ବରଗଡ଼ରେ ସାର ସଙ୍କଟ, ଆନ୍ଦୋଳନ ଦାନା ବାନ୍ଧୁଛି

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ ପାଇଁ ସାର ସଙ୍କଟକୁ ନେଇ ଅସନ୍ତୋଷ ତେଜି ଉଠିଛି। ତେବେ ଜିଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ନେଇ ସରକାର କହୁଥିବାବେଳେ ସେହି ସାର କେଉଁଠି ରହିଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପଡୋଶୀ ରାଜ୍ୟକୁ ତାହା ଚାଲାଣ ହୋଇଥିବା ନେଇ ଅଭିଯୋଗ ହେଉଛି। କଳାବଜାର ପାଇଁ କେତେକ ବ୍ୟବସାୟୀ ଗଚ୍ଛିତ ରଖିଥିବା ନେଇ ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ସାର ସଙ୍କଟ ନେଇ ଜିଲାରେ ଚାଷୀଙ୍କ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧୁଛି। ଶୁକ୍ରବାର ଭାରତୀୟ କିଷାନ ସଂଘ ପକ୍ଷରୁ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ମାଝିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାର ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଇ ଦିଆ ନ ଗଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।
ଗତବର୍ଷ ଖରିଫରେ ୩୩୦୦୦ ମେଟ୍ରିକ ଟନ୍‌ ୟୁରିଆ ସାର ଆସିଥିଲା। ଏଥର ତାହା ୪୨୦୦୦ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସାର ଅଭାବରେ ଚାଷୀ ହନ୍ତସନ୍ତ ହେଉଛନ୍ତି। କଳାବଜାରରେ ସାର କିଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଜୈବିକ ଚାଷ କେବଳ ପ୍ରଚାର ପ୍ରସାରରେ ସୀମିତ ରହିଛି। ଶୃଙ୍ଖଳିତ ଓ ବ୍ୟବସ୍ଥିତ ସାର ଯୋଗାଣରେ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ରହିଛି ବୋଲି ସଂଘ ଅଭିଯୋଗ କରିଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। ସଂଘର ଜିଲା ସଭାପତି ପିତାମ୍ବର ସାହୁ, ରାଜ୍ୟ ମହିଳା ପ୍ରମୁଖ ସଂଘମିତ୍ରା ପଟେଲ, ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ଭୂପାଳ ବିଶି, ରବୀନ୍ଦ୍ର ବିଶି, ଆଶୁତୋଷ ଆଚାର୍ଯ୍ୟ, ପଞ୍ଚାନନ ଦଳପତି, ସତ୍ୟଜିତ ପଣ୍ଡା, ମୁକେଶ କେଡ଼ିଆ, ଭିକାରି ଚରଣ ଖମାରୀ, ସଞ୍ଜୟ ବାରିକ, ହୀରାଲାଲ ସା, ପଦ୍ମନ ମାଝୀ, କେନ୍ଦ୍ରୀୟ ସଦସ୍ୟ କେଦାର ମିଶ୍ର, ଜିଲା ସଙ୍ଗଠନ ସମ୍ପାଦକ କିଶୋର ଦେବତା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri