ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା ପରେ ଛନକା ପଶିଛି। ପୂର୍ବରୁ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏହି ଭୂତାଣୁ ସଂକ୍ରମଣରେ ହାତୀଙ୍କ ଜୀବନ ଯାଇଛି। ତେଣୁ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ହାତୀ ଉପଦ୍ରୁତ ଅଞ୍ଚଳର ଗୋରୁଙ୍କୁ ପ୍ରତିଷେଧକ ଦିଆଯାଉଛି। ହେମୋରେଜ୍‌ ସେଫ୍ଟିସେମିଆ ମୁଖ୍ୟତଃ ଗୋରୁଙ୍କଠାରୁ ହାତୀକୁ ସଂକ୍ରମିତ ହୋଇଥାଏ। ପ୍ରତିଷେଧକ ଦିଆଯିବା ପରେ ଏହି ଆଶଙ୍କାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଶିମିଳିପାଳ ପରେ ହାତୀସଂଖ୍ୟାରେ ଢେଙ୍କାନାଳର ସ୍ଥାନ ଦ୍ୱିତୀୟ। ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଜରୁରୀ ହୋଇପଡ଼ିଥିବାବେଳେ ବନ ସଂରକ୍ଷଣ ସମିତି ମାଧ୍ୟମରେ ରେଞ୍ଜ୍‌ ଅଧିକାରୀ, ପ୍ରାଣୀ ଚିକିତ୍ସକମାନେ ଗଁା ଗଁା ବୁଲି ଗାଈ, ବଳଦଙ୍କୁ ଟିକାକରଣ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ୨୦୧୫-୧୬ରୁ ୨୦୨୧ ଜାନୁୟାରୀ ସୁଦ୍ଧା ବିଭିନ୍ନ କାରଣରୁ ୭୮ ହାତୀଙ୍କ ଜୀବନ ଯାଇଛି। ସେଥିରୁ ରୋଗଗ୍ରସ୍ତ ଏବଂ ସଂକ୍ରମଣ କାରଣରୁ ୧୮ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୬ ଜାନୁୟାରୀ ୨୧ରେ ଢେଙ୍କାନାଳ ସଦର ରେଞ୍ଜ, ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ସେହିବର୍ଷ ଏପ୍ରିଲ ୨୨ ଏବଂ ମେ ୬ରେ କପିଳାସ ଅଭୟାରଣ୍ୟରେ ଅଜଣା ରୋଗରେ ପଡ଼ି ୩ ମାଈ ହାତୀଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୬ ଜୁନ୍‌ ୧୬ରେ ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲର ଆଳୁସିଂ ନିକଟରେ ଏକ ଦନ୍ତା, ୨୦୧୭ ଏପ୍ରିଲ ୬ରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମଉଳାଭଞ୍ଜା ସଂରକ୍ଷିତ ଜଙ୍ଗଲରେ ଅଣ୍ଡିରା ଛୁଆ ହାତୀ, ୨୦୧୭ ମେ ୨ରେ କପିଳାସ ଅଭୟାରଣ୍ୟର ବଣିଆ ଗ୍ରାମରେ ମାଈ ହାତୀ, ୨୦୧୭ ମେ ୧୮ରେ କନ୍ଧରା ସଂରକ୍ଷିତ ଜଙ୍ଗଲ ନିକଟ ବାଗୁଲି ଗ୍ରାମରେ ଦନ୍ତା, ୨୦୧୭ ନଭେମ୍ବର ୨୮ରେ ମହାବିରୋଡ ରେଞ୍ଜ୍‌ ଗତରେଇ ସଂରକ୍ଷିତ ଜଙ୍ଗଲରେ ଦନ୍ତା, ୨୦୧୮ ଜାନୁୟାରୀ ୮ରେ କପିଳାସ ଚିଡ଼ିଆଖାନାରେ ହାତୀ ଶାବକ ରୋଗଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲା। ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ସୁନାଝରି ସଂରକ୍ଷିତ ଜଙ୍ଗଲରେ ୨୦୧୮ ମେ ୧୫ରେ ହେପାଟାଇଟସ୍‌ରେ ସଂକ୍ରମିତ ହୋଇ ଏକ ମାଈହାତୀ ଏବଂ ସେହିବର୍ଷ ଅକ୍ଟୋବର ୨ରେ ମହାବିରୋଡ ରେଞ୍ଜ୍‌ ଅସନବାହାଳିରେ ଅନ୍ୟ ଏକ ହାତୀର ରୋଗରେ ପଡ଼ି ମୃତ୍ୟୁ ଘଟିଥିଲା।
୨୦୧୯ରେ ଜିଲାରେ ଦେଖାଦେଇଥିଲା ସେପ୍ଟିସେମିଆ ଆତଙ୍କ। ମାର୍ଚ୍ଚ ୨ରେ ମହାବିରୋଡ ରେଞ୍ଜ୍‌ ତୋରଡାନାଳି ଗ୍ରାମରେ ଏଥିରେ ସଂକ୍ରମିତ ହୋଇ ଏକ ବଡ଼ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ମେ ୪ରେ ଉକ୍ତ ରେଞ୍ଜରେ ଅନ୍ୟ ଏକ ମାଈ ହାତୀର ଜୀବନ ନେଇଥିଲା ମାରାତ୍ମକ ସେପ୍ଟିସେମିଆ। ୨୦୧୯ ଜୁଲାଇ ୪ରେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ଘଟିଥିଲା। ରୋଗର କାରଣ ଜଣାପଡ଼ି ନ ଥିଲା। ହିନ୍ଦୋଳ ରେଞ୍ଜ ଭିଙ୍ଗିରା ସଂରକ୍ଷିତ ଜଙ୍ଗଲରେ ସେହିମାସ ୧୬ରେ ଏକ ମାଈହାତୀର ମୃତ୍ୟୁ ଘଟିଥିବାବେଳେ ଏହାର କାରଣ ସେପ୍ଟିସେମିଆ ବୋଲି କୁହାଯାଇଥିଲା। ଅନୁରୂପ ଭାବେ ୨୦୧୯ ଜୁଲାଇ ୨୩ରେ କରାବିରା ଗ୍ରାମରେ ଦୂରାରୋଗ୍ୟ ବ୍ୟାଧିରେ ପଡ଼ି ଏକ ଦନ୍ତାର ଜୀବନ ଯାଇଥିଲା। ୨୦୨୦ ଫେବୃୟାରୀ ୬ରେ ସଦର ରେଞ୍ଜ ପୋଡ଼ାପଡ଼ା ଗ୍ରାମରେ ଏକ ଛୁଆ ହାତୀ ଇଣ୍ଟରନାଲ ହାମରେଜ୍‌ରେ ମରିଥିଲା।
୨୦୨୦ ଜୁନ୍‌ରେ ହିନ୍ଦୋଳ ରେଞ୍ଜ୍‌ ବେଡାପଡା ସଂରକ୍ଷିତ ଜଙ୍ଗଲରେ ହର୍‌ପିସ୍‌ ଆତଙ୍କ ଦେଖାଦେଇଥିଲା। ଉକ୍ତ ମାସ ୨୨ ତାରିଖରେ ଏଥିରେ ସଂକ୍ରମିତ ହୋଇ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଜିଲାରେ ସଂକ୍ରମଣରେ ହାତୀମୃତ୍ୟୁ ଘଟିବା ନୂଆ କଥା ନାହିଁ। ହର୍‌ପିସ୍‌, ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଅନେକ ହାତୀଙ୍କ ଜୀବନ ଯାଇଥିବା ପୂର୍ବ ଘଟଣାରୁ ସ୍ପଷ୍ଟ ହୋଇଛି। ତେଣୁ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘଟଣା ପରେ ହାତୀଙ୍କ ସୁରକ୍ଷା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଗାଈ, ଗୋରୁଙ୍କଠାରୁ ହାତୀଙ୍କୁ ସେପ୍ଟିସେମିଆ ସଂକ୍ରମିତ ହୋଇଥାଏ। ହାତୀ ଉପଦ୍ରବ ଅଞ୍ଚଳରେ ବନ ସଂରକ୍ଷଣ ସମିତି, ପ୍ରାଣୀ ବିଭାଗ ଏବଂ ବନ କର୍ମଚାରୀଙ୍କ ସହାୟତାରେ ଗୋରୁଙ୍କୁ ପ୍ରତିଷେଧକ ଦିଆଯାଉଛି। କଳାହାଣ୍ଡି ଢେଙ୍କାନାଳଠାରୁ ବହୁ ଦୂରରେ ଅବସ୍ଥିତ। ତେଣୁ ଜିଲାର ହାତୀଙ୍କ ସେଫ୍ଟିସେମିଆରେ ସଂକ୍ରମିତ ହେବା ଆଶଙ୍କା କମ୍‌। ଯେହେତୁ ଆଗରୁ ଏଭଳି ସଂକ୍ରମଣରେ ହାତୀଙ୍କ ମୃତ୍ୟୁ ଘଟିଛି, ତେଣୁ ସତର୍କତା ଅବଲମ୍ବନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri