ଧାର୍ଯ୍ୟ ସମୟରେ ସରିବା ନେଇ ଆଶଙ୍କା

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅଦ୍ୟାବଧି ୯୦ ପ୍ରତିଶତ କାମ ସରିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ କାରଣରୁ ବହୁ କାମ ବାକି ରହିଛି। ଅଦ୍ୟାବଧି ମୁଖ୍ୟ ଡ୍ୟାମ, ସ୍ପିଲ୍‌ ଓ୍ବେ ତଥା କେନାଲ କାମ ସରିନାହିଁ। ସେହିପରି ଜମି ଅଧିଗ୍ରହଣ, ଥଇଥାନ ତଥା କ୍ଷତିପୂରଣ ପ୍ରଦାନ ଆଦି କାମ ବାକି ରହିଛି। ଅନ୍ୟପକ୍ଷରେ ବ୍ୟୟ ଅଟକଳ ବୃଦ୍ଧି ପାଇ ୨୪୩୮ କୋଟି ଟଙ୍କା ରହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ବେଳକୁ ୩ ହଜାର କୋଟି ଟଙ୍କା ଟପିଯିବ ବୋଲି ମତପ୍ରକାଶ ପାଉଛି। ଫଳରେ ସରକାର କରିଥିବା ଘୋଷଣା ସମୟ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଜଳସମ୍ପଦ ବିଭାଗର ଅଧିକାରୀ ପ୍ରସନ୍ନ ପାଣିଙ୍କ ସୂଚନା ଅନୁଯାୟୀ, ଚମ୍ପୁଆ, ସଦର ଓ ପାଟଣା ରେଞ୍ଜ୍‌ର ବିଭିନ୍ନ ଜଙ୍ଗଲ ଅଞ୍ଚଳ ଦେଇ କେନାଲ ଯାଉଥିବାରୁ ଏଥିପାଇଁ ଜଙ୍ଗଲ ଅନୁମତି ଆବଶ୍ୟକ। ଡ୍ୟାମ୍‌, ସ୍ପିଲ୍‌ଓ୍ବେ କାମ ସରିଛି। ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଅବଶିଷ୍ଟ କାମ ଆରମ୍ଭ ହୋଇପାରୁନାହିଁ। ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆବେଦନ ପରେ ଉକ୍ତ ରେଞ୍ଜର ୮୩୯ଟି ସ୍ଥାନରେ ୩୧୦.୧୧ ହେକ୍ଟର ପରିମିତ ଜଙ୍ଗଲ ଜମି ରହିଥିବା ଆକଳନ କରାଯାଇଥିଲା। ତେବେ ୨୦୧୬ରେ ଗଛ ଗଣତି ହୋଇ ପାଖାପାଖି ୬୦ ହଜାର ଗଛ ଚିହ୍ନଟ କରାଯାଇଥିଲା। ତେବେ ଜଳସମ୍ପଦ ବିଭାଗ ଦୀର୍ଘ ୮ ବର୍ଷ ହେଲା ଏହି ଜଙ୍ଗଲ କ୍ଷୟକ୍ଷତି ବାବଦକୁ ପାଖାପାଖି ୯୦ କୋଟି ଟଙ୍କା ବନ ବିଭାଗ ନିକଟରେ ଦାଖଲ କରିଥିଲା। ଅଦ୍ୟାବଧି ଅନୁମତି ମିଳୁ ନ ଥିବାରୁ କେନାଲ ଓ ଅନ୍ୟାନ୍ୟ କାମ ଆଗେଇପାରୁନାହିଁ। ସେ ସମୟରେ ଦାଖଲ ରିପୋର୍ଟ ଦୀର୍ଘ ୫ ବର୍ଷ ହେଲା ପଡ଼ିରହିଛି। ଫଳରେ ଏବେ ଗଛଗୁଡ଼ିକର ମୋଟେଇ ଓ ଉଚ୍ଚତା ବଢ଼ିଯାଇଛି। ଏବେ ଉକ୍ତ ଗଛ କାଟିବାକୁ ଅନୁମତି ଦେଲେ ସମସ୍ୟା ଉପୁଜିବ। ଏଣୁ ପୁଣି ଥରେ ଗଣନା ହେଉଛି। ଏଥିପାଇଁ ଅଧିକ ଟଙ୍କା ଜମା କରିବାକୁ ବନ ବିଭାଗ କହୁଥିବା ବେଳେ କେତେ ଟଙ୍କା ଜମା ହେବ କହୁନାହଁି। କେତେ ଟଙ୍କା ଜମା କରାଯିବ କହିଲେ, ଜମା କରିଦେବୁ ବୋଲି ସେ କହିଥିଲେ। ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିୟା କହିଛନ୍ତି, ସେ ସମୟରେ ଚିହ୍ନଟ ଗଛଗୁଡ଼ିକର ମୋଟେଇ ଓ ଉଚ୍ଚତା ଏବେ ବଢ଼ିଯାଇଛି। ଏଣୁ ଆଉଥରେ ଗଣନା କରାଯାଉଛି ା
ଅଧାରୁ ଅଧିକ ଗଣନା ସରିଯାଇଛି।
ସୂଚନାଯୋଗ୍ୟ, ଯୋଡ଼ା ବ୍ଲକ୍‌ ବାସୁଦେବପୁର ନିକଟରେ ବୈତରଣୀ ନଦୀ ଉପରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଛି। ପ୍ରାୟ ୪୦ ବର୍ଷ ହେବ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିବା ବେଳେ ୨୦୦୨ରେ ପ୍ଲାନିଂ କମିଟିର ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଜିଲାର ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ସଦର ଓ ପାଟଣା ବ୍ଲକ୍‌ର ୨୨୪ ଗ୍ରାମର ୨୯ ହଜାର ହେକ୍ଟର ଜମିରେ ଜଲସେଚନ ହେବ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri