Posted inଫୁରସତ

ବାପା ମୋର ପ୍ରଥମ ଗୁରୁ: ଜିତେନ୍ଦ୍ର ପଟ୍ଟନାୟକ

ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ସେ ଏକାଧିକ ମଞ୍ଚନାଟକ, ଟିଭି ଧାରାବାହିକ ଓ ସିନେମାରେ ନିର୍ଦ୍ଦେଶନା ଦେବା ସହିତ ବହୁ ନାଟକରେ ଅଭିନୟ କରିସାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଜିତେନ୍ଦ୍ର ପଟ୍ଟନାୟକ। ଜନ୍ମ ୨୮. ୫.୧୯୬୩ ମସିହାରେ। ପିତା ରବୀନ୍ଦ୍ର ପଟ୍ଟନାୟକ, ମା’ ବିଷ୍ଣୁପ୍ରିୟା ପଟ୍ଟନାୟକ। ରହୁଛନ୍ତି ଖୋର୍ଦ୍ଧା ଜିଲାର ପଲା ବରୁଣେଇ ସାହିରେ। ଜିତେନ୍ଦ୍ର କୁହନ୍ତି, ‘ମୋ ବାପା ଜଣେ ପୋଲିସ ଅଫିସର ହୋଇଥିଲେ ମଧ୍ୟ ଅବସର ସମୟରେ ବିଭିନ୍ନ ମଞ୍ଚନାଟକରେ ଅଭିନୟ ଏବଂ ନିର୍ଦ୍ଦେଶନା ଦେବା ତାଙ୍କର ସଉକ ଥିଲା। ବାପାଙ୍କ ପାଇଁ ମୋ ଭିତରେ ନାଟକ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେତେବେଳେ ଆମ ଗାଁ ଦଧିମାଛଗାଡ଼ିଆରେ କେତେଜଣ ସାଙ୍ଗ ଏକାଠି ହୋଇ ଏକ ଗୀତିନାଟ୍ୟରେ ଅଭିନୟ କରୁଥିଲୁ। ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରେ ବିଏ ପଢିବା ସମୟରେ ଯାଆଁଳାରେ ଗଢ଼ିଉଠିଥିବା ବ୍ରଜସୁନ୍ଦର କଳାସଂସଦ ନାଟ୍ୟ ଅନୁଷ୍ଠାନରେ ଯୋଗଦେଇ ଅଭିନୟ କରିଥିଲି। ସେତେବେଳେ ଜାଣିଲି ଯେ ନାଟକ ବିଷୟରେ ବି ପଢ଼ା ହୁଏ । ସେଥିପାଇଁ ୧୯୮୫ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ନାମ ଲେଖିଲି। ଏଠାରେ ନାଟକ ନିର୍ଦ୍ଦେଶନା ଦେବା ପାଇଁ ପିଜି ସାରିଲି। ସେବେଠାରୁ ଆଉ ପଛକୁ ଫେରିନାହିଁ। ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲାବେଳେ ଗୁରୁ ଭାବେ ଅଜିତ୍‌ ଦାସ, ବିଜୟ ମହାନ୍ତି, ନବୀନ ପରିଡ଼ା ପ୍ରମୁଖଙ୍କଠାରୁ ଅଭିନୟ ଶିକ୍ଷା ପାଇଛି।

ସେତେବେଳେ ଅନ୍ୟମାନଙ୍କ ମଧ୍ୟରେ ମୋ ସାଥିରେ ପଢୁଥିଲେ ସିନେକଳାକାର ରାଇମୋହନ ପରିଡ଼ା, ଅମିୟ ମହାରଣା, ଚୌଧୁରୀ ଜୟପ୍ରକାଶ ଦାସ, ଶ୍ରୀମନ୍ତ ମହାନ୍ତି, ଶତ୍ରୁଘନ ସାମଲ । ନାଟକ ଶିକ୍ଷା ପରେ ପ୍ରଥମେ ୧୯୯୨ରେ ‘ମୋ କାହ୍ନୁରେ’ ଓଡ଼ିଆ ଚଳଚ୍ଚିତ୍ରରେ ସିନେ ତାରକା ବିଜୟ ମହାନ୍ତି ଅଭିନେତା ଥିବା ବେଳେ ଏଥିରେ ସହ -ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲି। ସମୟକ୍ରମେ ଯୁଗନାୟକ ଏକ ହିନ୍ଦୀ ସିରିଏଲ, ଗଙ୍ଗଶିଉଳି ଫିଚର ସିନେମା, ବୋଉ, ଗାରେ ସିନ୍ଦୂର ଧାରେ ଲୁହ, ପୁଅ ମୋର ଜଗତଜିତା, ତୁମରି ପାଇଁ, ପ୍ରାୟଶ୍ଚିତ୍ତ ଆଦିରେ ନିର୍ଦ୍ଦେଶକ, ଆଖି ପଲକରେ ତୁ , ଭୁଲ୍‌ ବୁଝିବନି ମୋତେ, ପହିଲି ରଜ ଏବଂ ସମ୍ଭାବନା, ସ୍ବୀକୃତି’ ଆଦି ଡକ୍ୟୁମେଣ୍ଟାରି ଫିଲ୍ମରେ ସ୍କ୍ରିପ୍ଟ ଏବଂ ନିର୍ଦ୍ଦେଶନା ଦେଇଛି। ସେପରି ଏକ ତ୍ରିଭାଷୀ ଫିଲ୍ମ ‘ରାଜାରାଣୀ’ରେ କାଯର୍‌ୟ କରିଛି। ବନ୍ଦେ ମାତରଂ, ଅଶାନ୍ତ, ଔରଙ୍ଗଜେବ, ଶୂନ୍ୟପଞ୍ଜୁରୀ ଆଦି କେତେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇଛି। ଭାତ, ମୁଠାଏ ମାଟି, ଅନ୍ଧଯୁଗ, କୁନ୍ତଳା ନୁହେଁ ଶକୁନ୍ତଳା, ସୂର୍ଯ୍ୟୋଦୟ ପଥେ ନାଟକରେ ଅଭିନୟ କରିଥିଲି। ଏମିତିରେ ପ୍ରାୟ ୧୨ଟି ସିନେମା, ୪ଟି ସିରିଏଲ, ଏକାଧିକ ମଞ୍ଚ ଓ ମୁକ୍ତ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ସଂଗୀତ ନାଟକ ଏକାଡେମୀ ଦ୍ୱାରା କର୍ମଶାଳାଭିତ୍ତିକ ନାଟକ ଶହୀଦ ଭଗତ୍‌ ସିଂ, ଶହୀଦ ରଘୁ ଦିବାକର, ଶେଷରେ ଧରମା କହିଲା, ଶାଗୁଣା ଆଦି ଶିଶୁ ନାଟକରେ ନିର୍ଦ୍ଦେଶନା ଦେଇଛି। ଏହାବାଦ୍‌ ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଅଧିକାର, ରେଡ୍‌ ରିବନ, ସ୍କୁଲ ଶିକ୍ଷା ଅଧିକାର ଏବଂ ଗ୍ରାମୀଣଭାରତ ବିକାଶ ନିମନ୍ତେ ପଞ୍ଚାୟତ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ପର୍କିତ କେତେକ ଫିଚର ସିନେମାରେ ବି ନିର୍ଦ୍ଦେଶନା ଦେଇଛି। ନାଟ୍ୟ ନିର୍ଦ୍ଦେଶକ ଭାବେ ମୁଁ ବିଭିନ୍ନ ସ୍ଥାନରୁ ସ୍ବୀକୃତି ପାଇବା ସହ ସମ୍ମାନିତ ହୋଇଛି। ଯାହାମଧ୍ୟରେ ଇଣ୍ଟରନ୍ୟାଶନାଲ ଥିଏଟର, ଜାତୀୟ ସେବା ଯୋଜନା ଉତ୍କଳ ବିଶ୍ୱବିଦ୍ୟାଳୟ, ଗାଁ ଲୋକକଳା ଉତ୍ସବ ଏବଂ ମାନବଜୀବନ ବିକାଶ ସମିତି ମଧ୍ୟପ୍ରଦେଶ, ସେଣ୍ଟର ଫର ଏକ୍ସପେରିଏନ୍ସ ଅନ୍‌ ସୋସିଓ କଲ୍‌ଚରାଲ ଇଣ୍ଟର ଆକ୍ସନ- ମଦୁରାଇ ଆଦି ଅନ୍ତର୍ଭୁକ୍ତ। ଅନେକ ଫିଚର ଫିଲ୍ମ ଓ ଡକ୍ୟୁମେଣ୍ଟାରି ସିନେମା କରିବାର ମଧ୍ୟ ଅନୁଭୂତି ରହିଛି।

ସେମିତି ଏକ ଅନୁଭୂତି ସମ୍ପର୍କରେ ଜିତେନ୍ଦ୍ର କୁହନ୍ତି,‘ଝୁମୁକାଠାରେ ଆଳୟ ମହାନ୍ତିଙ୍କ ‘ଭୁଲ ବୁଝିବନି ମୋତେ’ ଓଡ଼ିଆ ଚଳଚ୍ଚିତ୍ରର ମୁଖ୍ୟ ସହ ନିର୍ଦ୍ଦେଶକ ଭାବେ କାଯର୍‌ୟ କରୁଥିବା ବେଳେ କିଛି ପୋଷାକ ପିନ୍ଧାକୁ ନେଇ ଜଣେ ଅଭିନେତାଙ୍କ ସହିତ ମତାନ୍ତର ହୋଇଥିଲା। ସେ ମୋତେ ଆକ୍ରମଣ କରିବାକୁ ଆସିଥିବାରୁ ସେଠାରେ ଶୁଟିଂ ୟୁନିଟ୍‌ର ସମସ୍ତ ସଦସ୍ୟ ସେଦିନ ଶୁଟିଂକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲେ ମାତ୍ର ଆଳୟ ମହାନ୍ତିଙ୍କ ହସ୍ତକ୍ଷେପ ଯୋଗୁ ଘଟଣାର ଉତ୍ତମ ବୁଝାମଣା ହୋଇଥିଲା। ଆଉ ଗୋଟିଏ କଥା ମନେପଡ଼ୁଛି ଥରେ ‘ଜଙ୍ଗଲ ଓ ଜୀବନ’ ଏକ ପଥପ୍ରାନ୍ତ ନାଟକ ପରିବେଷଣ ପାଇଁ ଏକ ଆଦିବାସୀ ଅଞ୍ଚଳକୁ ଯାଉଥିବା ମୋଟର ଭ୍ୟାନ୍‌ଟି କଳିଙ୍ଗା ଘାଟିଠାରେ କୌଣସି କାରଣରୁ ଅଚଳ ହୋଇପଡ଼ିଥିତ୍ଲା। ସେତେବେଳକୁ ବେଳ ବୁଡ଼ି ରାତି ହୋଇଆସୁଥାଏ। ୧୫ ଜଣ କଳାକାର ସେହି ରାତି ଭୋକଉପାସରେ ରହିଥିଲୁ । କିନ୍ତୁ ସେହି ଅନ୍ଧାର ରାତିରେ ଦୂର ଦିଗନ୍ତରେ ଏକ ଆଲୁଅ ଜଳୁଥିବାର ଦେଖି ଦୁଇଜଣ କଳାକାର ବନ୍ଧୁ କିଛିଦୂର ଯାଇ ଏକ ଆଦିବାସୀ ପଡ଼ାରେ ପହଞ୍ଚି ସେଠାରୁ କିଛି ମୁଢି ଆଣିଥିଲେ। ସମସ୍ତେ ସେହି ମୁଢିକୁ ବାଣ୍ଟି ଖାଇଥିଲୁ । ସକାଳ ହେବାରୁ ଗୋଟିଏ ଅନୁଷ୍ଠାନର କେତେଜଣ ସଦସ୍ୟ ଓ ତାଙ୍କ ସାଥିରେ ଗାଡ଼ି ମେକାନିକ୍‌ ଆସି ଗାଡ଼ି ମରାମତି କରିବାରେ ପରେ ସେଦିନ ସେଠାରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଏକ ନାଟକରେ ନିର୍ଦ୍ଦେଶନା ଦେଇଥିଲି। ପ୍ରକୃତରେ ବିଭିନ୍ନ ପରିସ୍ଥିତି ହିଁ ନାଟ୍ୟ ନିର୍ଦ୍ଦେଶନା ପାଇଁ ଏକ ଶିକ୍ଷା ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri