ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ହିଞ୍ଜିଳିକାଟୁ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ମଦ ନିଶାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ଗତ ରବିବାର ଘଟିଥିବା ବେଳେ ମଙ୍ଗଳବାର ଏଥିନେଇ ପୀଡ଼ିତା ବୋହୂ ଥାନାରେ ଅଭିଯୋଗ କରିଛନ୍ତି। ଶ୍ୱଶୁର ମଦ ନିଶାରେ ବୋହୂଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ବୋହୂ ଏଥିରେ ପ୍ରତିରୋଧ କରିବାରୁ ଶ୍ୱଶୁର ରାଗରେ ବୋହୂଙ୍କ ହାତକୁ କାମୁଡ଼ି ରକ୍ତାକ୍ତ କରିବା ସହ ମୋବାଇଲକୁ ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏଥିନେଇ ଥାନାରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ।