Posted inଫୁରସତ

୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଚଳିତବର୍ଷ ଆଉ ୯ ସନ୍ତାନ ନେବେ ଜନ୍ମ

ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। ଏବେ କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତି ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛନ୍ତି।

ଏହି ବ୍ୟକ୍ତି ବ୍ରିଟେନର ଜଣେ ଅବସରପ୍ରାପ୍ତ ଶିକ୍ଷକ। ଯାହାଙ୍କ ବୟସ ୬୬ ବର୍ଷ। ସେ କୁହନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛି। ଚଳିତବର୍ଷ ଆଉ ୯ ପିଲାଙ୍କର ବି ପିତା ହେବାକୁ ଯାଉଛି। ତାଙ୍କ ନାମ କ୍ଲାଇଭ୍‌ସ ଜୋନ୍‌ସ। ସେ ବ୍ରିଟେନର ଚ୍ୟାଡେସଡେନର ଡର୍ବିରେ ରୁହନ୍ତି। ତାଙ୍କୁ ଯେତେବେଳେ ୫୮ ବର୍ଷ ହୋଇଥିଲା ସେତେବେଳେ ସେ ସ୍ପର୍ମ ଦାନ କରିବା ଆରମ୍ଭ କରିଥିଲେ। ତାହା ପୁଣି ମାଗଣାରେ ଦାନ କରିଥାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଜୋନ୍‌ସଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କାରଣ ଜୋନ୍‌ସ କୌଣସି କ୍ଲିନିକ୍‌କୁ ଯାଇ ଏପରି କରୁନାହାନ୍ତି। ସେ ନିଜର ଫେସବୁକ୍‌ ମାଧ୍ୟମରେ ଏପରି କରୁଛନ୍ତି। ଏହାଦ୍ୱାରା କିଛି ପରିବାରରେ ଖୁସି ମିଳୁଛି।

ସେ ଦାବି କରନ୍ତି, ମୁଁ ଦୁନିଆର ସବୁଠୁ ଅଧିକ ସନ୍ତାନର ପିତା ଅଟେ। ମୁଁ ଆଗାମୀ କିଛି ବର୍ଷ ପାଇଁ ଏମିତି କରିବି। ଯେତେବେଳେ ୧୫୦ ସନ୍ତାନ ଜନ୍ମ ହେବେ ସେତେବେଳେ ଏପରି କାର୍ଯ୍ୟ ବନ୍ଦ କରିଦେବି। ସେ କୁହନ୍ତି,ମୁଁ ଜାଣିଛି ସ୍ପର୍ମ ବିକ୍ରି ହୁଏ, କିନ୍ତୁ ଦାନ କରାଯାଏନାହିଁ। ମୋତେ କିଛି ମା’ ଏବଂ ସନ୍ତାନଙ୍କ ଫଟୋ ମିଳିଛି। ସେମାନେ ମୋତେ ମେସେଜ୍‌ କଲେ ମୁଁ ବହୁତ ଖୁସି ହୁଏ। ୨୦ ପିଲା ନିଜର। ଆଉ ସବୁ ପିଲା ଡର୍ବି, ବର୍ମିଘାମ, ଷ୍ଟୋକ୍‌ ଏବଂ ନାଣ୍ଟିଘମରେ ଜନ୍ମ ହୋଇଛନ୍ତି।

ସେ କୁହନ୍ତି, ମୋତେ ଜଣେ ପିଲାର ଜେଜେମା ମେସେଜ କରି କହିଥିଲେ କି, ମୋତେ ତୁମେ ଜେଜେମା କରି ଦେଇଛ। ତୁମକୁ ବହୁତ ବହୁତ ଧନ୍ୟବାଦ। ଜୋନ୍‌ସଙ୍କ ମତରେ ଯେଉଁମାନଙ୍କର ସନ୍ତାନ ନାହାନ୍ତି ସେମାନଙ୍କୁ ମୁଁ ସ୍ପର୍ମ ଦାନ କରି ପରିବାରରେ ଖୁସି ଦେଉଥିବାରୁ ନିଜକୁ ଗର୍ବିତ ମନେ କରୁଛି।

ଜୋନ୍‌ସଙ୍କ ୧୯୭୮ରେ ବିବାହ ହୋଇଥିଲା। ମାତ୍ର ଏବେ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି। କାରଣ ତାଙ୍କ ସ୍ତ୍ରୀ ସ୍ପର୍ମ ଦାନ କାର୍ଯ୍ୟରେ ଖୁସି ନ ଥିଲେ। ୨୦୧୮ରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ ୪ ମ୍ୟାନ୍‌ ୧୭୫ ବେବିଜ୍‌’ରେ ନଜର ଆସିଥିଲେ। ଏବେ ଜୋନ୍‌ସଙ୍କ ଏହି କାର୍ଯ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri