ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ

ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି। ଜଣେ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ସ୍ତ୍ରୀକୁ ଦେଇଥିଲେ। କାରଣ ସ୍ତ୍ରୀ ହିଁ ସେହି ଟଙ୍କା କିଛି ପୁଅକୁ ଦେଇପାରିବେ। ଆଉ ସେହି ଟଙ୍କାରେ ପୁଅକୁ ୨୧ ବର୍ଷ ହେଲେ ସେ ପ୍ରଥମେ ବିୟର ପିଇପାରିବ ବୋଲି ବାପା ଚାହୁଁଥିଲେ । ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ …

ଯେତେବେଳେ ମ୍ୟାଟ ଗୁଡମ୍ୟାନ ନାମକ ଏହି ବାଳକଙ୍କୁ ୨୧ ବର୍ଷ ହେଲା, ସେତେବେଳେ ସେ ଭାବିଥିଲେ ଯେ, ତାଙ୍କ ପିତା ଆଜି ତାଙ୍କ ସହ ପାର୍ଟି କରିବାକୁ ଉପସ୍ଥିତ ଥାନ୍ତେ କି । କିନ୍ତୁ ତାଙ୍କର କୌଣସି ଧାରଣା ନ ଥିଲା ଯେ, ବାପା, ତାଙ୍କ ମୃତ୍ୟୁ ପୂର୍ବରୁ ମ୍ୟାଟଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା କରିଥିଲେ।

ଆମେରିକାର ମାସାଚୁସେଟ୍ସରେ ରହୁଥିବା ମ୍ୟାଟଙ୍କ ବାପା ଜନ୍‌ ଗୁଡମ୍ୟାନଙ୍କର ୬ ବର୍ଷ ତଳେ କ୍ୟାନ୍‌ସରରେ ମୃତ୍ୟୁ ହୋଇଥିଲା। ତାହା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ ୭୩୬ ଟଙ୍କା ଦେଇଥିଲେ; ଯାହାଦ୍ୱାରା ପୁଅକୁ ୨୧ ବର୍ଷ ହେଲେ ସେ ପ୍ରଥମ ଥର ପାଇଁ ଏହି ଟଙ୍କାରେ ବିୟର ପିଇପାରିବ।

ବାପାଙ୍କ ମୃତ୍ୟୁ ପରେ ମଧ୍ୟ ମ୍ୟାଟଙ୍କ ମା’ ଏବଂ ଭଉଣୀ ଏହି ରହସ୍ୟ ଲୁଚାଇ ରଖିଥିଲେ। ଶେଷରେ, ୨୧ ବର୍ଷ ବୟସରେ ମ୍ୟାଟଙ୍କୁ ବିୟର ପିଇବା ପାଇଁ ବାପା ଦେଇଥିବା ଟଙ୍କା ଦିଆଯାଇଥିଲା। ଡିସେମ୍ବରରେ ମ୍ୟାଟ ମାସାଚୁସେଟ୍ସରେ ତାଙ୍କର ମଦ୍ୟପାନ ବୟସ (୨୧ ବର୍ଷ) ହେବାର ୁବାପାଙ୍କ ଟଙ୍କା ଖର୍ଚ୍ଚ କରିଥିଲେ।

ପରେ ମ୍ୟାଟ ଟୁଇଟରରେ ବାପାଙ୍କ ଟଙ୍କା ସହିତ ବିୟର ପିଇବାର କାହାଣୀ ଶେୟାର କରିଥିଲେ। ଏହି ଟୁଇଟର ଭାଇରାଲ ହେବାରେ ଲାଗିଲା।
ଏହା ପରେ ବିୟର କମ୍ପାନୀ ମ୍ୟାଟଙ୍କ ପାଖକୁ ୮ କାର୍ଟୁନ ବିୟର ପଠାଇଥିଲା।

ବାପାଙ୍କ ଇଚ୍ଛା ପୂରା କଲା ପୁଅ

Share