ଦର ବଢ଼ିବାରୁ କମିଛି ବେପାର

ବ୍ରହ୍ମପୁର,୨ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ବଜାରରେ ରସୁଣର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟି ଚିନ୍ତିତ ହୋଇଛନ୍ତି। ସେପଟେ ଦର ଅଧିକ ଥିବାରୁ ରିଟେଲ ବେପାର ବି କମିଯାଇଛି। ଓଡ଼ିଶାରେ ଯଥେଷ୍ଟ ରସୁଣ ଆଦାୟ ହେଉ ନ ଥିବାରୁ ବ୍ୟବସାୟୀମାନେ ସାଧାରଣତଃ ଏହାକୁ ଗୁଜରାଟରୁ ଆମଦାନୀ କରିଥାନ୍ତି। ବଡ ବଜାରରୁ ମିଳିଥିବା ସୂଚନା ଅନୁସାରେ ଆଗରୁ ମାର୍କେଟକୁ ୪ରୁ ୫ଟ୍ରକ ରସୁଣ ଆସୁଥିଲା। ଏବେ ଦର ବଢ଼ିବା ପରେ ତାହା କମିଯାଇଛି। ଗୁରୁବାର ଏଠାରେ ରିଟେଲ ଦର ୩୬୦ ଟଙ୍କା ରହିଛି। କିନ୍ତୁ ହୋଲସେଲ ଦର ୩୨୦ରୁ ୩୨୫ ଟଙ୍କା ରହିଛି। ସେହିପରି କମାପଲ୍ଲୀ ରିଟେଲ ମାର୍କେଟରେ କିଲୋ ପିଛା ଦର ୪୦୦ ଟଙ୍କା ରହିଛି। ଏ ସଂକ୍ରାନ୍ତରେ କମାପଲ୍ଲୀ ପରିବା ମାର୍କେଟରେ ଆଳୁ,ପିଆଜ, ରସୁଣ ବିକ୍ରି କରୁଥିବା ବ୍ୟବସାୟୀ ଭୋବନୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀଙ୍କଠାରୁ ବେପାରୀମାନେ କିଣି ଷ୍ଟକ ରଖିଦେବାରୁ ଗୁରୁବାର ବଜାରରେ ରସୁଣର ଦାମ ଅହେତୁକ ବଢ଼ିଯାଇଛି। ପୂର୍ବରୁ ରସୁଣ କେଜି ପ୍ରତି ୨୨୦ ଟଙ୍କାରେ ବିକ୍ରି ହେଉଥିଲା। ପରେ ୨୮୦, ୩୨୦ ଟଙ୍କା ଏଭଳି ଦର ବଢ଼ି ବର୍ତ୍ତମାନ କିଣାମୂଲ୍ୟ ୩୬୦ ଟଙ୍କା ପଡିଯାଉଛି। ତେଣୁ ୪୦୦ ଟଙ୍କାରେ ନ ବିକିଲେ କ୍ଷତି ସହିବାକୁ ପଡିବ। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସିଏଚ ରବୀନ୍ଦ୍ର ନାଥ କହିଛନ୍ତି, ରସୁଣ ସାଧାରଣତଃ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିଆନା ଓ ଓଡ଼ିଶାରେ ଉତ୍ପାଦିତ ହୋଇଥାଏ। ଓଡ଼ିଶାରେ ଯେଉଁ ଅଞ୍ଚଳରୁ ଆଦାୟ ହୁଏ ସେହି ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ବ୍ୟବସାୟୀମାନେ ଅନ୍ୟ ଅଞ୍ଚଳରୁ ଆମଦାନୀ କରିଥାନ୍ତି। ବଡବଜାରରେ ପ୍ରତି ମୁହୂର୍ତ୍ତରେ ଭିନ୍ନ ଭିନ୍ନ ଦର ରହୁଛି। କିନ୍ତୁ ହୋଲସେଲ ଦର ୩୨୦ରୁ ୩୨୫ ଭିତରେ ରହିଛି। ରିଟେଲ ମାର୍କେଟରେ ୩୬୦ରେ ବିକ୍ରି ହେଉଛି। ବାହାର ବଜାରରେ ୪୦୦ ଟଙ୍କାରେ ବିକ୍ରି ହେଉଥିବ। ଏ ସଂକ୍ରାନ୍ତରେ ଗୋଷାଣୀ ନୂଆଗାଁର ଗୃହିଣୀ ବିନିତା ସାହୁଙ୍କୁ ପଚାରିବାରୁ ସେ କହିଲେ, ରସୁଣ ଘରେ ସେଭଳି ବ୍ୟବହାର ହେଉନାହିଁ। ଯଦି ଦର ବୃଦ୍ଧି ହୁଏ ତେବେ ଆଣିବାର
ନାହିଁ। ବିନା ରସୁଣରେ ବି ରୋଷେଇ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri