ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଛି ଫି, ହେଲେ ୨୮ବର୍ଷ ହେଲା କଲେଜରେ ହେଉନି ବାର୍ଷିକ ଉତ୍ସବ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବାର୍ଷିକ କ୍ରୀଡ଼ା, ବାର୍ଷିକ ଉତ୍ସବ ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆଡ଼ମିଶନ, ରି-ଆଡ଼ମିଶନ ପାଇଁ ପ୍ରତିବର୍ଷ ଫି ଆଦାୟ କରାଯାଉଛି। କିନ୍ତୁ କଲେଜରେ ପ୍ରବେଶ ଦିବସଠାରୁ ଏପର୍ଯ୍ୟନ୍ତ ଛାତ୍ରୀଛାତ୍ର ବାର୍ଷିକ କ୍ରୀଡ଼ା କିମ୍ବା କଲେଜର ବାର୍ଷିକ ଉତ୍ସବ ପାଳନ ଦେଖିନାହାନ୍ତି। ଏଭଳି ଏକ ଗୁରୁତର ଅଭିଯୋଗ ନେଇ ସୋମବାର ବରଗଡ଼ ଟ୍ରଷ୍ଟ ଫଣ୍ଡ୍‌ କଲେଜର ଛାତ୍ରୀଛାତ୍ର କଲେଜ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଫେରାଦ ହୋଇଛନ୍ତି। ଅତିରିକ୍ତ ଜିଲାପାଳ ସାହୁଙ୍କୁ ଛାତ୍ରୀଛାତ୍ର ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି। କଲେଜର ବାର୍ଷିକ କ୍ରୀଡ଼ା ଏବଂ ବାର୍ଷିକ ଉତ୍ସବ ପାଳନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ଅତିରିକ୍ତ ଜିଲାପାଳ ସାହୁଙ୍କୁ ନିବେଦନ କରିଛନ୍ତି।
ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି, ଦୀର୍ଘ ୨୮ବର୍ଷ ହେଲା ଉକ୍ତ କଲେଜରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କିମ୍ବା କଲେଜର ବାର୍ଷିକ ଉତ୍ସବ ପାଳନ କରାଯାଉ ନାହିଁ। ଅନ୍ୟପଟେ ପ୍ରତିବର୍ଷ କଲେଜର ଛାତ୍ରୀଛାତ୍ରଙ୍କଠାରୁ ଆଡ଼ମିଶନ ଏବଂ ରି-ଆଡ଼ମିଶନ ନାଁରେ ସ୍ପୋର୍ଟସ୍‌ ଓ କଲଚରାଲ ଫି ନିଆଯାଉଛି। କେବଳ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୋ ଓଡ଼ିଶା କାର୍ଯ୍ୟକ୍ରମ କଲେଜରେ ହୋଇଥିବା ଛାତ୍ରୀଛାତ୍ର କହିଛନ୍ତି। ଅପରପକ୍ଷେ କଲେଜର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ବାର୍ଷିକ ଉତ୍ସବ କରିବା ପାଇଁ ଛାତ୍ରୀଛାତ୍ର ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ମାତ୍ର କଲେଜ କର୍ତ୍ତୃପକ୍ଷ କେବଳ ନାନା ଆଳ ଦେଖାଇ କେବଳ ଦିନ ଗଡ଼ାଇ ଚାଲୁଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି।
ଏଭଳି ଅଭିଯୋଗ ନେଇ ଛାତ୍ରୀଛାତ୍ର ଝିପିଝିପି ବର୍ଷାପାଣିରେ ଭିଜି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଦଯାତ୍ରାରେ ଆସିଥିଲେ ଏବଂ କଲେଜ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସାଧାରଣ ଘରୋଇ ସ୍କୁଲ, କଲେଜରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ବାର୍ଷିକ ଉତ୍ସବ ପାଳନ କରାଯାଉ ଥିବାବେଳେ ଛାତ୍ରୀଛାତ୍ରମାନେ ସେଥିପାଇଁ ଉଦ୍ଦିଷ୍ଟ ବାର୍ଷିକ ଫି ପ୍ରଦାନ କରୁଥିବା ସତ୍ତ୍ୱେ ଜିଲା ହେଡ଼କ୍ୱାର୍ଟରରେ ଅବସ୍ଥିତ ଟ୍ରଷ୍ଟଫଣ୍ଡ୍‌ କଲେଜରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ବାର୍ଷିକ ଉତ୍ସବ ପାଳନ କରାଯାଉ ନଥିବା ବିଡ଼ମ୍ବନାର ବିଷୟ ବୋଲି ଅତିରିକ୍ତ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ସେ ନେଇ କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଥିଲେ।
ତେବେ ଜିଲା ହେଡ଼ କ୍ୱାର୍ଟର ମଧ୍ୟରେ ରହିଥିବା କଲେଜରେ ଏଭଳି ଛାତ୍ର ଅଶାନ୍ତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ସରୋଜ କୁମାର ଦେବତାଙ୍କୁ ପଚାରିବାରୁ ସେ କହିଥିଲେ, ବିଗତ ଶନିବାର କଲେଜର ବିଭାଗୀୟ ମୁଖ୍ୟମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଡିସେମ୍ବର ମାସ ୧୫ତାରିଖ ପରେ ଏବଂ ଆସନ୍ତାବର୍ଷ ଜାନୁୟାରୀ ଶେଷରେ ଉପଯୁକ୍ତ ସମୟରେ ଛାତ୍ରୀଛାତ୍ରଙ୍କ ବାର୍ଷିକ କ୍ରୀଡ଼ା ଏବଂ ସମୟ ଅନୁସାରେ ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ତେବେ ଉକ୍ତ କଲେଜରେ ଦୀର୍ଘବର୍ଷ ଧରି କାହିଁକି ଛାତ୍ରୀଛାତ୍ରଙ୍କ ବାର୍ଷିକ କ୍ରୀଡ଼ା କିମ୍ବା କଲେଜର ବାର୍ଷିକ ଉତ୍ସବ ହେଉ ନଥିଲା ଏବଂ ସେଥିପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ଫି କୁଆଡ଼େ ଖର୍ଚ୍ଚ ହେଉଥିଲା, ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି କଲେଜ ଛାତ୍ରୀଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri