ୍ଥାନେ ମରୁଡି ସମସ୍ୟା ମଧ୍ୟ ଉପୁଜିଛି। ପ୍ରକୃତିର ଏହି କରାଳ ରୂପରେ ସାରା ବିଶ୍ୱ ଆତଙ୍କିତ ହୋଇ ପଡିଛି। ଏହି କ୍ରମରେ ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୭୬ଜଣ ପ୍ରାଣ ହରାଇଛନ୍ତି।
ତେବେ ପାକିସ୍ତାନରେ ବନ୍ୟା ପରିସ୍ଥିତି ଉପରେ ଜଣେ ପାକିସ୍ତାନୀ ୟୁଟ୍ୟୁବରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୟୁଟ୍ୟୁବର୍‌ ଜଣକ ସେଠାରେ ଥିବା ଲୋକଙ୍କ ସହ ବନ୍ୟା ପରିସ୍ଥିତି ବିଷୟରେ କଥା ହୋଇଥିଲେ, ସେଠାରେ ଥିବା ଲୋକମାନେ ବନ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ।

ସୂଚନାଯୋଗ୍ୟ, ଭାଇରାଲ ଭିଡିଓରେ ପାକିସ୍ତାନୀ ଜନସାଧାରଣ କହିଛନ୍ତି ଯେ, ଭାରତ ସବୁବେଳେ ପାକିସ୍ତାନ ସହିତ ଶତ୍ରୁତା କରୁଛି। ଯେତେବେଳେ ପାଣି ଆବଶ୍ୟକ ଥାଏ, ଭାରତ ନଦୀର ଜଳକୁ ଛାଡି ନ ଥାଏ। ଏବେ ଯେତେବେଳେ ଆଦୌ ଜଳର ଆବଶ୍ୟକତା ନାହିଁ ସେତେବେଳେ ପାକିସ୍ତାନକୁ ଜଳ ଛାଡୁଛି।
ଅନ୍ୟପଟେ ପାକିସ୍ତାନୀ ୟୁଟ୍ୟୁବର୍‌ ଶୋଏବ ମଲିକ ଜଣେ ବୃଦ୍ଧଙ୍କୁ ଏ ବିଷୟରେ ପଚାରିଥିଲେ। ଏଥିରେ ବୃଦ୍ଧ ଜଣକ କହିଥିଲେ, ଜଳ ପିଷ୍କାସନ କରିବ ନା ନାହିଁ ତାହା ଭାରତର ଇଚ୍ଛା। କିନ୍ତୁ ପାକିସ୍ତାନ ସରକାରଙ୍କ ଦୋଷ ରହିଛି ଯିଏକି ସବୁ କ୍ଷେତ୍ରରେ ଭାରତକୁ ଦାୟୀ କରୁଛି। ପାକିସ୍ତାନରେ ଡ୍ୟାମ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା। କିନ୍ତୁ କୌଣସି କାମ କରାଯାଇ ନ ଥିଲା। ଡ୍ୟାମ ନିର୍ମାଣ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ ବନ୍ୟା ସମସ୍ୟାରୁ ମୁକୁଳି ପାରିବ ନାହିଁ ବୋଲି ବୃଦ୍ଧ ଜଣକ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ଅତି କମରେ ୧ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ନିଷ୍କାସନ କରିଛି। ଏହା ପରେ ପାକିସ୍ତାନୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ବନ୍ୟା ପରିସ୍ଥିତି ପାଇଁ ରେଡ୍‌ ଆଲର୍ଟ ଜାରି କରିଥିଲା ଗତ ବର୍ଷର ବନ୍ୟାରେ ପ୍ରାୟ ୧୭୦୦ଲୋକ ପ୍ରାଣ ହରାଇଥିଲେ। ୧୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri