ବିଫଳତାର ଅନୁଭବ

ମୋ ପିଢ଼ି (ମୋର ବୟସ ଏବେ ୫୬)ର ଲୋକଙ୍କ ମଧ୍ୟରେ ଅଧିକ ଆଶା ରହିଥିଲା ଯେ ଆମ ଜୀବନକାଳରେ ଚାଇନା ସହିତ ଭାରତ ପ୍ରତିଯୋଗିତା କରିବ ଏବଂ ବିଶ୍ୱର ବୃହତ୍‌ ଶକ୍ତିମାନଙ୍କ ମଧ୍ୟରୁ ଗୋଟିଏ ହେବ। ଏହି ଆତ୍ମବିଶ୍ୱାସ ମଧ୍ୟ ଆମର ଥିଲା। ଏ ବିଷୟକୁ ରାଜନୀତିରେ କୁହାଯାଉଥିଲା ଏବଂ ବିଶ୍ୱର ସାମ୍ୱାଦିକମାନେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ। ୧୯୯୦ ଏବଂ ୨୦୦୦ ଦଶକ ମଧ୍ୟରେ, ଦୁଇ ଦଶନ୍ଧି ଧରି, ଏହି ଭାବନା ରହିଥିଲା। ଏହା ସତ ଯେ, ଭାରତର ଅଭିବୃଦ୍ଧି ମନ୍ଥର ଗତିରେ ହେଉଥିଲା ଏବଂ ଏହା ମଧ୍ୟ ସତ ଯେ, ଚାଇନା ପରି ଭାରତ ଶିଳ୍ପାୟନର ବିକାଶ ହେଉ ନ ଥିଲା। କିନ୍ତୁ ଭବିଷ୍ୟତରେ ଏହା ନିଶ୍ଚୟ ଘଟିବ ବୋଲି ଅନୁଭବ କରି ହେଉଥିଲା। ଜଣେ ପ୍ରସିଦ୍ଧ ଲେଖକ ଦୁଇ ରାଷ୍ଟ୍ରର ଭବିଷ୍ୟତକୁ ତୁଳନା କରି କହିଥିଲେ ଯେ ଚାଇନାର ବିକାଶର ରାସ୍ତା ସୁଗମ ଥିଲା, କିନ୍ତୁ ଗଣତନ୍ତ୍ରର ପରିବର୍ତ୍ତନ ଗୋଟିଏ ବିରାଟ ବାଧା ଥିଲା। ଭାରତର ରାସ୍ତା ଉତ୍‌ଥାନ ପତନ ଥିଲା କିନ୍ତୁ ବିକାଶରେ କୌଣସି ବଡ଼ ବାଧା ନ ଥିଲା। ହେଲେ ଏହା ସମସ୍ୟାପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ଜଣାପଡ଼ିଲା। ପ୍ରଥମେ ଅନୁଭବ କରାଯାଇଥିଲା ଯେ ସମସ୍ତ ପୂର୍ୱାନୁମାନ ବିଫଳ ହୋଇଛି। ଭାରତ ଏକ ଆର୍ଥିକ ଶକ୍ତି କିମ୍ୱା ଏକ ବୃହତ୍‌ ଶକ୍ତି ଭାବରେ ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତା କରି ନାହିଁ। ଆମେ ଆମର ନାଗରିକମାନଙ୍କ ସମୃଦ୍ଧି ପାଇଁ ଜାପାନ, କୋରିଆ, ସିଙ୍ଗାପୁର ଏବଂ ଚାଇନା ଭଳି ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକର ପଥ ଅନୁସରଣ ମଧ୍ୟ କରି ନାହୁଁ। ଏପରି କି ବିଶ୍ୱର ମାନକ ଅନୁସାରେ ଥିବା ଅଧିକାଂଶ ଗରିବ ଦେଶଙ୍କ ଭଳି (ଭାରତର ମୁଣ୍ଡପିଛା ଜିଡିପି ବିଶ୍ୱର ହାରାହାରି ଏକ ଚତୁର୍ଥାଂଶ) ରହିଗଲୁ। ମୋ ପିଢ଼ି (ଉଦାରୀକରଣ ପରବର୍ତ୍ତୀ ୩୦ ବର୍ଷରୁ ଅଧିକ ବୟସ୍କ ଜୀବନ ବିତାଇଛନ୍ତି)ଠାରୁ ଏହି ମହତ୍ତ୍ୱାକାଂକ୍ଷାର ଅଧୋଗତି ହେଲା। ରାଜନୀତିରେ ମଧ୍ୟ ମହତ୍ତ୍ୱାକାଂକ୍ଷା ବିଫଳ ହେଲା। ଆମେ ଦେଖିପାରୁଛୁ ଯେ, ଭାରତ ଏବେ ପାକିସ୍ତାନ ଓ ବାଂଲାଦେଶ ସହିତ ପ୍ରତିଯୋଗିତା କରିବା ସ୍ଥିତିରେ ରହିଛି। ବିଶ୍ୱର ଲେଖକମାନେ ମଧ୍ୟ ଅନୁଭବ କଲେ ଯେ ଆମେ ଚାଇନା ସହିତ ତୁଳନୀୟ ନୁହେଁ, ଯେଉଁଥିପାଇଁ ଦି ଇକୋନୋମିଷ୍ଟ ଏବଂ ଦି ୱାଲ ଷ୍ଟ୍ରିଟ ଜର୍ନାଲରେ ଦୁଇ ଦେଶ ସମ୍ପର୍କରେ କଭର ଏବଂ ଫିଚର ଷ୍ଟୋରି ଆଉ ପ୍ରକାଶ ପାଉନାହିଁ।
ଭାରତକୁ ପର୍ଯ୍ୟବେକ୍ଷଣ କରୁଥିବା ଲୋକଙ୍କ ମନରେ ଦ୍ୱିତୀୟ ଅନୁଭବର ବିଷୟ ଆସିଥିଲା ଗତ ଦଶନ୍ଧିରେ। ଆଶା କରାଯାଇଥିବା ଅର୍ଥନୈତିକ ଚମତ୍କାର ଭାରତ ପ୍ରଦର୍ଶନ କରୁନାହିଁ ବୋଲି ମନେହେଉଥିଲା। ତେବେ ଭାରତ ଗଣତାନ୍ତ୍ରିକ ଏବଂ ଏହି କାରଣ ଯୋଗୁ ଏହା ସ୍ୱତନ୍ତ୍ର ଥିଲା ବୋଲି ଅନୁଭବ ହେଉଥିଲା। ସେ ସମୟରେ ଏହା ମଧ୍ୟ ଅନୁଭବ କରାଯାଇଥିଲା ଯେ ଭାରତ ଗଣତନ୍ତ୍ର ଏବଂ ବ୍ୟକ୍ତିଗତ ସ୍ୱାଧୀନତାରୁ ଦୂରେଇ ଯାଇ ନିର୍ୱାଚନ ଉଭୟ ସ୍ୱେଚ୍ଛାଚାରିତା ଏବଂ ଏକଚ୍ଛତ୍ରବାଦ ଆଡ଼କୁ ଗତି କରିଛି। ଚାରି ବର୍ଷ ପୂର୍ୱେ, ଏକ ଆମେରିକୀୟ ଥିଙ୍କ-ଟ୍ୟାଙ୍କ ଭାରତକୁ ‘ଆଂଶିକ ସ୍ୱାଧୀନ’ ଏବଂ କଶ୍ମୀରକୁ ପୃଥକ୍‌ ଭାବରେ ‘ସ୍ୱାଧୀନ ନୁହେଁ’ ବୋଲି ବର୍ଗୀକୃତ କରିବା ପରେ ଭାରତ ସରକାର ଏହାକୁ ବିରୋଧ କରିଥିଲେ। ସରକାରଙ୍କ ପ୍ରତିକ୍ରିୟା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା ଏବଂ ସେଥିରେ କୁହାଯାଇଥିଲା, ”ଭାରତର ସଂଘୀୟ ଢାଞ୍ଚାରେ ଥିବା ଅନେକ ରାଜ୍ୟ ଏକ ସ୍ୱାଧୀନ ନିର୍ୱାଚନୀ ସଂସ୍ଥା ଦ୍ୱାରା ପରିଚାଳିତ ମୁକ୍ତ ଏବଂ ନିରପେକ୍ଷ ନିର୍ୱାଚନ ପ୍ରକ୍ରିୟା ମାଧ୍ୟମରେ ଜାତୀୟ ସ୍ତରର ଦଳ ବ୍ୟତୀତ ନିର୍ୱାଚିତ ଅନ୍ୟ ଦଳଗୁଡ଼ିକ ଦ୍ୱାରା ଶାସିତ ହେଉଛି। ଏହା ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ କାର୍ଯ୍ୟକୁ ପ୍ରତିଫଳିତ କରେ, ଯାହା ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ଲୋକଙ୍କୁ ସ୍ଥାନ ଦିଏ।“ ହେଲେ ଏହା ଅସତ୍ୟ ଥିଲା। ବାସ୍ତବରେ ରିପୋର୍ଟର ଦୁଇଟି ଅଂଶ ଥିଲା। ପ୍ରଥମଟିରେ ରାଜନୈତିକ ଅଧିକାରକୁ ୪୦ ପ୍ରତିଶତ ପ୍ରାଧାନ୍ୟ ଦେଇଥିଲା। ଏଥିରେ ଭାରତର ପ୍ରାପ୍ତାଙ୍କ ଥିଲା ୩୪/୪୦। ଏଥିରେ ମୁକ୍ତ ଏବଂ ନିରପେକ୍ଷ ନିର୍ୱାଚନ, ନିର୍ୱାଚନ କମିଶନଙ୍କ ନିରପେକ୍ଷତା, ରାଜନୈତିକ ଗଢ଼ିବାର ସ୍ୱାଧୀନତା ଏବଂ ବିରୋଧୀ ଦଳକୁ ସେମାନଙ୍କର ଶକ୍ତି ବୃଦ୍ଧି କରିବାର ସୁଯୋଗ ପାଇଁ ପୂର୍ଣ୍ଣ ମାର୍କ ସାମିଲ ଥିଲା। ଏହି ଭାଗରେ, ଭୋଟଦାନ ହିଂସା ଦ୍ୱାରା ବାଧିତ ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ଦ୍ୱାରା ପ୍ରଭାବିତ କି ନୁହେଁ ସେ ବିଷୟରେ ଭାରତକୁ ପୂର୍ଣ୍ଣ ମାର୍କ ମିଳି ନ ଥିଲା। ପ୍ରକୃତରେ, ସରକାର ସ୍ୱଚ୍ଛତା ଉପରେ ୩/୪ ପାଇଥିଲେ, ଯାହା ହୁଏତ ଅତ୍ୟଧିକ ଥିଲା।
ରିପୋର୍ଟର ଆଉ ୬୦ ପ୍ରତିଶତରେ ଭାରତର ରେଟିଂ ବା ମୂଲ୍ୟାଙ୍କନରେ ନାଗରିକ ସ୍ୱାଧୀନତା କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଥିଲା। ଏଥିରେ ଏହାର ପ୍ରଦର୍ଶନ ଖରାପ (ପ୍ରାପ୍ତାଙ୍କ ୩୩/୬୦) ଥିଲା। ଅଭିବ୍ୟକ୍ତିର ସ୍ୱାଧୀନତା, ଧର୍ମୀୟ ସ୍ୱାଧୀନତା, ଶିକ୍ଷାଗତ ସ୍ୱାଧୀନତା, ସମାବେଶ ସ୍ୱାଧୀନତା, ଏନ୍‌ଜିଓଗୁଡ଼ିକର କାର୍ଯ୍ୟ କରିବାର ସ୍ୱାଧୀନତା (ରିପୋର୍ଟରେ ମୋ ସଂଗଠନ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଉପରେ ସରକାରଙ୍କ ଆକ୍ରମଣକୁ ବିଶେଷ ଭାବରେ ଉଲ୍ଲେଖ କରାଯାଇଥିଲା), ଆଇନର ଶାସନ, ନ୍ୟାୟପାଳିକାର ସ୍ୱାଧୀନତା ଏବଂ ପୋଲିସର ଉଚିତ ପ୍ରକ୍ରିୟା ଆଦି ପ୍ରସଙ୍ଗରେ ଭାରତର ମୂଲ୍ୟାଙ୍କନ ଖରାପ ଥିଲା। ହେଲେ ପ୍ରାପ୍ତାଙ୍କଗୁଡ଼ିକ କେବଳ ବାସ୍ତବତାକୁ ପ୍ରତିଫଳିତ କରିଥିଲା। ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ରିପୋର୍ଟରେ ଭାରତକୁ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବରେ ଦର୍ଶାଯାଇ କମ୍‌ ଗ୍ରେଡ୍‌ରେ ରଖାଯାଇଥିଲା। ରିପୋର୍ଟରେ ସ୍ପଷ୍ଟ ଭାବରେ ଏହାର ପ୍ରାଥମିକ କାରଣ ନାଗରିକ ସ୍ୱାଧୀନତାର କ୍ଷୟ ଏବଂ ନାଗରିକତ୍ୱରେ ଧର୍ମର ପ୍ରବେଶ ବୋଲି କୁହାଯାଇଥିଲେ ମଧ୍ୟ ସରକାର ମାନଦଣ୍ଡଗୁଡ଼ିକର ବିବରଣୀ ମାଗିଥିଲେ। ଏହା ମନେରଖିବା ଉଚିତ ଯେ ଏହି ସବୁ ରିପୋର୍ଟ କିଛି ବର୍ଷ ପୂର୍ୱର। ଏସବୁ ପରେ ବୁଲଡୋଜର ନ୍ୟାୟର ଯୁଗ ଏବଂ ଭାରତୀୟ ନିର୍ୱାଚନ କମିଶନଙ୍କ ଦ୍ୱାରା ବର୍ତ୍ତମାନ ଭୋଟଦାନରୁ ବଞ୍ଚିତ କରିବାର ଧର୍ମଯୁଦ୍ଧ ଆରମ୍ଭ କରାଯାଇଛି। ଆଇନର ଶାସନ ଅଧୀନରେ ଏକ ଗଣତନ୍ତ୍ର ଭାବରେ ଭାରତର ଏବର ମୂଲ୍ୟାଙ୍କନ ସରକାର ଯେଉଁ ମାନକ ଉପରେ ଅଭିଯୋଗ ଉଠାଇଛନ୍ତି ତାହାଠାରୁ ମଧ୍ୟ ଖରାପ ହେବ। ଅନ୍ୟପକ୍ଷରେ ସରକାର ଆଉ କେବେ ଏପରି ରିପୋର୍ଟଗୁଡ଼ିକର ପ୍ରତିବାଦ କରୁନାହିଁ କିମ୍ୱା ଏହାର ପ୍ରତିକ୍ରିୟା ମଧ୍ୟ ଦେଉ ନାହାନ୍ତି। ହେଲେ ଏହା ବାହ୍ୟ ଓ ଆଭ୍ୟନ୍ତରୀଣ ସମାଲୋଚନାର ଶିକାର ହୋଇଗଲାଣି। ବିକାଶର ବିଫଳତାର ଅନୁଭବ ପରି, ଆମେ ଗଣତନ୍ତ୍ରର ବିଫଳତାକୁ ମଧ୍ୟ ହୃଦୟଙ୍ଗମ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

ରାଇପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩…..

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଠାରୁ କଳିଙ୍ଗା ରାଜ୍ୟ ରାଜପଥ ରାଇପଦା ଦୀର୍ଘ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri