ବାଲେଶ୍ୱର,୨୯।୮: ମୃତା ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି। ସେ କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ଗିରଫ ହୋଇଛନ୍ତି, ମାତ୍ର ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇନି। ତେବେ ଜିଲା ପାଳ ଓ ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


