Posted inଫୁରସତ

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର ମାସେ ପୂର୍ବରୁ ପିତାଙ୍କୁ ହରାଇଛନ୍ତି। ଏବେ ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଯଶ୍‌ପ୍ରୀତଙ୍କ ଉପରେ ଥିବାରୁ ସେ ପିତାଙ୍କ ରୋଲ୍‌ ଦୋକାନକୁ କାର୍ଯ୍ୟକ୍ଷମ କରି ରୋଜଗାର କରିବା ଆରମ୍ଭ କରିଛନ୍ତି। ଏହି ଭିଡିଓରେ ବାଳକଟି ପ୍ରସ୍ତୁତ କରୁଥିବା ଚିକେନ୍‌ ଏବଂ ଅଣ୍ଡା ରୋଲ୍‌କୁ ଗ୍ରାହକମାନେ ମନ ଭରି ଖାଉଥିବା ଦେଖାଯାଉଛି।
ଦିଲ୍ଲୀ ତିଲକନଗରର ବାସିନ୍ଦା ଏହି ନିରୀହ ବାଳକ ଯଶ୍‌ପ୍ରୀତ ସକାଳେ ପଢ଼ିବାକୁ ସ୍କୁଲ ଯାଆନ୍ତି। ସ୍କୁଲରୁ ଫେରି ଅପରାହ୍ନରେ ସେ ଟ୍ୟୁଶନ ଯାଆନ୍ତି ଏବଂ ସାରେ ପିତାଙ୍କ ଦୋକାନ ଚଳାନ୍ତି। ଏହି ଦୋକାନକୁ ରାତି ୧୧ଟା ପର୍ଯ୍ୟନ୍ତ ସେ ଖୋଲା ରଖିଥାନ୍ତି। ଯଶ୍‌ପ୍ରୀତ ତିଲକନଗର ସର୍ବୋଦୟ ବାଲ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ହୋଇଥିବାବେଳେ ତାଙ୍କ ଭଉଣୀ କରଣପ୍ରୀତ(୧୪) ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ବାପାଙ୍କ ମୃତ୍ୟୁ ପରେ ମା’ ପଞ୍ଜାବରେ ଥିବା ନିଜ ଗାଁକୁ ଚାଲିଯାଇଥିବା ବେଳେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରୁ ନ ଥିବା ଯଶ୍‌ପ୍ରୀତ କହିଛନ୍ତି। ଏବେ ପିଉସୀ ଆସି ଉଭୟ ଯଶ୍‌ପ୍ରୀତ ଓ କରନପ୍ରୀତଙ୍କ ଦେଖାଶୁଣା କରୁଛନ୍ତି।
ଦିଲ୍ଲୀର ତିଲକନଗର ଅଞ୍ଚଳରେ ଯଶ୍‌ପ୍ରୀତଙ୍କ ପିତାଙ୍କ ଏକ ପ୍ରସିଦ୍ଧ ରୋଲ୍‌ ଦୋକାନ ଥିଲା। ଏହି ଦୋକାନ ପିତାଙ୍କର ବେଶ୍‌ ପ୍ରିୟ ହୋଇଥିବାରୁ ଯଶ୍‌ପ୍ରୀତ ପ୍ରୀତ ଏହାକୁ ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପିତାଙ୍କ ବିୟୋଗ ପରେ ଭଉଣୀଙ୍କ ସମସ୍ତ ଦାୟିତ୍ତ୍ୱ ତାଙ୍କ ଉପରେ ରହିଥିବା ଯଶ୍‌ପ୍ରୀତ କହିଛନ୍ତି। ତେଣୁ ନିଜ ଦାୟିତ୍ୱକୁ ହୃଦ୍‌ବୋଧ କରିବା ସହ ସେ ପୁନର୍ବାର ବାପାଙ୍କ ଦୋକାନ ଖୋଲି ସେଠାରେ କାମ ଆରମ୍ଭ କରିିଛନ୍ତି। ଅନ୍ୟପକ୍ଷରେ ଯଶ୍‌ପ୍ରୀତ ଓ ତାଙ୍କ ଭଉଣୀଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ସ୍ବେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri