ପୁଟିନଙ୍କ ନାଁ ନେଇ ଚାକିରି ହରାଇଲେ ରେଡିଓ ହୋଷ୍ଟ

ନୁର ସୁଲତାନ,୨୯ ।୩: ରୁଷିଆ-ୟକ୍ରେନ୍ ଯୁଦ୍ଧମଧ୍ୟରେ କାଜାକସ୍ତାନର ଜଣେ ରେଡିଓ ହୋଷ୍ଟଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟିପ୍ପଣି ମହଙ୍ଗା ପଡିଛି । ରେଡିଓ ହୋଷ୍ଟ ଫେସବୁକ ଚ୍ୟାଟ ସମୟରେ କହିଥିଲେ ଯଦି ଆପଣ ଅଧିକ କଥା କହୁଛନ୍ତି ତେବେ ଆମେ ଆକ୍ରମଣ କରିବାକୁ ଅଙ୍କଲ ବୋବା(ପୁଟିନ)ଙ୍କୁ ଡାକି ଦେବୁ । ୟୁକ୍ରେନରେ ଯୁଦ୍ଧକୁ ନେଇ ଫେସବୁକରେ ୟୁକ୍ରେନ ଓ ରୁଷିଆ ସମର୍ଥକଙ୍କ ମଧ୍ୟରେ ଗରମାଗରମ ଅନ୍‌ଲାଇନ ଆଲୋଚନା ଚାଲିଥିବା ସମୟରେ ଏହା ଘଟିଛି ।
ସୂଚନାଯୋଗ୍ୟ, ପୂର୍ବ ସୋଭିଏତ ଗଣରାଜ୍ୟ କାଜକିସ୍ତାନ, ରୁଷିଆ ସହ ବିଶ୍ୱର ସବୁଠାରୁ ବଡ ଦ୍ୱିତୀୟ ସବୁଠାରୁ ଲମ୍ବା ସୀମା ଶେୟାର କରୁଛି । ଏହାସହ ରୁଷିଆ ନେତୃତ୍ୱ ବାଲା ବ୍ୟବସାୟ ଓ ସେନା ବ୍ଲକର ସଦସ୍ୟ ହୋଇଥିବାରୁ ମସ୍କୋ ସହ ଘନିଷ୍ଠ ଆର୍ଥିକ ଓ ରାଜନୈତିକ ସମ୍ପର୍କ ରଖିଛି ।
ପୁଟିନଙ୍କୁ ନେଇ କରାଯାଇଥିବା ଟିପ୍ପଣିକୁ ନେଇ ୟୁରୋପ ପ୍ଲସ କାଜାକିସ୍ତାନ ରେଡିଓ ଷ୍ଟେଶନର ଖୁବ୍ ଚର୍ଚ୍ଚା ହେଉଛି । ଏହାପରେ ରେଡିଓ ଷ୍ଟେଶନ ଉକ୍ତ ଫେସବୁକ ଟିପ୍ପଣିଠାରୁ ନିଜକୁ ଦୂରେଇ ଦେଇଛି । ଏହାସହ ସୋମବାର ରେଡିଓ ହୋଷ୍ଟଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ହେଲେ ରେଡିଓ ହୋଷ୍ଟ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ।

Share