Posted inଜାତୀୟ

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର ଚେଞ୍ଜ) କରାଇ ମହିଳା ହୋଇଯାଇଛନ୍ତି। ବିବାହର ୭ ବର୍ଷ ପରେ ଯେତେବେଳେ ପତ୍ନୀଙ୍କୁ ଏହି ସତ ଜଣାପଡ଼ିଲା, ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ତୁରନ୍ତ ନ୍ୟାୟ ଆଶାରେ କୋର୍ଟରେ ପହଞ୍ଚି ଏହାକୁ ନିଜ ପ୍ରତି ଧୋକା ବୋଲି ଅଭିଯୋଗ କରିଛନ୍ତି। ଏପରିକି ସେ ସ୍ବାମୀଙ୍କଠାରୁ ଜରିମାନା ଓ ନ୍ୟାୟର ଦାବି କରିଛନ୍ତି।
ପୀଡ଼ିତା ପତ୍ନୀଙ୍କ କହିବାନୁସାରେ, ତାଙ୍କ ବିବାହକୁ ୭ ବର୍ଷ ବିତିଛି। ତାଙ୍କର ଦୁଇଟି ଝିଅ ଅଛନ୍ତି। ସ୍ବାମୀ ଦିଲ୍ଲୀର ଏକ ପ୍ରାଇଭେଟ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ। ପ୍ରାୟ ୨ ବର୍ଷ ପୂର୍ବେ ସେ ଦିଲ୍ଲୀ ଯାଇ ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ କରାଇଥିଲେ, କିନ୍ତୁ ଏହି ବଡ଼ ନିଷ୍ପତ୍ତି ନେଇ କୌଣସି ସୂଚନା ପରିବାରକୁ ଦେଇ ନ ଥିଲେ। ମାତ୍ର ପତ୍ନୀଙ୍କ ହାତରେ ମେଡିକାଲ ଡକ୍ୟୁମେଣ୍ଟ ପଡ଼ିବା ପରେ ଏହି ଚକିତ କଲାଭଳି ସତ ସାମ୍ନାକୁ ଆସିଥିଲା। ପରେ ସେ କୋର୍ଟରେ ଦାଖଲ କରିଥିବା  ଅଭିଯୋଗରେ ସ୍ବାମୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ମହିଳା କହିଛନ୍ତି, ବିବାହ ପରଠାରୁ ସ୍ବାମୀଙ୍କ ବ୍ୟବହାର ଅସାଧାରଣ ଥିଲା। ସେ ପ୍ରାୟତଃ ମାରପିଟ ଓ ମାନସିକ ପ୍ରତାଡ଼ନା କରୁଥିଲେ। ସେ ନିଜେ ବନ୍ଧୁମାନଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ପତ୍ନୀଙ୍କୁ ମଧ୍ୟ ଏଥିପାଇଁ ବାଧ୍ୟ କରୁଥିଲେ। ଗତ ବର୍ଷ ସ୍ବାମୀ ତାଙ୍କୁ ନିର୍ମମ ଭାବେ ମାରପିଟ କରି ଘରୁ ବାହାର କରିଦେଇଥିଲେ, ଯାହାପରେ ସେ ନିଜ ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ରହିଛନ୍ତି। ଏବେ ସତ ସାମ୍ନାକୁ ଆସିବା ପରେ ପତ୍ନୀ କୋର୍ଟରେ ଭରଣ-ପୋଷଣ ଓ ଜରିମାନାର ଦାବି କରିଛନ୍ତି।
ଅନ୍ୟପକ୍ଷରେ ସ୍ବାମୀ ସମସ୍ତ ଅଭିଯୋଗକୁ ଅବାସ୍ତବ ଓ ମିଛ ବୋଲି କହିଛନ୍ତି। ସ୍ବାମୀଙ୍କ ପକ୍ଷରୁ ମଧ୍ୟ କୋର୍ଟରେ ଅଭିଯୋଗ ଦାଖଲ ହୋଇଛି। ବର୍ତ୍ତମାନ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣୁଛି ଏବଂ ମାମଲାର ଗଭୀର ତଦନ୍ତ ଚାଲିଛି।

ପୀଡ଼ିତାଙ୍କ କହିବାନୁସାରେ, ସ୍ବାମୀଙ୍କ ଏହି ପଦକ୍ଷେପ କେବଳ ତାଙ୍କ ବୈବାହିକ ଜୀବନକୁ ନଷ୍ଟ କରିନାହିଁ, ବରଂ ତାଙ୍କର ଦୁଇ ନିରୀହ ଝିଅଙ୍କ ଭବିଷ୍ୟତକୁ ମଧ୍ୟ ଅନିଶ୍ଚିତତାରେ ପକାଇଦେଇଛି। ସେ ଏବେ ଆଇନଗତ ଲଢ଼େଇ ଜରିଆରେ ନିଜ ଓ ସନ୍ତାନମାନଙ୍କ ପାଇଁ ଅଧିକାର ଦାବି କରୁଛନ୍ତି। ଏହି ଘଟଣା ବିବାହ, ପରିଚୟ, ବିଶ୍ୱାସ ଓ ଆଇନଗତ ଅଧିକାର ସମ୍ବନ୍ଧୀୟ ଗଭୀର ପ୍ରଶ୍ନ ଉଠାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ସେମିଫାଇନାଲ ଭାରତୀୟ ଦଳର ପ୍ରାକ୍ଟିସ୍‌ ସମୟରେ ଅଚାନକ କରାଗଲା ପରିବର୍ତ୍ତନ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ,୪।୩: ମୁମ୍ବାଇରେ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ, ଭାରତୀୟ ଦଳର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପ୍ଲେଇଂ ଇଲେଭେନରୁ ନେଟ ପ୍ରସ୍ତୁତି…

ସେମିଫାଇନାଲରେ ଭାରତ ପାଇଁ ଘାତକ ହେବେ ଏହି ୫ ଇଂଲଣ୍ଡ ଖେଳାଳି! ଭାରତଠୁ ଛଡାଇନେଇପାରନ୍ତି ଫାଇନାଲ ଟିକେଟ୍‌

ନୂଆଦିଲ୍ଲୀ,୪।୩: ବିଶ୍ୱର କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତୀୟ କ୍ରିକେଟ ଦଳ ଏହାକୁ ହାସଲ କରିବା ଏବଂ ଇତିହାସ ସୃଷ୍ଟି କରିବାଠାରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଯାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୪।୩: ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବିପଦରେ ପକାଇଛି। ଏହି ସଙ୍କଟ ସମୟରେ, ଭାରତର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ ବନ୍ଧୁ, ରୁଷିଆ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri