ଅକ୍ଟୋବର ଆସିଲେ ବଢୁଛି ଭୟ

ପାରଳାଖେମୁଣ୍ଡି,୨୦ା୯(ଗିରିଧାରୀ ପରିଚ୍ଛା): ଅକ୍ଟୋବର ମାସ ଆସିଲେ ଗଜପତି ଜିଲାବାସୀଙ୍କ ମନରେ ଭୟ ପଶୁଛି। ଗତ ୧୦ ବର୍ଷ ହେଲା ଜିଲାବାସୀ ଏହି ମାସରେ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି। ଏଭଳି ସ୍ଥଳେ ପାଣିପାଗ ବିଭାଗ ଆଗକୁ ଏଲଲିନୋ ପ୍ରଭାବରୁ ବାତ୍ୟା ସମ୍ଭାବନା ଥିବା ସୂଚନା ଗଣମାଧ୍ୟମରେ ପ୍ରକାଶ ପରେ ଗଜପତିରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଚିହ୍ନଟ ହୋଇଥିବା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଭୟ ଲାଗି ରହିଛି।

ପୂର୍ବରୁ ଗଜପତି ଜିଲା ହୁଡ୍‌ହୁଡ୍‌, ଫାଇଲିନ ଭଳି ବାତ୍ୟାକୁ ସାମ୍‌ନା କରି ଆଂଶିକ ପ୍ରଭାବିତ ହୋଇଥିଲା। ୨୦୧୮ ଅକ୍ଟୋବର ୧୦ରେ ତିତ୍‌ଲି ବାତ୍ୟାର କରାଳ ରୂପ ଲୋକଙ୍କ ମନରୁ ଏଯାଏ ଲିଭିନି। ବାତ୍ୟା ପ୍ରଭାବରେ ଜିଲାରେ ୪୩ଜଣ ପ୍ରାଣ ହରାଇଥିଲେ । ଏହି ମୃତକଙ୍କ ମଧ୍ୟରେ ରାୟଗଡ଼ ବ୍ଲକର ୩୯ଜଣ ଥିବାବେଳେ ୪ ଜଣ ଆର. ଉଦୟଗିରି ବ୍ଲକର ଥିଲେ।

ଏଥିସହ ୪୦ଟି ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଉଚ୍ଚ ସ୍ଥାନରେ ରହିଆସୁଥିବା ଲୋକେ ଥଇଥାନ ପାଇଁ ଅନେକ ସମୟରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ସଲିମ ଗମାଙ୍ଗ, ବୁରେନ ଭୂୟାଁ, ଅରେଶ ଚନ୍ଦ୍ର ଭୋମାଲ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଜିଲାର ୭ଟି ବ୍ଲକରେ ୧୩୬ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି। ଗୁମ୍ମା ବ୍ଲକରେ ୨୯ଟି ଅଞ୍ଚଳ, ରାୟଗଡ ବ୍ଲକରେ ୨୫ଟି, ଆର. ଉଦୟଗିରି ବ୍ଲକରେ ୭ଟି, ନୂଆଗଡ଼ ବ୍ଲକରେ ୧୨ଟି, ମୋହନା ବ୍ଲକରେ ୪୧ଟି, ଗୋସାଣି ବ୍ଲକରେ ୧୩ଟି ଓ କାଶୀନଗର ବ୍ଲକରେ ୯ଟି ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ ଗଜପତି ଜିଲାକୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ସୂଚନା ମିଳିଲେ, ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା, ନିରାପଦ ସ୍ଥାନରେ ଖାଇବା ବ୍ୟବସ୍ଥା କରାଯାଉଥିବା ଜିଲାପାଳ ମଧୁମିତା କହିଛନ୍ତି। ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଚେଷ୍ଟା ଜାରି ରହିଥିବା ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri