Posted inଜାତୀୟ

ପୁଅର ଇଚ୍ଛାମୃତ୍ୟୁ ପାଇଁ ବାପା କରିଥିଲେ ଆବେଦନ: ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୧।୩: ପାସିଭ୍‌ ୟୁଥନେସିଆ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ୧୨ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କୃତ୍ରିମ ଜୀବନ ସହାୟକକୁ କାଢ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାସିଭ୍‌ ୟୁଥନେସିଆ ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ଜଣେ ରୋଗୀଙ୍କୁ ଜୀବିତ ରଖିବା ପାଇଁ ଜୀବନ ସହାୟକ କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସାକୁ ପ୍ରତ୍ୟାହାର କରି ଜାଣିଶୁଣି ମୃତ୍ୟୁବରଣ କରିବାକୁ ଅନୁମତି ଦିଆଯାଏ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗାଜିଆବାଦର ୩୨ ବର୍ଷୀୟ ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି। ପିତା ତାଙ୍କ ପୁଅର ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଇଚ୍ଛାମୃତ୍ୟୁ ପାଇଁ ଆବେଦନ ଉପରେ ରାୟ ପ୍ରଦାନ କରିବା ସମୟରେ, ଜଷ୍ଟିସ ଜେ.ବି. ପାରଦିୱାଲାଙ୍କ ଖଣ୍ଡପୀଠ କହିଛନ୍ତି, ଭଗବାନ ଜଣେ ବ୍ୟକ୍ତିଙ୍କୁ ପଚାରନ୍ତି ନାହିଁ ଯେ ସେ ଜୀବନ ଗ୍ରହଣ କରେ କି ନାହିଁ; ଜୀବନ ତାଙ୍କୁ ନେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ, ୱିଲିୟମ ସେକ୍ସପିୟରଙ୍କ ପ୍ରସିଦ୍ଧ ଉକ୍ତି – ‘To be, or not to be – ବଞ୍ଚିବା କିମ୍ବା ନ ବଞ୍ଚିବା’- ଏହି ଦାର୍ଶନିକ ଏବଂ ଆଇନଗତ ଆଲୋଚନାକୁ ଗଭୀରତା ପ୍ରଦାନ କରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଂଘର୍ଷ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ନୂଆଦିଲ୍ଲୀ,୧୧।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଦୁବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ ଆଜି ଦୁବାଇ ବିମାନବନ୍ଦର ନିକଟରେ ଆଉ ଏକ ଡ୍ରୋନ୍…

ସୂର୍ଯ୍ୟକୁମାର ଯାଦବଙ୍କ ପରେ ଏହି ଖେଳାଳି ହେବେ ଟି-୨୦ ଅଧିନାୟକ! ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୧୧।୩: ଟିମ ଇଣ୍ଡିଆ ୨୦୨୬ରେ ICC ଟି୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଭାରତ ତୃତୀୟ ଥର ପାଇଁ ଟ୍ରଫି ଜିତିଛି,…

ରୁଷିଆରୁ ଭାରତ ତେଲ କିଣିବା ନେଇ ପୁଣି ବଡ଼ ବୟାନ ଦେଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୧।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ଏବଂ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ, ସାରା ବିଶ୍ୱରେ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟୁଛି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍‌…

ତହସିଲଦାରଙ୍କ ରାଜଧାନୀରେ ୨ କୋଠା , ୭ ଦାମୀ ପ୍ଲଟ

ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍‌ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ  ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଖାଲି ହାତରେ ବାଘ ସହ ଲଢୁଥିଲେ ଯୁବକ: ୧୨ରୁ ୧୫ ମିନିଟ୍‌ ପରେ ଘଟିଲା…

ଶିମ୍‌ଲା ,୧୧ା୩:ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ଯୁବକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିବା ପରେ ଜୀବନରକ୍ଷା ପାଇଁ ଖାଲି ହାତରେ ଲଢ଼େଇ କରିବା ଏହାକୁ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri