ଖଡ଼ିଆଳ,୧।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳଠାରେ ପବିତ୍ର ମହାନବମୀ ପର୍ବ ପାଳିତ ହୋଇଯାଇଛି। ଖଡିଆଳ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନର ୪୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାରି ଖଡିଆଳ ସହର ପରିକ୍ରମା କରିଥିଲା।
ଖଡ଼ିଆଳ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଅସ୍ତ୍ରଶସ୍ତ୍ର ସମର ରଣକୌଶଳ ପ୍ରଦର୍ଶିତ ହୋଇ ଶୋଭାଯାତ୍ରା ସହର ପରିକ୍ରମା ପରେ ଅଗ୍ରେସନ ଧର୍ମଶାଳାଠାରେ ଉଦ୍ଯାପିତ ହୋଇଥିଲା।
ଅନୁଷ୍ଠିତ ଶୋଭାଯାତ୍ରାରେ କ୍ଷେତ୍ରୀୟ ଯୁବତୀମାନେ ଖଣ୍ଡା ଚାଳନା ସହ ସମର ଅଭ୍ୟାସ ପ୍ରଦର୍ଶିତ କରିଥିଲେ। ସେହିପରି ବନ୍ଧୁକ ଚାଳନା କରି ଲୋକଙ୍କୁ ପ୍ରଦର୍ଶିତ କରିଥିଲେ।
କ୍ଷେତ୍ରୀୟମାନେ ପୂର୍ବଜଙ୍କ ସ୍ମୃତିରେ ପ୍ରତି ବର୍ଷ ଦଶହରା ନବମୀ ତିଥିରେ ବାର୍ଷିକ ଉତ୍ସବ ପାଳନ କରି ପୂର୍ବପୁରୁଷଙ୍କୁ ମନେ ପକାଇଥାନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଚାଳନା ବେଳେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।


