Posted inଜାତୀୟ

ବାପାର ଋଣ ବୋଝ ଝିଅର ନେଲା ଜୀବନ

ବେଙ୍ଗାଲୁରୁ,୨୮।୧୧: ରୁଣ ବୋଝ ସାଙ୍ଗକୁ ଚାକିରି ହରାଇବା ଭୟ ଏବଂ କାଳେ ଝିଅକୁ ଦି’ଅଳି ଖାଇବାକୁ ଦେଇପାରିବେ ନାହିଁ ବୋଲି ଭାବି ଭାଙ୍ଗିପଡ଼ିଥିଲେ ବାପା। ଯାହାର କରୁଣ ପରିଣତି ଏବେ ସମସ୍ତଙ୍କ ସାମ୍ନାରେ। ନିଜ ୨ ବର୍ଷର ଝିଅଙ୍କୁ ସାଙ୍ଗରେ ଧରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉକ୍ତ ବ୍ୟକ୍ତି ଜଣକ। ଏଭଳି ଏକ ଅଭାବାନୀୟ ଘଟଣା ଘଟିଛି କର୍ନାଟକର କୋଲାର ତାଲୁକା ଅଧୀନ କେନଦାତି ଗ୍ରାମରେ। ଗାଁର ଏକ ହ୍ରଦରୁ ୨ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର କରିଛି ପୋଲିସ। ଏପରିକି ପୋଲିସ ହ୍ରଦ ନିକଟରୁ ଏକ କାର୍‌ ମଧ୍ୟ ଜବତ କରିଛି। ପ୍ରଥମେ ଗାଁ ଲୋକ ଉକ୍ତ କାରକୁ ଦେଖି ପୋଲିସ ଷ୍ଟେସନରେ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଝିଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ ବାପା ରାହୁଲ ପାରମରଙ୍କୁ ଗିରଫ କରିଛି। ରାହୁଲଙ୍କ ଘର ଗୁଜରାଟରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ରହୁଥିଲେ।

ସୂଚନା ମୁତାବକ, ରାହୁଲଙ୍କ ଋଣ ଭାର ଦିନକୁ ଦିନ ବଢ଼ି ଚାଲିଥିଲା। ଋଣ ପରିଶୋଧ କରି ପାରୁ ନ ଥିବାରୁ ଋଣଦାତା ବିଭିନ୍ନ ସମୟରେ ଟଙ୍କା ମାଗିବା ସହ ବିଭିନ୍ନ ପ୍ରକାର ଧମକ ଦେଉଥିଲେ। ଏପରିକି ସେ ପରିବାର ଚଳାଇବାକୁ ମଧ୍ୟ ସକ୍ଷମ ନ ଥିଲେ। ଏନେଇ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଥିରେ ସେ ମାନିସିକ ଭାରସାମ୍ୟ ହରାଇ ୨ବର୍ଷର ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ। ଏନେଇ ରାହୁଲ ଝିଅଙ୍କୁ ଧରି କାରରେ ଘରୁ ବାହାରିଯାଇଥିଲେ। ପରେ ସେ କର୍ନାଟକର କୋଲାର ତାଲୁକା ଅଧୀନ କେନଦାତି ଗାଁ ନିକଟରେ ଥିବା ଏକ ହ୍ରଦରେ ପହଞ୍ଚିଥିଲେ। ସେ ଝିଅକୁ ଧରି ବେଶ କିଛି ସମୟ ବିତାଇବା ସହ ଖେଳିଥିଲେ ଏବଂ ପରେ ବହୁ କାନ୍ଦିଥିଲେ। ଶେଷରେ ଝିଅକୁ ଧରି ସେ ହ୍ରଦକୁ ଡେଇଁ ପଡିଥିଲେ। ଝିଅ ପାଣିରେ ବୁଡି ପ୍ରାଣ ହରାଇଥିବା ବେଳେ ରାହୁଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷେ ନଭେମ୍ବର ୧୫ରେ ରାହୁଲ ଓ ତାଙ୍କ ଝିଅ ନିଖୋଜ ଥିବା ନେଇ ସ୍ତ୍ରୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri