Posted inଖେଳ

ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍‌ରେ ହଇଚଇ କରୁଛନ୍ତି ପୁଅ

ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ ସ୍ପିନର ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ହିଁ କେଏଲ ରାହୁଲ, ଫାଫ ଡୁ ପ୍ଲେସିସ ଏବଂ ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କ ଉଇକେଟ ନେଇ ହଇଚଇ ସୃଷ୍ଟି କରିଥିଲେ।

ସନରାଇଜର୍ସ ହାଇଦ୍ରାବାଦ ଜୀଶାନ ଅନସାରୀଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଛି। ଏହି ଲେଗ ସ୍ପିନରଙ୍କ ଜନ୍ମ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ହୋଇଥିଲା। ୟୁପି ଲିଗର ପ୍ରଥମ ସିଜିନରେ ଜୀଶାନ ସର୍ବାଧିକ ଉଇକେଟ ନେଇଥିଲେ। ସେ ଟୁର୍ନାମେଣ୍ଟରେ ୨୪ ଉଇକେଟ ନେଇଥିଲେ। ସେ ରିଷଭ ପନ୍ତଙ୍କ ସହ ଭାରତ ପାଇଁ ୧୯ ବର୍ଷରୁ କମ କ୍ରିକେଟ ମଧ୍ୟ ଖେଳିଛନ୍ତି।

ଜୀଶାନ ଏକ ସରଳ ପରିବାରରୁ ଆସିଛନ୍ତି। ତାଙ୍କ ପରିବାରରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି। ଜୀଶାନଙ୍କ ବାପା ନଇମ ଅନସାରୀ ଲକ୍ଷ୍ନୌରେ ଏକ ସିଲେଇ ଦୋକାନ ଚଳାନ୍ତି। ୟୁପି ଲିଗରେ ତାଙ୍କର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ, ତାଙ୍କୁ ୟୁପି ପାଇଁ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ସୁଯୋଗ ମିଳି ନ ଥିଲା। ଜୀଶାନଙ୍କୁ ଜଣେ ଉଇକେଟ ନେଉଥିବା ସ୍ପିନର୍‌ ଭାବରେ ବିବେଚନା କରାଯାଏ।

ଜୀଶାନ ଆଇପିଏଲ ଡେବ୍ୟୁ କରିବା ପୂର୍ବରୁ ତାଙ୍କ ରାଜ୍ୟ ପାଇଁ କେବଳ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି। ଜିଶାନ ୨୦୧୬ରେ ଅଣ୍ଡର-୧୯ ଖେଳିଥିଲେ। ସେ ୨୦୧୬ରେ ରିଷଭ ପନ୍ତ, ଇଶାନ କିଶନ ଏବଂ ସରଫରାଜ ଖାନଙ୍କ ସହ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ। ଜୀଶାନ ୟୁପି ପାଇଁ ୫ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୭ଟି ଉଇକେଟ ନେଇଛନ୍ତି।

ଜୀଶାନ ତାଙ୍କର ପ୍ରଥମ IPL ମ୍ୟାଚ୍‌ରେ ୩ ଉଇକେଟ ନେଇଥିଲେ। ଏହା ପରେ, ଜୀଶାନ ଦ୍ୱିତୀୟ ମ୍ୟାଚ୍‌ରେ ଗୋଟିଏ ଉଇକେଟ ନେଇଥିଲେ। ତୃତୀୟ ମ୍ୟାଚ୍‌ରେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା। ଅଧିନାୟକ ପ୍ୟାଟ କମିନ୍ସଙ୍କର ଜୀଶାନଙ୍କ ଉପରେ ବହୁତ ଭରସା ଅଛି। ଏପରିକି ଜୀଶାନଙ୍କୁ ଆଡାମ ଜାମ୍ପାଙ୍କ ପୂର୍ବରୁ ଖେଳିବାକୁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri