ଦୁଃସାହସିକ ଅଭିଯାତ୍ରୀ

କେତେତବେଳେ ଗୋଟେ ଚିନ୍ତାଧାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ, ସେଥିପାଇଁ ବୟସ କଦାପି ତାହା ନିର୍ଦ୍ଧାରଣ କରି ନ ଥାଏ। ନୂଆ କିଛି ପଦକ୍ଷେପ ନେବା ବେଳେ ବହୁକିଛି ଶୁଣିବାକୁ ମିଳେ। ସାଧାରଣତଃ ଦେଖାଯାଏ, ଅନେକଙ୍କ ମାନସିକତା ନକାରାତ୍ମକ ଦିଗକୁ ସୂଚିତ କରୁଥିବାରୁ ଆଗକୁ ବଢ଼ିବାକୁ ଉଦ୍ୟତ ହେଉଥିବା ବ୍ୟକ୍ତି କ୍ଷଣକ ପାଇଁ ହେଉ ପଛେ ସେହିଠାରେ ଅଟକିଯାଆନ୍ତି। କିନ୍ତୁ ଯେଉଁମାନେ ବହୁ ଆଗକୁ ଦେଖିପାରନ୍ତି, ସେମାନଙ୍କ ପାଇଁ ସୁଯୋଗ ବାଟ ଦେଖାଇଥାଏ। ବାକ୍ୟାଂଶ ଅଛି ‘ଜୀବନ ୬୦ରୁ ଆରମ୍ଭ ହୋଇଥାଏ’। ବୃଦ୍ଧାବସ୍ଥା ଆଡ଼କୁ ଗତି କରୁଥିବା ମଣିଷ ପାଇଁ ଏଭଳି ଆଶାନ୍ବିତ ଶବ୍ଦସମୂହ ବ୍ୟବହାର କରିବା ପଛରେ ରହିଥାଏ ଜୀବନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରି ଦେବାର ଏକ ମହତ୍‌ ଉଦ୍ଦେଶ୍ୟ। ବୟସ ହୋଇଗଲେ ଆଶା ମଉଳିଯାଏ ଓ ଜୀବନ ସରିସରି ଯାଏ ବୋଲି ଲୋକେ କଥା ହୋଇଥାଆନ୍ତି। ଅଥଚ ଯେଉଁମାନେ ଦୁଃସାହସିକତା ପ୍ରଦର୍ଶନ କରିଥାଆନ୍ତି ସେମାନେ ତିଷ୍ଠି ରହିଥାଆନ୍ତି। ଜୀବନରେ ଆହ୍ବାନକୁ ସମ୍ମୁଖୀନ ହେଉଥିବା ବ୍ୟକ୍ତି ହିଁ ଉଦାହରଣ ସୃଷ୍ଟି କରିଥାଆନ୍ତି। ଓଡ଼ିଶାର ପର୍ଶୁରାମ ପଣ୍ଡା ୬୨ ବର୍ଷରେ ଦୁଃସାହସିକ ଯାତ୍ରା କରି ଏବେ ଅବସର ପରବର୍ତ୍ତୀ ଜୀବନ ଜିଉଥିବା ବ୍ୟକ୍ତିଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଖୋର୍ଦ୍ଧା ଜିଲା ବାଳକାଟିର ପ୍ରତାପ ଶାସନରେ ୧ ମାର୍ଚ୍ଚ ୧୯୬୨ରେ ପର୍ଶୁରାମଙ୍କ ଜନ୍ମ। ପିତା ପ୍ରହଲ୍ଲାଦ ପଣ୍ଡା ଓ ମାତା ଲକ୍ଷ୍ମୀ ଦେବୀ। ପ୍ରହଲ୍ଲାଦ ଥିଲେ ସ୍ବାଧୀନତା ସଂଗ୍ରାମୀ। ପର୍ଶୁରାମଙ୍କ ପିଲାବେଳ ସଂଘର୍ଷମୟ ଥିଲେ ହେଁ ଜଣେ ମେଧାବୀ ଛାତ୍ର ଭାବେ ଜାତୀୟ ସ୍ତରର ସ୍କଲାରଶିପ୍‌ ପାଇ ପଢ଼ାକୁ ସେ ଆଗେଇ ନେଇଥିଲେ। ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ବିଜେବି କଲେଜରୁ ଆଇ.ଏସ୍‌ସି. ପାସ୍‌ କରିଥିଲେ। ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଘରର ଆର୍ଥିକ ସ୍ଥିତି ତାଙ୍କୁ ଚାକିରି କରିବା ଲାଗି ବାଧ୍ୟ କରିଥିଲା। ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପ୍ରୋବେଶନାରି ଅଫିସର ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସମେତ ୮ଟି ରାଜ୍ୟରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇ ଶେଷରେ ବ୍ୟାଙ୍କ୍‌ର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ହୋଇଥିଲେ। ନିଜର କାର୍ଯ୍ୟଦକ୍ଷତା ପାଇଁ ବ୍ୟାଙ୍କ ତାଙ୍କୁ ବିଦେଶକୁ ପଠାଇ ୟୁରୋପର ବେଲ୍‌ଜିୟମରେ ଥିବା ବ୍ୟାଙ୍କ ଶାଖାରେ ଅବସ୍ଥାପିତ କରିଥିଲା। ଚାକିରିର ଶେଷ ପର୍ଯ୍ୟାୟରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ତାଙ୍କୁ ଦେନା ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସତର୍କ ଅଧିକାରୀ (ସିଭିଓ)ରୂପେ ନିଯୁକ୍ତି ଦେଇଥିଲେ। ୨୮ ଫେବୃଆରୀ ୨୦୨୨ରେ ସେ କର୍ମମୟ ଜୀବନରୁ ଅବସର ନେଇଥିଲେ। ହେଲେ ସେଇଦିନୁ ତାଙ୍କର ନୂଆ ଏକ ଜୀବନ ଆରମ୍ଭ ହୋଇଥିଲା। ପିଲାଟିବେଳୁ ଖେଳକୁଦରେ ରୁଚି ରଖୁଥିବା ପର୍ଶୁରାମ ପାରିବାରିକ ଚାପରେ ତାହାକୁ କ୍ୟାରିୟର କରିପାରି ନ ଥିଲେ ମଧ୍ୟ ଅବସର ପରବର୍ତ୍ତୀ ଜୀବନକୁ ଦୁଃସାହସିକ କ୍ରୀଡ଼ାରେ ସାମିଲ କରିବେ ବୋଲି ମନସ୍ଥ କରିଥିଲେ। ତେଣୁ ଅବସର ପରେ ଅଳ୍ପବାଟ ଦୌଡ଼ିବା ସହ ସାଇକ୍ଲିଂ କରିବାରୁ ତାଙ୍କ ଶରୀର ଫୂର୍ତ୍ତି ରହିବା ସେ ଅନୁଭବ କରିଥିଲେ। ଭାବିଲେ ପର୍ବତାରୋହଣ କରିବେ ଓ ପରେ ତାହାକୁ ହବି କରିନେଲେ। ପର୍ଶୁରାମ ବରିଷ୍ଠ ନାଗରିକ ଭାବେ ସେପ୍ଟେମ୍ବର ୨୦୨୨ରୁ ଅଦ୍ୟାବଧି ୬ଟି ହାଫ୍‌ ମାରାଥନ (୨୧ କି.ମି.) ଏବଂ ଫୁଲ୍‌ ମାରାଥନ୍‌ (୪୨ କି.ମି.) ଶେଷ କରି ଚର୍ଚ୍ଚାରେ ରହିଛନ୍ତି।

ଚଳିତବର୍ଷ ଜୁଲାଇ ୧୬ରେ ପର୍ଶୁରାମ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହାର ଉଚ୍ଚତା ହେଉଛି ସମୁଦ୍ର ପତନଠାରୁ ୫,୮୯୫ ମିଟର। ଜୁଲାଇ ୧୧ ତାରିଖରୁ ୯ ଜଣିଆ ଭାରତୀୟ ଦଳ କିଲିମାଞ୍ଜାରୋ ଅଭିଯାନ ଆରମ୍ଭ କରି ୧୬ ତାରିଖରେ ପହଞ୍ଚତ୍ଥିଲା। ଏକମାତ୍ର ଓଡ଼ିଆ ଭାବେ ସେ ଏଥିରେ ସାମିଲ ହୋଇଥିଲେ। ଅନ୍ୟ ୮ ଜଣ ୨୬ରୁ ୩୮ ବର୍ଷ ବୟସର ହୋଇଥିବା ବେଳେ ପର୍ଶୁରାମ ଥିଲେ ୬୨ ବର୍ଷର। ସମ୍ପ୍ରତି ସେ ଲଦାଖ ମାରାଥନରେ ଭାଗ ନେଇ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସହ ଯୁବବର୍ଗଙ୍କୁ ଆଗକୁ ବଢ଼ିବା ଲାଗି ଆହ୍ବାନ ଜଣାଇଛନ୍ତି। ସେପ୍ଟେମ୍ବର ୫ରୁ ୮ ଯାଏ ଆୟୋଜିତ ଏହି ମାରାଥନର ୧୧ତମ ସଂସ୍କରଣରେ ସେ ଯୋଡ଼ି ହୋଇ ଦୁନିଆର ସବୁଠାରୁ ଉଚ୍ଚ ଓ କଷ୍ଟକର ଦୁଃସାହସିକ ଯାତ୍ରା କରିଛନ୍ତି। ସମୁଦ୍ର ପତନଠାରୁ ୧୧,୧୫୫ ଫୁଟ୍‌ରୁ ୧୭,୨୧୮ ଫୁଟ୍‌ ଉଚ୍ଚତାରେ ଏହି ମାରାଥନ (୪୨.୧୫୯ କି.ମି.) ଅନୁଷ୍ଠିତ ହୋଇଥିଲା। ଏଠାରେ ଅମ୍ଳଜାନ ଶତକଡ଼ା ୫୫ରୁ ୬୦ ଥିବାରୁ ଯାତ୍ରା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସେ କହନ୍ତି, ଟାଟା ମୁମ୍ବାଇ ମାରାଥନ, ଭାଇଜାଗ ମାରାଥନ, ପୁରୀ ବିଚ୍‌ ମାରାଥନରୁ ଯାଇ ଲଦାଖ ମାରାଥନ ଅତିକ୍ରମ କରିବା ଦୃଢ଼ ଇଚ୍ଛାଶକ୍ତି ଯୋଗୁ ସମ୍ଭବ ହୋଇପାରିଛି। ତାଙ୍କ ସହ ଦେଶବିଦେଶରୁ ଭାଗ ନେଇଥିବା ଅଭିଯାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ୩୪ ବର୍ଷୀୟ ପଲକ କୁମାର ସାହୁ ଲଦାଖ ମାରାଥନରେ ଭାଗ ନେଇ ସଫଳତାର ସହ ପୂରା କରିଥିଲେ। ପର୍ଶୁରାମ କହିଥାଆନ୍ତି କୌଣସି ଦୁଃସାହସିକ ଯାତ୍ରା କରିବା ପାଇଁ ରୁଚି ରହିବା ଆବଶ୍ୟକ। ଯୁବାବସ୍ଥାରେ ତାହା କରିପାରି ନ ଥିଲେ ମଧ୍ୟ ୬୨ ବର୍ଷରେ ତାହା କରି ଦେଖାଇବାରେ ସକ୍ଷମ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ପର୍ଶୁରାମଙ୍କ ସଂସାର କହିଲେ ସ୍ତ୍ରୀ ଓ ଦୁଇ ଝିଅ। ଝିଅ ଦୁଇଜଣ ବିଦେଶରେ। ସ୍ତ୍ରୀଙ୍କ ସହ ପର୍ଶୁରାମ ଭୁବନେଶ୍ୱରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri