ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା ପରେ ଛନକା ପଶିଛି। ପୂର୍ବରୁ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏହି ଭୂତାଣୁ ସଂକ୍ରମଣରେ ହାତୀଙ୍କ ଜୀବନ ଯାଇଛି। ତେଣୁ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ହାତୀ ଉପଦ୍ରୁତ ଅଞ୍ଚଳର ଗୋରୁଙ୍କୁ ପ୍ରତିଷେଧକ ଦିଆଯାଉଛି। ହେମୋରେଜ୍‌ ସେଫ୍ଟିସେମିଆ ମୁଖ୍ୟତଃ ଗୋରୁଙ୍କଠାରୁ ହାତୀକୁ ସଂକ୍ରମିତ ହୋଇଥାଏ। ପ୍ରତିଷେଧକ ଦିଆଯିବା ପରେ ଏହି ଆଶଙ୍କାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଶିମିଳିପାଳ ପରେ ହାତୀସଂଖ୍ୟାରେ ଢେଙ୍କାନାଳର ସ୍ଥାନ ଦ୍ୱିତୀୟ। ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଜରୁରୀ ହୋଇପଡ଼ିଥିବାବେଳେ ବନ ସଂରକ୍ଷଣ ସମିତି ମାଧ୍ୟମରେ ରେଞ୍ଜ୍‌ ଅଧିକାରୀ, ପ୍ରାଣୀ ଚିକିତ୍ସକମାନେ ଗଁା ଗଁା ବୁଲି ଗାଈ, ବଳଦଙ୍କୁ ଟିକାକରଣ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ୨୦୧୫-୧୬ରୁ ୨୦୨୧ ଜାନୁୟାରୀ ସୁଦ୍ଧା ବିଭିନ୍ନ କାରଣରୁ ୭୮ ହାତୀଙ୍କ ଜୀବନ ଯାଇଛି। ସେଥିରୁ ରୋଗଗ୍ରସ୍ତ ଏବଂ ସଂକ୍ରମଣ କାରଣରୁ ୧୮ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୬ ଜାନୁୟାରୀ ୨୧ରେ ଢେଙ୍କାନାଳ ସଦର ରେଞ୍ଜ, ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ସେହିବର୍ଷ ଏପ୍ରିଲ ୨୨ ଏବଂ ମେ ୬ରେ କପିଳାସ ଅଭୟାରଣ୍ୟରେ ଅଜଣା ରୋଗରେ ପଡ଼ି ୩ ମାଈ ହାତୀଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୬ ଜୁନ୍‌ ୧୬ରେ ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲର ଆଳୁସିଂ ନିକଟରେ ଏକ ଦନ୍ତା, ୨୦୧୭ ଏପ୍ରିଲ ୬ରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମଉଳାଭଞ୍ଜା ସଂରକ୍ଷିତ ଜଙ୍ଗଲରେ ଅଣ୍ଡିରା ଛୁଆ ହାତୀ, ୨୦୧୭ ମେ ୨ରେ କପିଳାସ ଅଭୟାରଣ୍ୟର ବଣିଆ ଗ୍ରାମରେ ମାଈ ହାତୀ, ୨୦୧୭ ମେ ୧୮ରେ କନ୍ଧରା ସଂରକ୍ଷିତ ଜଙ୍ଗଲ ନିକଟ ବାଗୁଲି ଗ୍ରାମରେ ଦନ୍ତା, ୨୦୧୭ ନଭେମ୍ବର ୨୮ରେ ମହାବିରୋଡ ରେଞ୍ଜ୍‌ ଗତରେଇ ସଂରକ୍ଷିତ ଜଙ୍ଗଲରେ ଦନ୍ତା, ୨୦୧୮ ଜାନୁୟାରୀ ୮ରେ କପିଳାସ ଚିଡ଼ିଆଖାନାରେ ହାତୀ ଶାବକ ରୋଗଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲା। ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ସୁନାଝରି ସଂରକ୍ଷିତ ଜଙ୍ଗଲରେ ୨୦୧୮ ମେ ୧୫ରେ ହେପାଟାଇଟସ୍‌ରେ ସଂକ୍ରମିତ ହୋଇ ଏକ ମାଈହାତୀ ଏବଂ ସେହିବର୍ଷ ଅକ୍ଟୋବର ୨ରେ ମହାବିରୋଡ ରେଞ୍ଜ୍‌ ଅସନବାହାଳିରେ ଅନ୍ୟ ଏକ ହାତୀର ରୋଗରେ ପଡ଼ି ମୃତ୍ୟୁ ଘଟିଥିଲା।
୨୦୧୯ରେ ଜିଲାରେ ଦେଖାଦେଇଥିଲା ସେପ୍ଟିସେମିଆ ଆତଙ୍କ। ମାର୍ଚ୍ଚ ୨ରେ ମହାବିରୋଡ ରେଞ୍ଜ୍‌ ତୋରଡାନାଳି ଗ୍ରାମରେ ଏଥିରେ ସଂକ୍ରମିତ ହୋଇ ଏକ ବଡ଼ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ମେ ୪ରେ ଉକ୍ତ ରେଞ୍ଜରେ ଅନ୍ୟ ଏକ ମାଈ ହାତୀର ଜୀବନ ନେଇଥିଲା ମାରାତ୍ମକ ସେପ୍ଟିସେମିଆ। ୨୦୧୯ ଜୁଲାଇ ୪ରେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ଘଟିଥିଲା। ରୋଗର କାରଣ ଜଣାପଡ଼ି ନ ଥିଲା। ହିନ୍ଦୋଳ ରେଞ୍ଜ ଭିଙ୍ଗିରା ସଂରକ୍ଷିତ ଜଙ୍ଗଲରେ ସେହିମାସ ୧୬ରେ ଏକ ମାଈହାତୀର ମୃତ୍ୟୁ ଘଟିଥିବାବେଳେ ଏହାର କାରଣ ସେପ୍ଟିସେମିଆ ବୋଲି କୁହାଯାଇଥିଲା। ଅନୁରୂପ ଭାବେ ୨୦୧୯ ଜୁଲାଇ ୨୩ରେ କରାବିରା ଗ୍ରାମରେ ଦୂରାରୋଗ୍ୟ ବ୍ୟାଧିରେ ପଡ଼ି ଏକ ଦନ୍ତାର ଜୀବନ ଯାଇଥିଲା। ୨୦୨୦ ଫେବୃୟାରୀ ୬ରେ ସଦର ରେଞ୍ଜ ପୋଡ଼ାପଡ଼ା ଗ୍ରାମରେ ଏକ ଛୁଆ ହାତୀ ଇଣ୍ଟରନାଲ ହାମରେଜ୍‌ରେ ମରିଥିଲା।
୨୦୨୦ ଜୁନ୍‌ରେ ହିନ୍ଦୋଳ ରେଞ୍ଜ୍‌ ବେଡାପଡା ସଂରକ୍ଷିତ ଜଙ୍ଗଲରେ ହର୍‌ପିସ୍‌ ଆତଙ୍କ ଦେଖାଦେଇଥିଲା। ଉକ୍ତ ମାସ ୨୨ ତାରିଖରେ ଏଥିରେ ସଂକ୍ରମିତ ହୋଇ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଜିଲାରେ ସଂକ୍ରମଣରେ ହାତୀମୃତ୍ୟୁ ଘଟିବା ନୂଆ କଥା ନାହିଁ। ହର୍‌ପିସ୍‌, ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଅନେକ ହାତୀଙ୍କ ଜୀବନ ଯାଇଥିବା ପୂର୍ବ ଘଟଣାରୁ ସ୍ପଷ୍ଟ ହୋଇଛି। ତେଣୁ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘଟଣା ପରେ ହାତୀଙ୍କ ସୁରକ୍ଷା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଗାଈ, ଗୋରୁଙ୍କଠାରୁ ହାତୀଙ୍କୁ ସେପ୍ଟିସେମିଆ ସଂକ୍ରମିତ ହୋଇଥାଏ। ହାତୀ ଉପଦ୍ରବ ଅଞ୍ଚଳରେ ବନ ସଂରକ୍ଷଣ ସମିତି, ପ୍ରାଣୀ ବିଭାଗ ଏବଂ ବନ କର୍ମଚାରୀଙ୍କ ସହାୟତାରେ ଗୋରୁଙ୍କୁ ପ୍ରତିଷେଧକ ଦିଆଯାଉଛି। କଳାହାଣ୍ଡି ଢେଙ୍କାନାଳଠାରୁ ବହୁ ଦୂରରେ ଅବସ୍ଥିତ। ତେଣୁ ଜିଲାର ହାତୀଙ୍କ ସେଫ୍ଟିସେମିଆରେ ସଂକ୍ରମିତ ହେବା ଆଶଙ୍କା କମ୍‌। ଯେହେତୁ ଆଗରୁ ଏଭଳି ସଂକ୍ରମଣରେ ହାତୀଙ୍କ ମୃତ୍ୟୁ ଘଟିଛି, ତେଣୁ ସତର୍କତା ଅବଲମ୍ବନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri