ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…

ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା କରିବେ ନାହିଁ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେବା ପରେ ଯୁଦ୍ଧରେ ଆଣବିକ ଆକ୍ରମଣ ହେବା ନେଇ କଳ୍ପନାଜଳ୍ପନା ଜାରି ରହିଛି।

ତେବେ ସମ୍ଭାବ୍ୟ ଆଣବିକ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ବର୍ତ୍ତମାନ ବହୁ ସଂଖ୍ରକ ଆୟୋଡିନ ଟାବଲେଟ କିଣୁଛି ଯାହା ଆଣବିକ ବିକିରଣକୁ ଏଡାଇବା ପାଇଁ ବ୍ୟବହୃତ ହୋଇଥାଏ। ଷ୍ଟ୍ରାଟେଜିକ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପାଇଁ ଆମେରିକାର ପ୍ରଶାସନଦ୍ୱାରା ଅକ୍ଟୋବର ୪ରେ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଆମେରିକାର ଦ୍ୱାସ୍ଥ୍ୟ ବିଭାଗ ପୋଟାସିୟମ ଆୟୋଡିଡ ଟାବଲେଟ (ଏନପ୍ଲେଟ) କୁ ବହୁ ପରିମାଣରେ କିଣିବା ଜାରି ରଖିଛି।

ଯଦିଓ ଏହା ସିଧାସଳଖ ୟୁକ୍ରେନ-ରୁଷିଆ ଯୁଦ୍ଧକୁ ସୂଚିତ କରୁ ନାହିଁ, କିନ୍ତୁ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ରେଡିଓଲୋଜିକାଲ ଏବଂ ଆଣବିକ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଉଛି। ଏଥିରେ ୨୦୦୪ ରେ ଆମେରିକା ସଂସଦରେ ପାରିତ ହୋଇଥିବା ଆଇନକୁ ଦର୍ଶାଇ ରାସାୟନିକ ଏବଂ ଆଣବିକ ଆକ୍ରମଣରୁ ରକ୍ଷା ପାଇବା ପାଇଁ ୨୯୦ନିୟୁତ ଡଲାରର ଅର୍ଥ ଏଥି ପାଇଁ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି। ଏହାକୁ ଆମେରିକାର ଇତିହାସରେ ଆୟୋଡିନ ଟାବଲେଟର ସବୁଠାରୁ ବଡ କ୍ରୟ ଭାବରେ ବର୍ଣ୍ଣନା କରାଯାଇଛି। ପରମାଣୁ ଜରୁରୀକାଳୀନ କିମ୍ବା ବିକିରଣ କ୍ଷେତ୍ରରେ ରକ୍ତ କଣିକାର କ୍ଷତିରୁ ସୁରକ୍ଷା ପାଇଁ ଏହି ଔଷଧ ବ୍ୟବହୃତ ହୋଇଥାଏ। ଆମେରିକାରେ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦର ମୁକାବିଲା ପାଇଁ ଏକ ପ୍ରସ୍ତୁତି ଭାବରେ ଦେଖାଯାଉଛି।

ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନେକ ଦେଶରେ ପୋଟାସିୟମ ଆୟୋଡାଇଡ ଟାବଲେଟ କ୍ରୟ ବୃଦ୍ଧି ପାଇଛି । ରିପୋର୍ଟ ହୋଇଛି ଯେ ପୋଲାଣ୍ଡ, ବ୍ରିଟେନ ଏବଂ ଫିନଲାଣ୍ଡ ସମେତ ୟୁରୋପୀୟ ୟୁନିଅନର ଅନେକ ଦେଶରେ ଏହି ବଟିକା କ୍ରୟ ଅନେକ ଗୁଣା ବୃଦ୍ଧି ପାଇଛି। ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଅତ୍ୟଧିକ ବିକିରଣର ସଂସ୍ପର୍ଶରେ ଆସିବା ତୀବ୍ର ବିକିରଣ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ଏହାର ଅନେକ ଲକ୍ଷଣ ଥାଇପାରେ। ଗୁରୁତର ଅବସ୍ଥାରେ ଏହା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ଏଥିରେ ଅସ୍ଥି ମଜ୍ଜା ନଷ୍ଟ ହୋଇଯାଏ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଆରମ୍ଭ ହୁଏ।

ଏହା ପ୍ରଥମ ଘଟଣା ନୁହେଁ ଯେ ହଠାତ୍‌ ଏହୀ ଟାବଲେଟର ଚାହିଦା ବୃଦ୍ଧି ପାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୮ମସିହାରେ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଆଣବିକ ଯୁଦ୍ଧର ଆଶଙ୍କା ସୃଷ୍ଟି ହେବା ପରେ ମଧ୍ୟ ଏହାର ବିକ୍ରି ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri