ସାର କଳାବଜାର: ଅସନ୍ତୋଷ ଝାଡ଼ିଲା କୃଷକ ସଙ୍ଗଠନ

ସମ୍ବଲପୁର,୨୦ା୮(ପ୍ରମୋଦ ବହିଦାର):ସାର କଳାବଜାର ଅଭିଯୋଗରେ କୃଷି ବିଭାଗ ପକ୍ଷରୁ ସମ୍ବଲପୁର ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌କାଉଣ୍ଟରକୁ ଗତ ୧୪ତାରିଖ ସିଲ୍‌ କରାଯାଇଥିଲା। ହେଲେ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌ କାଉଣ୍ଟର ଅନ୍ୟପାର୍ଶ୍ୱରେ ଥିବା ହୋଲସେଲ୍‌ କାଉଣ୍ଟର ଯଥାରୀତି ଖୋଲା ରହିଥିଲା। ଫଳରେ ଉକ୍ତ ବ୍ୟବସାୟୀ ସେଠାରେ ଅଧିକ ଦରରେ ସାର ବିକ୍ରି କରି ଚାଲିଥିଲେ। ହୋଲସେଲକୁ ଖୋଲା ଛାଡ଼ି ଦେଇ ପରୋକ୍ଷରେ ସାର କଳାବଜାରକୁ ପ୍ରୋତ୍ସାହିତ କରାଯାଇଥିଲା ବୋଲି ସମ୍ବଲପୁର ଜିଲା କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏହାକୁ ନେଇ ମଙ୍ଗଳବାର ସଙ୍ଗଠନର କର୍ମକର୍ତ୍ତାମାନେ ସଭାପତି ଉମେଶ ମିଶ୍ରଙ୍କ ନେତୃତ୍ୱରେ ସମ୍ବଲପୁର ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ଓ ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ଜେନାଙ୍କୁ ସାକ୍ଷାତ କରି ଉକ୍ତ ବିଷୟରେ ଅବଗତ କରିଥିଲେ। ତୁରନ୍ତ ଉକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଲାଇସେନ୍ସ ବାତିଲ କରି ଦୋକାନକୁ ସମ୍ପୂର୍ଣ୍ଣ ସିଲ୍‌ କରିବାକୁ ଦାବି କରିଥିଲେ। କୃଷକ ସଙ୍ଗଠନର ଅଭିଯୋଗ ପରେ କୃଷି ଅଧିକାରୀ ଜେନା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଖାଲି ସେତିକି ନୁହେଁ ଜିଲାର ବିଭିନ୍ନ ହୋଲସେଲ୍‌ ଓ ରିଟେଲ୍‌ ଦୋକାନରେ ମଧ୍ୟ ସାରର ଷ୍ଟକ ଯାଞ୍ଚ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲା ଉପାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ସାର କଳାବଜାର ହେବା ନଜିର ରହିଛି। ମାତ୍ର ସମ୍ବଲପୁର ସଦର ମହକୁମାରେ ଏପରି ହେବାର ନଜିର ନାହିଁ। ବିଭିନ୍ନ ପିଏସିଏସ୍‌ ମାନଙ୍କରେ ବର୍ତ୍ତମାନ ସାର ଅଭାବ ଏପରିକି ଆଦୌ ନ ଥିବା ବେଳେ ଘରୋଇ ଦୋକାନୀମାନେ ସାର କଳାବଜାର କରୁଛନ୍ତି। ସେହିପରି ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ଉମେଶ ଚନ୍ଦ୍ର ମିଶ୍ର ଜିଲାର ଚାଷୀମାନଙ୍କୁ ଜିଲା କୃଷି ବିଭାଗର ସହଯୋଗ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ। ସେ କହିଛନ୍ତି, ପିଏସିଏସ୍‌ ଓ ଏଲ୍‌ଏଏମ୍‌ପିଏସ୍‌ ମାନଙ୍କରେ ଚାଷୀଙ୍କୁ ସାର ମିଳୁନାହିଁ। ଅଥଚ ଖୋଲା ବଜାରରେ ସାର କଳାବଜାର ହେଉଛି। ତେବେ ସାର କଳାବଜାର କରୁଥିବା ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ସିଲ୍‌ ପ୍ରକ୍ରିୟାର ତଦନ୍ତ କରିବା ସହ ଏଭଳି ଅସାଧୁ କାରବାରରେ ଲିପ୍ତ ଅଧିକାରୀ ଏବଂ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri