‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌) ଆପ୍ରାଣଚେଷ୍ଟା ଚଳାଇଛି। ଏଫ୍‌ବିଆଇର ଟପ୍‌ ୧୦ ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ୪୨ ବର୍ଷୀୟା ରୁଜା ‘ଓ୍ବାନ୍‌କଏନ୍‌’ କ୍ରିପ୍ଟୋକରେନ୍ସି ଜରିଆରେ ବହୁ ନିବେଶକଙ୍କଠାରୁ ୪ ବିଲିୟନ୍‌ ଡଲାର (୩୨,୫୮୦ କୋଟି ଟଙ୍କା) ଠକି ନେଇଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଦୁବାଇଠାରୁ ଆରମ୍ଭ କରି ଲଣ୍ଡନ୍‌ ପ୍ରତ୍ୟେକ ଧନୀ ରାଷ୍ଟ୍ରର ଇନ୍‌ଭେଷ୍ଟର କ୍ରିପ୍ଟୋ କୁଇନ୍‌ଙ୍କ ଜାଲରେ ପଡ଼ି ଠକାମିର ଶିକାର ହୋଇଛନ୍ତି। ‘ବିଟ୍‌କଏନ୍‌’ର ସଫଳତାରେ ଅନୁପ୍ରାଣିତ ହୋଇ ରୁଜା ‘ଓ୍ବାନ୍‌କଏନ୍‌’ ନାମରେ ଏକ କ୍ରିପ୍ଟୋକରେନ୍ସି ୨୦୧୬ରେ ଆରମ୍ଭ କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ‘ବିଟ୍‌କଏନ୍‌’କୁ ପଛରେ ପକାଇବା। ଇନ୍‌ଭେଷ୍ଟର୍ସଙ୍କ ବିଶ୍ୱାସଭାଜନ ହେବା ଲାଗି ରୁଜା ବିଦେଶରେ ବହୁ ସେମିନାରର ଆୟୋଜନ କରୁଥିଲେ। ତାଙ୍କ କଥାରେ ଥିବା ଯାଦୁକରି ପାଇଁ ଲୋକେ ସହଜରେ ‘ଓ୍ବାନ୍‌କଏନ୍‌’ ଉପରେ ବିଶ୍ୱାସ କରୁଥିଲେ।
‘ଓ୍ବାନ୍‌କଏନ୍‌’ ଲଞ୍ଚ୍‌ କରିବାର ୧୬ ମାସ ପରେ ପାଖାପାଖି ୪ ବିଲିୟନ୍‌ ଡଲାର ନେଇ ରୁଜା ବୁଲଗେରିଆର ସୋଫିଆରୁ ଫ୍ଲାଇଟ୍‌ ଯୋଗେ ଗ୍ରୀସ୍‌ ଯାଇଥିବା ସନ୍ଦେହ କରାଯାଉଛି। ହେଲେ ଏହାପରଠାରୁ ରୁଜା କୌଣସି ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିବାବେଳେ ତାଙ୍କ ଠିକଣା ଏଫ୍‌ବିଆଇ ଖୋଜି ବାହାର କରିପାରୁ ନାହିଁ। ରୁଜାଙ୍କୁ ଧରିବା ପାଇଁ ୟୁଏସ୍‌ ଅଥରିଟି ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଛି। ଏଫ୍‌ବିଆଇର ପଳାତକ ସୂଚୀରେ ମୋଟ ୫୨୯ଜଣଙ୍କ ନାମ ଥିବାବେଳେ ସେଥିମଧ୍ୟରୁ ୧୧ ମହିଳା ଅଛନ୍ତି। ସେହି ମହିଳାଙ୍କ ମଧ୍ୟରେ ଥିବା ରୁଜା କେବଳ ଟପ୍‌ ୧୦ରେ ଅଛନ୍ତି। ଏହାଛଡ଼ା ୟୁରୋପ ସରକାର ରୁଜାଙ୍କୁ ପଳାତକ ତାଲିକାଭୁକ୍ତ କରିଛି। ଧରା ନ ପଡ଼ିବା ଲାଗି ରୁଜା ପ୍ଲାଷ୍ଟିକ୍‌ ସର୍ଜରି କରିଥାଇ ପାରନ୍ତି ବୋଲି ଆମେରିକୀୟ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ‘ବିଟ୍‌କଏନ୍‌’ ପରି ‘ଓ୍ବାନ୍‌କଏନ୍‌’ରେ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ନ ଥିବାରୁ ନିବେଶକମାନଙ୍କୁ ତାଙ୍କ ଟଙ୍କା ଫେରି ପାଇବାର କୌଣସି ସୁଯୋଗ ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ଯେଉଁବ୍ୟକ୍ତି ରୁଜାଙ୍କ ବାବଦରେ ତଦନ୍ତକାରୀ ସଂସ୍ଥାକୁ ତଥ୍ୟ ଦେବେ ତାଙ୍କୁ ୧,୦୦,୦୦୦ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏଫ୍‌ବିଆଇ କହିଛି।
ଜର୍ମାନ ନାଗରିକ ରୁଜାଙ୍କ ଜନ୍ମ ବୁଲ୍‌ଗେରିଆରେ। ତାଙ୍କ ମା’ ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବାବେଳେ ବାପା ଇଞ୍ଜିନିୟର୍‌ । ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷା ଗ୍ରହଣ କରିଥିବା ରୁଜା ସୋଫିଆର ଏମ୍‌ସିକିନ୍‌ସେ ଆଣ୍ଡ୍‌ କମ୍ପାନୀ, ଇଣ୍ଟର ନ୍ୟାଶନାଲ ମ୍ୟାନେଜ୍‌ମେଣ୍ଟ କନ୍‌ସଲ୍ଟିଙ୍ଗ ଫାର୍ମରେ କନ୍‌ସଲ୍‌ଟାଣ୍ଟ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। କ୍ରିପ୍ଟୋ କୁଇନ୍‌ ରୁଜା ପିଲାଟିବେଳୁ ଧନୀ ହେବାର ସ୍ବପ୍ନ ଦେଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri