ମାଲକାନଗିରି, ୨୭।୯(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ରୋଟାରି କ୍ଲବ ତରଫରୁ ମଙ୍ଗଳବାର ଏକ ବାପ ମା ଚେଉଣ୍ଡ ଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଦାୟିତ୍ୱ ନେବା ସହ ଭୁବନେଶ୍ୱର ସ୍ଥିତ କିସ୍ରେ ପାଠ ପଢାଇବା ପାଇଁ ମାଲକାନଗିରି ବସ୍ ଷ୍ଟାଣ୍ଡରୁ ବିଦାୟ ଦେଇଥିଲେ।
ପ୍ରକାଶ ଯେ, କାଲିମେଳା ବ୍ଲକ ଲଛିପେଟା ଗ୍ରାମର କମଳୁ ପାଙ୍ଗୀଙ୍କ ପୁତ୍ର ହରିଚନ୍ଦ୍ର ବାଲ୍ୟକାଳରୁ ନିଜ ପିତାଙ୍କୁ ହରାଇଥିଲେ। କିଛିବର୍ଷ ପୂର୍ବେ ତାଙ୍କ ମାଙ୍କର ମଧ୍ୟ ସର୍ପାଘାତରେ ମୃତ୍ୟୁ ହୋଇଥିଲା। ହରିଚନ୍ଦ୍ର ୧୦ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ମାତାଙ୍କ ମୃତ୍ୟୁ ଯୋଗୁ ପାଠ ପଢୁ ନ ଥିଲେ। ଅନାଥ ହୋଇ ଯିବା ଯୋଗୁ ସେ ମାଲକାନଗିରି ଆସି କୌଣସି ଏକ ଦୋକାନରେ କାମ କରିବା ପାଇଁ ବୁଲୁଥିଲେ। ଏହି ଖବର ଜିଲା ରୋଟାରି କ୍ଲବ ସଭାପତି ଜି. ଶ୍ୟାମବାବୁ ଦୋରା ଓ ସମ୍ପାଦକ ଈଶ୍ୱର ରାଓ ଜାଣିଲା ପରେ ରାଜ୍ୟ ରୋଟାରି କ୍ଲବ ସହ ଯୋଗାଯୋଗ କରି କିସ୍ରେ ଶିକ୍ଷା ଗ୍ରହଣ କରିବା ଲାଗି ତାଙ୍କ ପାଇଁ ଏକ ସିଟ୍ ବ୍ୟବସ୍ଥା କରିଥିଲେ। ମଙ୍ଗଳବାର ହରିଚନ୍ଦ୍ରଙ୍କୁ ରୋଟାରି କ୍ଲବ ତରଫରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇ ସେ ଯେତେ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବେ ସେହି ପର୍ଯ୍ୟନ୍ତ ରୋଟାରି କ୍ଲବ ସମସ୍ତ ଖର୍ଚ୍ଚ କରିବେ ବୋଲି ବସ୍ଷ୍ଟାଣ୍ଡରେ ପାଙ୍ଗୀଙ୍କୁ ଭୁବନେଶ୍ୱର ପଠାଇଛନ୍ତି।
Posted inHome Left, ଆମ ଜିଲା ଖବର, ମାଲକାନଗିରି View All
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…
ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ
ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…
Archives

