ପୁଅର ପାଲିଙ୍କି ଉଠିବା ଆଗରୁ ଉଠିଲା ବାପାର କୋକେଇ, ବିଦ୍ୟୁତ ଆଘାତରେ…

ଧରାକୋଟ,୨୨।୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): କଥାରେ ଅଛି ବିଧିର ବିଧାନ କେକରିବ ଆନ । ଜନ୍ମ କିମ୍ବା ମୃତ୍ୟୁ କାହା ହାତରେ ନଥାଏ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲା ଧରାକୋଟରୁ । ରାତି ପାହିଲେ ପୁଅର ବାହାଘର ହେବାକୁ ଥିବା ବେଳେ ପୂର୍ବଦିନ ବାପାର ମୃତ୍ୟୁ ହୋଇଛି । ପୁଅର ପାଲିଙ୍କି ଉଠିବା ଆଗରୁ ବାପାର କୋକେଇ ଉଠିଛି । ବାହାଘରକୁ ନେଇ ଘର କୋଳାହଳରେ କମ୍ପୁଥିବା ବେଳେ ବାପାର ମୃତ୍ୟୁ ପରେ ଘରେ କାନ୍ଦ ବୋବାଳିରେ ଫାଟି ଉଠୁଛି । ମୃତକ ହେଲେ ମଙ୍ଗୁଳୁ ଗୌଡ । ବୟସ ତାଙ୍କର ୫୮ବର୍ଷ ବୋଲି ଜଣାପଡିଛି ।

ଖବର ଅନୁସାରେ, ବାପା ମଙ୍ଗୁଳୁ ଗୌଡ ମୋଟର ଦ୍ବାରା ଟାଙ୍କିରେ ପାଣି ଭର୍ତ୍ତି କରୁଥିବା ବେଳେ ସର୍ଟ ସର୍କିଟ ହୋଇ ବିଦ୍ୟୁତ ଆଘାତ ଲାଗିଥିଲା ।  ଏହାପରେ ତାଙ୍କୁ ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣା ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri