ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିଥିଲେ। ସଦର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଗୋଲାପ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ପରିଷଦ ସଭାପତି ଦେବକୀ ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲା ମହିଳା ବିଜେଡି ସଭାନେତ୍ରୀ ଦମୟନ୍ତୀ ବାଗ, ନଗର ସଭାପତି ଶମ୍ଭୁ ନାଗ, ଜିଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର, କୈଳାସ ମହାନ୍ତି, ବିଧୂଭୂଷଣ ତ୍ରିପାଠୀଙ୍କ ସମେତ ଚାଷୀମାନେ ଯୋଗଦେଇ ଭାଜପା ସରକାରକୁ ତୀବ୍ର ସମାଲୋଚନା କରିଥିଲେ। କଳାବଜାରୀଙ୍କ ସହ ମିଶି ସାର କଳାବଜାର କରି ଚାଷୀକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଠିକଣା ସମୟରେ ସାର ନ ପାଇବାରୁ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଚଢ଼ା ଦରରେ ସାର କିଣି ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ। ବୁଧବାର କୃଷି ଭବନ ଉଦ୍‌ଘାଟନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ପୁରୁଣା କୋଠାରେ ରଙ୍ଗ ମାରି କୃଷି ଭବନ ନାଁରେ ଉଦ୍‌ଘାଟନ କରାଯାଉଛି ବୋଲି ସମାଲୋଚନା କରିଥିଲେ। ଉଦ୍‌ଘାଟନୀ ଫଳକରେ କେଉଁ କାରଣରୁ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନାଁ ଲେଖାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସଭା ପରେ ଦାବିପତ୍ର ଦେବାକୁ କୃଷି ଭବନ ଭିତରକୁ ଧସେଇ ପଶିଥିଲେ। ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ବିଜେଡି ନେତା, କର୍ମୀମାନେ ଠେଲାପେଲା କରି କୃଷି ଭବନ ପରିସରକୁ ପଶିଥିଲେ। ସେଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଦ୍ବାରା ଉଦ୍‌ଘାଟିତ କୃଷି ଭବନ ଫଳକରେ ଜିଲା ପରିଷଦ ସଭାପତି ଦେବକୀ ସାହୁ ବାର୍ନିସ୍‌ ଧଳା ରଙ୍ଗ ମାରି ଉପମୁଖ୍ୟମନ୍ତ୍ରୀ ଓ ଲୋକସଭା ଏମ୍‌ପିଙ୍କ ନାମକୁ ଲିଭାଇ ଦେଇଥିଲେ। ଫଳକ ନିକଟସ୍ଥ ଷ୍ଟାଣ୍ଡକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଥିଲେ। ଅଫିସ ଭିତରକୁ ପଶି ସିଡିଏଓ ଧୀରେନ ସିଂ ବରିହାଙ୍କୁ ସାର କଳାବଜାର ଓ ଉଦ୍‌ଘାଟନୀ ଫଳକରେ ସ୍ଥାନୀୟ ବିଧାୟକଙ୍କ ନାଁ କାହିଁକି ଲେଖାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଆଗକୁ ଏଭଳି ହେଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଧମକ ଦେଇ ଦାବିପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri