ଅନୁକୂଳର ପର୍ବ

ବୈଶାଖ ମାସ କରୁଣାପ୍ରାପ୍ତିର ମାସ। ହୟଶୀର୍ଷ ସଂହିତା ମତରେ ଏହି ପବିତ୍ର ମାସରେ ମହାପ୍ରଭୁ ‘ମଧୁସୂଦନ’ ନାମରେ ଉପାସିତ ହୁଅନ୍ତି। ଏହା ପଛରେ ମଧ୍ୟ ମଧୁକୈଟଭ ରାକ୍ଷସର ଐତିହ୍ୟ ରହିଛି। ଓଡ଼ିଆରେ ପ୍ରଚଳିତ: ମଧୁକଇଟଭ ଅରି ଶ୍ରୀମଧୁସୂଦନ, ଦୁଃଖୀର ବାନ୍ଧବ ତୁମ୍ଭେ ଦରିଦ୍ରର ଧନ।
ଶୁକ୍ଳପକ୍ଷ ତୃତୀୟା – ଅକ୍ଷୟତୃତୀୟା
ଯବଶସ୍ୟ ପ୍ରଥମେ ଉତ୍ପାଦିତ ହୋଇଥିଲା।
ଆରମ୍ଭ ହୋଇଥିଲା।
ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ।
ଶ୍ରୀପର୍ଶୁରାମ, ଶ୍ରୀ ହୟଗ୍ରୀବ ଅବତାର ଭାବରେ ଜନ୍ମଲାଭ କରିଥିଲେ।
ରଥ ନିର୍ମାଣ ଆରମ୍ଭ ହୁଏ।
କୃଷିକର୍ମ ଆରମ୍ଭ।
ଚନ୍ଦନଯାତ୍ରା ଆରମ୍ଭ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ‘ଅକ୍ଷୟତୃତୀୟା’ କୁହାଯାଏ। ଏହି ଦିନରୁ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏ ଦିନ ବିଭିନ୍ନ ଦାନ, ଧ୍ୟାନ, ଧର୍ମ କରି ପ୍ରଭୁଙ୍କର ଅର୍ଚ୍ଚନା କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ରଥଗଢ଼ା ଏହି ଦିନରୁ ଆରମ୍ଭ ହୁଏ। ଚନ୍ଦନଯାତ୍ରା ମଧ୍ୟ ଏହି ଦିନରୁ ଆରମ୍ଭ ହୁଏ। ଏହିସବୁ କାରଣରୁ ଏହି ଦିନଟିକୁ ଶୁଭଦିନ ରୂପେ ପରିଗଣିତ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। କୃଷକ ଏହି ଦିନ ତା’ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂରଲେପିତ ବିହନ- ଧାନପୂର୍ଣ୍ଣ ନୂତନ ଗଉଣୀକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠାନେଇ ହଳଲଙ୍ଗଳ ସହ ଅନୁକୂଳ ପାଇଁ କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରିର ଇଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରିରେ ବୁଣେ। ଏହାକୁ ଅଖିମୁଠି କହନ୍ତି । ସଧବା ସ୍ତ୍ରୀ ଲୋକମାନେ ଏହି ଦିନ ‘ଷଠୀଦେବୀ’ଙ୍କର ପୂଜା କରନ୍ତି। ଏଇ ତିଥିରେ ଯେଉଁ ଧର୍ମ ଅର୍ଜନ କରାଯାଏ, ତାହାର କ୍ଷୟ ନାହିଁ। କୃଷକ ନିଜ କିଆରିରେ ‘ଅଖିମୁଠି’ ବିହନ ବୁଣି ଲକ୍ଷ୍ମୀଦେବୀଙ୍କୁ ପ୍ରାର୍ଥନା କରି କହେ- ‘ହେ ଠାକୁରାଣୀ! ମୋ’ ଶସ୍ୟ କ୍ଷୟ ନ ହେଉ’। ତେଣୁ ଏହାର ନାମ ଅକ୍ଷୟତୃତୀୟା।
ଅକ୍ଷୟତୃତୀୟା ଏକ ସର୍ବଭାରତୀୟ କୃଷିଭିିତ୍ତିକ ମୁଖ୍ୟ ପର୍ବ। ଆମ ଉତ୍କଳୀୟ ଜନଜୀବନରେ ସମସ୍ତ ପ୍ରକାର ଶୁଭକାର୍ଯ୍ୟ ଆରମ୍ଭର ଦିନ ହେଉଛି ଅକ୍ଷୟତୃତୀୟା। ଏହି ଦିନ ସତ୍ୟଯୁଗର ଆରମ୍ଭ ହେବା ସହ ଦେବତାମାନେ ଉକ୍ତ ଦିନ ମର୍ତ୍ତ୍ୟବାସୀ ମାନବମାନଙ୍କୁ କୃଷିଶିକ୍ଷା ପ୍ରଦାନ କରିଥିଲେ। ପରମ ବିଷ୍ଣୁଙ୍କର ଷଷ୍ଠ ଅବତାର ଶ୍ରୀପର୍ଶୁରାମଙ୍କର ତଥା ପରମ ବିଷ୍ଣୁଭକ୍ତ ବିଶ୍ୱବିଦିତ ଭକ୍ତଗ୍ରନ୍ଥ ଗୀତଗୋବିନ୍ଦର ରଚୟିତା ପବିତ୍ର ପ୍ରାଚୀ ଅବବାହିକାରେ ଜନ୍ମିତ ଶ୍ରୀଜୟଦେବଙ୍କର ଜୟନ୍ତୀ ଉତ୍ସବ ମଧ୍ୟ ଉକ୍ତ ଦିବସରେ ପାଳିତ ହୋଇଥାଏ। କଥାରେ ଅଛି ଯେକୌଣସି ଶୁଭକାର୍ଯ୍ୟ ଏହି ଦିବସରେ ଆରମ୍ଭ କରାଗଲେ ବିନା ବିଘ୍ନରେ କାର୍ଯ୍ୟଟି ସମ୍ପାଦିତ ହୋଇଥାଏ। ଉତ୍କଳୀୟଙ୍କର ପ୍ରାଣ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନ ଉତ୍ସବ, ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କର ରଥକାର୍ଯ୍ୟ ତଥା ରେବତୀ ମା’ଙ୍କ ସହ ତାଙ୍କର ବିବାହ ଉତ୍ସବ, କୃଷକମାନଙ୍କ ଅଖିମୁଠି ଅନୁକୂଳ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପବିତ୍ର ଅକ୍ଷୟତୃତୀୟା ତିଥିରେ ପାଳିତ ହୋଇଥାଏ। ପ୍ରତ୍ୟେକ କୃଷକ ପରିବାରର ଏହା ଆଦ୍ୟ କୃଷିପର୍ବ। କୃଷକର ବିହନ ମୁଠାକ ମା’ଧରିତ୍ରୀ କୋଳରେ ଅକ୍ଷୟ ଭାବରେ ଧାରଣ କରି ଉତ୍ତମ ଉପତ୍ାଦନ ପ୍ରଦାନ ପାଇଁ ପ୍ରତ୍ୟେକ କୃଷିଜୀବୀ ପରିବାର ଉକ୍ତ ଦିବସରେ ନିଷ୍ଠାର ସହ ସ୍ବତନ୍ତ୍ର ଭାବେ ଭୂମି ପୂଜନ କରିଥା’ନ୍ତି। ଧାନ ଆମ ପ୍ରଦେଶର ମୁଖ୍ୟ ଫସଲ ହୋଇଥିବାରୁ ଅଖିମୁଠି ହିସାବରେ ଧାନକୁ ମହାଲକ୍ଷ୍ମୀଙ୍କ ସ୍ବରୂପ ଭାବେ ଗ୍ରହଣ କରାଯାଇ ସେହି ଧାନରେ ହିଁ ମୁଠି ଅନୁକୂଳ କରାଯାଏ। ଧାନ ବିହନ ବୁଣିବାର ପ୍ରକୃତ ସମୟ ହେଉଛି ବୈଶାଖ ଶୁକ୍ଳ ତୃତୀୟାଠାରୁ ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ।
ବୈଶାଖ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତ ହୁଏ। ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭ କରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

 

 

ଅକ୍ଷୟତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି
ଅକ୍ଷୟତୃତୀୟାରେ ସବୁ ଶୁଭକାମ କରାଯାଏ। ଏହିଦିନ ସୁନା କିମ୍ବା ରୁପା କିଣିଲେ ଘରକୁ ଲକ୍ଷ୍ମୀ ଆସିଥା’ନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ ମୁଁ କିଛିନା କିଛି ସୁନା ରୁପା କିଣେ। ଏ ବର୍ଷ ମଧ୍ୟ ସେପରି କିଛି ଯୋଜନା ରହିଛି। ଏହା ବ୍ୟତୀତ ଘରେ ପିଠାପଣା କରି ପୂରା ପରିବାର ଏକାଠି ହୋଇ ଏହି ଦିନର ମଜା ଉଠାଇବୁ।
-ଲକ୍ଷ୍ମୀପ୍ରିୟା ପଣ୍ଡା, ଗୃହିଣୀ
ଏହିଦିନ ଶୁଭକାମ କଲେ ଭଲ
ଏହା ଏକ କୃଷିଭିତ୍ତିକ ପର୍ବ। ଗାଁରେ ଏହିଦିନ ଅଖିମୁଠି ଅନୁକୂଳ ହେବା ସହ ବିଲରେ ବିଧିପୂର୍ବକ ଭୂମିପୂଜା ଓ ଲକ୍ଷ୍ମୀପୂଜା ହୋଇଥାଏ। ପ୍ରତିବର୍ଷ ଏହାକୁ ଦେଖିବା ପାଇଁ ମୁଁ ଗାଁକୁ ଯାଏ। ତା’ସହିତ ଏହିଦିନ ବିଭିନ୍ନ ଶୁଭକାମ ମଧ୍ୟ କରାଯାଏ।
-ବର୍ଷାରାଣୀ ସାହୁ, ଛାତ୍ରୀ
ଓଡ଼ିଆ ଜାତି ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ
ସମୟ ସହିତ ସବୁକିଛି ବଦଳୁଛି। ମାତ୍ର ଆଜି ବି ଆମ ପରମ୍ପରା ସଂସ୍କୃତି ବଞ୍ଚତ୍ରହିଛି। ଅକ୍ଷୟତୃତୀୟା କେବଳ ଚଷାପୁଅ ପାଇଁ ବିଶେଷଦିନ ନୁହେଁ, ବରଂ ଏହା ସମସ୍ତ ଓଡ଼ିଆଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ ଦିନ। କାରଣ ଏହି ଦିନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ମହାରଣା ସେବାୟତମାନେ ଏହି ତିଥିରେ ରଥକାଠ ପୂଜା କରି ରଥ ଗଢ଼ାକାମ ଆରମ୍ଭ କରନ୍ତି।
-ଭୋଳାନାଥ ବେହେରା, ଚାଷୀ
-ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri