ରାଉରକେଲା ଅଫିସ, ୭।୧୦: ସମୁଦ୍ର ଭିତରେ କ୍ରୁଜ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ଯୁବକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗିରଫ କରିଛି। ସେମାନେ ହେଲେ ସିଭିଲଟାଉନଶିପ କ୍ୱାର୍ଟର୍ସ ନଂ. ପି ୨୧ରେ ବାସ କରୁଥିବା ଅଭିନ ସାହୁ(୩୦) ଏବଂ ଆର-୨୬ ଘରେ ବାସ କରୁଥିବା ମନିଷ ରାଜଗରିଆ (୨୬)। ମନିଷଙ୍କ କୁଆଁରମୁଣ୍ଡା ଅଞ୍ଚଳରେ ଏକ ସ୍ପଞ୍ଜ ଆଇରନ କାରଖାନା, ଅଭିନଙ୍କ ରାଉରକେଲା ରିଙ୍ଗରୋଡ଼ ଟ୍ୟାକ୍ସିଷ୍ଟାଣ୍ଡରେ ସୁନା ଅଳଙ୍କାର ଦୋକାନ ରହିଛି। ତେବେ ଅଭିନ ନିର୍ଦ୍ଦୋଷ ବୋଲି ତାଙ୍କ ବାପା ଦୀନା ସାହୁ କହିଛନ୍ତି।
ସେ କହିଛନ୍ତି, ପାର୍ବଣର ମାସ ଆସୁଥିବାରୁ ଅଭିନ ବିଭିନ୍ନ ଗହଣା କିଣିବା ପାଇଁ ୨ ସପ୍ତାହ ପୂର୍ବେ ମୁମ୍ବାଇ ଯାଇଥିଲେ। ଅନେକ ସମୟରେ ଅଭିନ ସୁନା ଅଳଙ୍କାର କିଣିବା ପାଇଁ ଦୁବାଇ, ବମ୍ବେ, ଅମୃତସର ଭଳି ବିଭିନ୍ନ ସ୍ଥାନକୁ ଯାଆନ୍ତି। ପୂର୍ବରୁ ଅଭିିନ କୌଣସି ନିଶା ଓ ଡ୍ରଗ୍ସ ନେଉ ନ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଅଭିନ ଏହି ଗହଣା ସାମଗ୍ରୀ କିଣିବା ପାଇଁ ମୁମ୍ବାଇ ଯାଇଥିବାବେଳେ ତାଙ୍କର କିଛି ବନ୍ଧୁଙ୍କ ସହ ଏକ ବ୍ୟାଚେଲର ପାର୍ଟିରେ ଯୋଗଦେବା ପାଇଁ ସେ କ୍ରୁଜ ଜାହାଜରେ ଥିଲେ। ସେ ଅନ୍ୟ ଏକ ପାର୍ଟିରେ ଥିଲେ। କିନ୍ତୁ ସେହି ସମୟରେ ମନିଷଙ୍କ ସମେତ ରାଉରକେଲାରୁ ଆଉ ୮ଜଣ ସାଙ୍ଗଙ୍କ ସହ ଭେଟ ହୋଇଥିଲା। ଏହି ପାର୍ଟିରେ ଶାହରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଆସିଥିବା କଥାଜାଣି ସେମାନେ ତାଙ୍କ ସହ ସେଲ୍ଫି ଫଟୋ ଉଠାଇବା ପାଇଁ ଅପେକ୍ଷା କରିଥିବାବେଳେ ହଠାତ ଏନ୍ସିବି ଚଢ଼ାଉ କରିଥିଲା। ଏଥିରେ ଅଭିନ ଧରାପଡ଼ିଯାଇଥିଲେ। ନିର୍ଦ୍ଦୋଷରେ ଅଭିନଙ୍କୁ ଗିରଫ କରାଯାଇଥିବାରୁ ତାଙ୍କୁ ଆଇନର ସାହାରା ନେଇ ରାଉରକେଲା ଆଣିବେ ବୋଲି ତାଙ୍କ ବାପା କହିଥିଲେ।
୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ: ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା
ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...
ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି
ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...
ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…
ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...
ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା
ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...
ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍ଲାଇଫ୍ ମ୍ୟୁଚୁଆଲ ଫଣ୍ଡ୍ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା
କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...
ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ
ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...
ଏଇ ଭାରତରେ
ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...
ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର
ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...
Archives


