ରାଉରକେଲା ଅଫିସ, ୭।୧୦: ସମୁଦ୍ର ଭିତରେ କ୍ରୁଜ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ଯୁବକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗିରଫ କରିଛି। ସେମାନେ ହେଲେ ସିଭିଲଟାଉନଶିପ କ୍ୱାର୍ଟର୍ସ ନଂ. ପି ୨୧ରେ ବାସ କରୁଥିବା ଅଭିନ ସାହୁ(୩୦) ଏବଂ ଆର-୨୬ ଘରେ ବାସ କରୁଥିବା ମନିଷ ରାଜଗରିଆ (୨୬)। ମନିଷଙ୍କ କୁଆଁରମୁଣ୍ଡା ଅଞ୍ଚଳରେ ଏକ ସ୍ପଞ୍ଜ ଆଇରନ କାରଖାନା, ଅଭିନଙ୍କ ରାଉରକେଲା ରିଙ୍ଗରୋଡ଼ ଟ୍ୟାକ୍ସିଷ୍ଟାଣ୍ଡରେ ସୁନା ଅଳଙ୍କାର ଦୋକାନ ରହିଛି। ତେବେ ଅଭିନ ନିର୍ଦ୍ଦୋଷ ବୋଲି ତାଙ୍କ ବାପା ଦୀନା ସାହୁ କହିଛନ୍ତି।
ସେ କହିଛନ୍ତି, ପାର୍ବଣର ମାସ ଆସୁଥିବାରୁ ଅଭିନ ବିଭିନ୍ନ ଗହଣା କିଣିବା ପାଇଁ ୨ ସପ୍ତାହ ପୂର୍ବେ ମୁମ୍ବାଇ ଯାଇଥିଲେ। ଅନେକ ସମୟରେ ଅଭିନ ସୁନା ଅଳଙ୍କାର କିଣିବା ପାଇଁ ଦୁବାଇ, ବମ୍ବେ, ଅମୃତସର ଭଳି ବିଭିନ୍ନ ସ୍ଥାନକୁ ଯାଆନ୍ତି। ପୂର୍ବରୁ ଅଭିିନ କୌଣସି ନିଶା ଓ ଡ୍ରଗ୍ସ ନେଉ ନ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଅଭିନ ଏହି ଗହଣା ସାମଗ୍ରୀ କିଣିବା ପାଇଁ ମୁମ୍ବାଇ ଯାଇଥିବାବେଳେ ତାଙ୍କର କିଛି ବନ୍ଧୁଙ୍କ ସହ ଏକ ବ୍ୟାଚେଲର ପାର୍ଟିରେ ଯୋଗଦେବା ପାଇଁ ସେ କ୍ରୁଜ ଜାହାଜରେ ଥିଲେ। ସେ ଅନ୍ୟ ଏକ ପାର୍ଟିରେ ଥିଲେ। କିନ୍ତୁ ସେହି ସମୟରେ ମନିଷଙ୍କ ସମେତ ରାଉରକେଲାରୁ ଆଉ ୮ଜଣ ସାଙ୍ଗଙ୍କ ସହ ଭେଟ ହୋଇଥିଲା। ଏହି ପାର୍ଟିରେ ଶାହରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଆସିଥିବା କଥାଜାଣି ସେମାନେ ତାଙ୍କ ସହ ସେଲ୍ଫି ଫଟୋ ଉଠାଇବା ପାଇଁ ଅପେକ୍ଷା କରିଥିବାବେଳେ ହଠାତ ଏନ୍ସିବି ଚଢ଼ାଉ କରିଥିଲା। ଏଥିରେ ଅଭିନ ଧରାପଡ଼ିଯାଇଥିଲେ। ନିର୍ଦ୍ଦୋଷରେ ଅଭିନଙ୍କୁ ଗିରଫ କରାଯାଇଥିବାରୁ ତାଙ୍କୁ ଆଇନର ସାହାରା ନେଇ ରାଉରକେଲା ଆଣିବେ ବୋଲି ତାଙ୍କ ବାପା କହିଥିଲେ।
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
Archives

