ଧାନ ବିକ୍ରି ଆରମ୍ଭରୁ ଅଚଳାବସ୍ଥା ଆଶଙ୍କା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ

ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଚଳିତ ମାସ ପହିଲାରୁ ଜୋର୍‌ ଧରିଛି। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ହୋଇନାହିଁ। ପୂର୍ବରୁ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲାରେ ଧାନ କିଣାବିକା ଆରମ୍ଭ ହେଉଥିଲା। ମାତ୍ର ଏଥର ପ୍ରଥମଥର ପାଇଁ ଚଳିତମାସ ଶେଷ ସପ୍ତାହ ଅର୍ଥାତ୍‌ ଆସନ୍ତା ୨୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ବିଭିନ୍ନ ରାଇସ୍‌ ମିଲ୍‌ର ଗୋଦାମଗୁଡ଼ିକ ବିଗତ ଖରିଫ ଏବଂ ରବି ଧାନ ସଂଗ୍ରହ ପ୍ରକ୍ରିୟାର ଧାନ, ଚାଉଳରେ ପୂରି ରହିଛି। ଏଭଳି ସ୍ଥଳେ ରାଇସ୍‌ ମିଲ୍‌ରେ ଗଚ୍ଛିତ ଚାଉଳ ଉଠା ନ ଗଲେ ଏବଂ ଅନ୍ୟ ଦାବି ସମୂହ ପୂରଣ ନ ହେଲେ ଆଗାମୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଅସହଯୋଗ କରିବେ ବୋଲି ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ମଧ୍ୟ ପୂର୍ବରୁ ଚେତାବନୀ ଦେଇ ସାରିଛି। ଗୋଟିଏ ପଟେ ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଅନ୍ୟପଟେ ମିଲର୍ସଙ୍କ ଅସହଯୋଗ ଯୋଗୁ ଏଥର ଆରମ୍ଭରୁ ଧାନବିକ୍ରିରେ ଅଚଳାବସ୍ଥା ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଯାଇଛି। କେବଳ ସେତିକି ନୁହେଁ, ପାଣିପାଗ ବିଭାଗ ମଧ୍ୟ ଲଘୁଚାପ ଜନିତ ବର୍ଷା ତଥା ବାତ୍ୟା ସୂଚନା ଦେଉଛି। ଏହାହେଲେ ଏଥର ଜିଲାର ଅନ୍ୟବର୍ଷ ତୁଳନାରେ ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ସାଧାରଣତଃ ଅକ୍ଟୋବର ମାସ ଶେଷ ସପ୍ତାହ ସୁଦ୍ଧା ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ସରିଯାଇଥାଏ। ଉକ୍ତ ବୈଠକରେ ଜିଲାରେ ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରାଯାଏ। ବୈଠକ ପୂର୍ବରୁ ଧାନ ବିକ୍ରି ପାଇଁ ଯୋଗ୍ୟ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେଉଥିଲା। ମାତ୍ର ଏଥର ତାହା ହୋଇ ନ ଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଗତ ୧୦ତାରିଖରେ ଜିଲା ପ୍ରଶାସନ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଡାକିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନୂଆପଡ଼ା ଉପନିର୍ବାଚନ ଆଳ ଦେଖାଇ ଏହି ବୈଠକକୁ ବାତିଲ୍‌ କରି ଦିଆଗଲା। ଅନ୍ୟପଟେ ସେହିଦିନଠାରୁ ଧାନବିକ୍ରି ପଞ୍ଜୀକରଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ଦିନ ଧରି ଅହୋରାତ୍ର ଚାଷୀଙ୍କ ଧାରଣା ଚାଲିଥଲା। ତେବେ ଇତିମଧ୍ୟରେ ଗତ ୧୫ତାରିଖରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିବାବେଳେ ୨୦ତାରିଖରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରତିଶ୍ରୁତି ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଚାଷୀଙ୍କ ଧାରଣା ଉଠିଛି। ଏହାସତ୍ତ୍ୱେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଦ୍ୱନ୍ଦ୍ୱ ଦୂର ହୋଇନାହିଁ। ୨୮ତାରିଖ ସୁଦ୍ଧା ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରା ନ ଗଲେ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
ସେହିପରି ଜିଲାର ରାଇସ୍‌ ମିଲ୍‌ ଗୋଦାମଗୁଡ଼ିକ ଗତବର୍ଷ ଖରିଫ ଏବଂ ରବି ଋତୁର ଚାଉଳ ଓ ଧାନରେ ପୂରି ରହିଛି। ଏଭଳି ସ୍ଥିତିରେ ଜିଲାରେ ଆସନ୍ତା ୨୮ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲେ ମଣ୍ଡିକୁ ବିକ୍ରି ପାଇଁ ଧାନ ଆସିବ କିନ୍ତୁ ମିଲର୍ସମାନେ ଧାନ ଉଠାଣରେ ତପତ୍ରତା ଦେଖାଇବା ଭଳି ମନେ ହେଉନାହିଁ। ଜିଲାର ଜଣେ ମିଲର୍ସ କହିଛନ୍ତି, ଗତବର୍ଷ ଖରିଫ୍‌ରେ ମିଲର୍ସଙ୍କୁ କଷ୍ଟମ ମିଲିଂ ପାଇଁ ଯୋଗାଣ ବିଭାଗ ଦେଇଥିବା ଧାନ ଅନୁପାତରେ ଚାଉଳ ଉଠାଯାଇନାହିଁ। ସେହିପରି ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ମିଳିଥିବା ଧାନ ଶତ ପ୍ରତିଶତ ରାଇସ୍‌ ମିଲ ଗୋଦାମଗୁଡ଼ିକରେ ପୂରି ରହିଛି। ଏଭଳି ସ୍ଥଳେ ରାଇସ୍‌ ମିଲ୍‌ ଗୋଦାମରେ ପୁଣି ଧାନ ଗଚ୍ଛିତ ରଖିବା ପାଇଁ ଜାଗା ନାହିଁ। ସରକାର ଧାନ କିଣନ୍ତୁ ଏବଂ ନିଜ ଗୋଦାମରେ ଗଚ୍ଛିତ ରଖନ୍ତୁ । ମିଲର୍ସମାନଙ୍କ ଆବଶ୍ୟକତା ଅନୁସାରେ କଷ୍ଟମ ମିଲିଂରେ ମିଲର୍ସଙ୍କୁ ଧାନ ଦିଆଯାଉ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ଏଭଳି ସ୍ଥିତିରୁ ଆଗାମୀ ଦିନରେ ଏଠାରେ ଧାନ ସଂଗ୍ରହ ପ୍ରକ୍ରିୟା କେତେ ଜଟିଳ ହୋଇପଡ଼ିବ ତାହା ବାରି ହୋଇପଡୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri