ବିଜେଡି ହରତାଳକୁ ନେଇ ପୁଣି ମୁହଁ ଖୋଲିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କହିଲେ ମୋ’ ଝିଅ ତ ରହିଲାନି ଆମେ…

ବଳଙ୍ଗା,୭ା୮: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ। ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ପୁଣି ଅନୁରୋଧ କରିଛନ୍ତି ମୃତ ବଳଙ୍ଗା ଯୁବତୀଙ୍କ ବାପା।

ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା। ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ଜଣକ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଏବଂ ସିଏମଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ। ପୋଲିସ ଟିମ ଅପରେଶନ ମୋଡ୍ରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri